ଓଡ଼ିଶା ଛୁଇଁବନି ‘ସିତ୍ରାଙ୍ଗ’ : ୨୪ ଓ ୨୫ ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା

October 20, 2022, ଓଡ଼ିଶା, , Anupambharat News Bureau


ଓଡ଼ିଶା ଛୁଇଁବନି ‘ସିତ୍ରାଙ୍ଗ’ :  ୨୪ ଓ ୨୫ ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା
Anupambharat News Bureau
October 20, 2022


ଭୁବନେଶ୍ୱର ,୨୦ା୧୦(ଅନୁପମ ମିଡ଼ିଆ): ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି (ଗୁରୁବାର) ଉତ୍ତର-ଆଣ୍ଡାମାନ ସାଗର ତତ-ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତୀ ଦକ୍ଷିଣପୂର୍ବ ସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ରହିଛି । ଲଘୁଚାପ କ୍ଷେତ୍ର ପ୍ରଭାବରେ ବାତ୍ୟା ସୃଷ୍ଟି ହେବା ସ୍ପଷ୍ଟ ହୋଇଛି । ଯାହାର ନାଁ ରଖାଯାଇଛି ସିତ୍ରାଙ୍ଗ । ହେଲେ ଓଡ଼ିଶା ଉପରେ ଏହି ବାତ୍ୟାର ସେପରି କିଛି ପ୍ରଭାବ ପଡ଼ିବ ନାହିଁ । ଏହା ଓଡ଼ିଶା ଉପକୂଳ ସ୍ପର୍ଶ କରିବାର ସମ୍ଭାବନା ନାହିଁ । ଓଡ଼ିଶା ଉପକୂଳ ପାଖାପାଖି ଗତି କରି ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ଉପକୂଳ ଆଡ଼କୁ ମୁହାଁଇବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମହାନିର୍ଦ୍ଦେଶକ ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ଆଇଏମ୍‌ଡି ଡିଜି କହିଛନ୍ତି, ଉତ୍ତର ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୨ ତାରିଖ ବେଳକୁ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ନିକଟସ୍ଥ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପରେ ଏହି ଅବପାତ ସୃଷ୍ଟି ହେବ । ତାହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି ଜାରି ରଖିବ । ଏହା ୨୩ ତାରିଖ ବେଳକୁ ଗଭୀର ଅବପାତରେ ପରିଣତ ହେବ । ୨୪ ତାରିଖରେ ଏହା ଦିଗ ପରିବର୍ତ୍ତନ କରି ଉତ୍ତର ଆଡ଼କୁ ମୋଡ଼ ବଦଳାଇବ ଏବଂ ଏକ ଘୂର୍ଣ୍ଣିବାତ୍ୟାରେ ପରିଣତ ହେବ । ଏହା ପରେ ଉତ୍ତର-ଉତ୍ତର ପୂର୍ବ ଦିଗ ଆଡ଼କୁ ଗତି କରିବ । ଏବେଠୁ ଏହାର ତୀବ୍ରତା ଜଣାପଡ଼ିନି । ଡିପ୍ରେସନରେ ପରିଣତ ହେଲେ ଏହାର ରୂପରେଖ ଅଧିକ ସ୍ପଷ୍ଟ ହେବ । ଏହା ପ୍ରଭାବରେ
ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ୨୪ ଓ ୨୫ରେ ବର୍ଷା ହେବ ।
ବାତ୍ୟା ପ୍ରଭାବରେ ୨୧ ପାଖରୁ ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବ । ତେଣୁ ଏହି ସମୟରେ ମତ୍ସ୍ୟଜୀବୀ ସମୁଦ୍ରକୁ ଯିବା ଉଚିତ ନୁହେଁ । ଯେଉଁମାନେ ଯାଇଛନ୍ତି କୂଳକୁ ଫେରି ଆସିବା ଉଚିତ । ଓଡ଼ିଶା ଉପକୂଳ ନିକଟରେ ୨୩ ବେଳକୁ ସମୁଦ୍ର୍ର ଅଶାନ୍ତ ରହିବ । ପବନର ବେଗ ବଢ଼ି ଧୀରେ ଧୀରେ ୪୦-୫୦ କିମି ବେଗରେ ପବନ ବହିବ ବୋଲି କହିଛନ୍ତି ଆଇଏମଡି ଡିଜି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅବିଶ୍ୱସନୀୟ ‘ବିରାଟ’ ବିଜୟ  ହାରିଲା ପାକିସ୍ତାନ

ଅବିଶ୍ୱସନୀୟ ‘ବିରାଟ’ ବିଜୟ ହାରିଲା ପାକିସ୍ତାନ

Read More...

ଦୁଇ ଦିନରେ ଫେରିଯିବ ମୌସୁମୀ

ଦୁଇ ଦିନରେ ଫେରିଯିବ ମୌସୁମୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page