ବାଂଲାଦେଶରେ ‘ସିତ୍ରାଙ୍ଗ’ ତାଣ୍ଡବ, ୩୩ ମୃତ

October 25, 2022, ବିଦେଶ, , Anupambharat News Bureau


ବାଂଲାଦେଶରେ ‘ସିତ୍ରାଙ୍ଗ’ ତାଣ୍ଡବ, ୩୩ ମୃତ
Anupambharat News Bureau
October 25, 2022


ଢାକ,୨୫ା୧୦: ଓଡ଼ିଶା ଉପକୂଳରେ ଯେଉଁ ଘୂର୍ଣ୍ଣିବାତ୍ୟା ଓ ଲଘୁଚାପର ଆଶଙ୍କା ରହିଥିଲା ତାହା ଅବଶ୍ୟ ଅନ୍ୟ ଦିଗକୁ ମାର୍ଗ ପରିବର୍ତ୍ତନ କରିବା ପରେ ଓଡ଼ିଶା ରେ କୌଣସି ପ୍ରଭାବ ଦେଖାଇନାହିଁ । ତେବେ ପଡୋଶୀ ରାଜ୍ୟ ବାଂଲାଦେଶରେ ଏହି ଝଡ଼ ସିତ୍ରାଙ୍ଗ ବ୍ୟାପକ ତାଣ୍ଡବ ରଚିଛି । ଆଜି ଭୋର ସମୟରେ ସିତ୍ରାଙ୍ଗ ସାମୁଦ୍ରିକ ଝଡ଼ର ରୂପ ନେଇ ବାଂଲାଦେଶ ଉପକୂଳରେ ଲ୍ୟାଣ୍ଡଫଲ କରିଥିଲା । ସ୍ଥଳ ଭାଗ ଛୁଇଁବା ବେଳେ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୧୦୦ କିମି ରହିଥିଲେ । ଏହାର ପ୍ରଭାବରେ ପ୍ରବଳ ବର୍ଷା ହୋଇଥିଲା ।
ବର୍ଷା ଓ ପବନ ଯୋଗୁ ଏଯାଏ ବାଂଲାଦେଶର ୧୪ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ୩୩ ଜଣ ଲୋକଙ୍କ ଜୀବନ ଯାଇଛି । ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ବେଳେ ବିଦୁ୍ୟତ ଖୁଣ୍ଟ ଭାଙ୍ଗି ଯାଇଛି । ସେହିପରି ସମୁଦ୍ର ଢେଉ ମଧ୍ୟ କିଛି ଉପକୂଳବର୍ତ୍ତୀ ଅଞ୍ଚଳକୁ ମାଡ଼ି ଆସିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି ।
ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭୋର ସମୟରେ ଲ୍ୟାଣ୍ଡଫଲ କରିଥିବା ସିତ୍ରାଙ୍ଗ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ବର୍ତ୍ତମାନ ଏହା ଲଘୁଚାପରେ ପରିଣତ ହୋଇସାରିଥିଲେ ମଧ୍ୟ ବର୍ଷା ଲାଗି ରହିଛି । ମିଳିଥିବା ସୂଚନା ଅନୁଯାୟୀ, ସିତ୍ରାଙ୍ଗ ଲ୍ୟାଣ୍ଡଫଲ କରିବା ବେଳେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିଲା । ସମୁଦ୍ର ଢେଉ ସ୍ୱାଭାବିକ ଠାରୁ ଅଧିକ ଉଚ୍ଚକୁ ଉଠିବା ଫଳରେ ବହୁ ଉପକୂଳ ଅଞ୍ଚଳକୁ ସମୁଦ୍ର ପାଣି ମାଡି ଆସିଥିଲା । ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ଅନେକ ଘର ଭାଙ୍ଗି ଯାଇଥିବା ବେଳେ ବିଦୁ୍ୟତ ଖୁଣ୍ଟ ଉପୁଡ଼ି ଯାଇଛି । ଏଥିଯୋଗୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ଅଧିକାଂଶ ଲୋକ ଅନ୍ଧାରରେ ରହିଛନ୍ତି । ଭୋଲା ସଦର, ଦୌଲତଖାନ, ଲାଲମୋହନ ଓ ଚରରଫଶାନ ଜିଲ୍ଲାରେ ୪ ଜଣ ପ୍ରାଣ ହରାଇଥିଲା ବେଳେ ନାଙ୍ଗାଲକୋଟ ରିଜନୀର କୌମିଲ୍ଲାରେ ଜଣେ ଦମ୍ପତି ଓ ସେମାନଙ୍କ ଛୋଟ ପିଲାର ମୃତୁ୍ୟ ଘଟିଛି । ଏମାନେ ଘର ଭିତରେ ରହିଥିବା ବେଳେ ଗୋଟିଏ ବଡ଼ ଗଛ ଏହା ଉପରେ ପଡ଼ି ଯାଇଥିଲା । ଫଳରେ ବାପା, ମା’ ଓ ଛୋଟ ପିଲାର ଜୀବନ ଯାଇଛି । ହଜାରିବାଗ ଅଞ୍ଚଳରେ ଜଣେ ରିକ୍ସା ଚାଳକଙ୍କ ଉପରେ କାନ୍ଥ ପଡ଼ିଯିବାରୁ ତାଙ୍କର ବି ମୃତୁ୍ୟ ଘଟିଛି । ଚିତ୍ତାଗଥଙ୍ଗର ସିତାକୁଣ୍ଡାର ରିଜନର ଗୋଟିଏ ନାଳରୁ ଜଣେ ଛୋଟ ପିଲାର ମୃତଦେହ ଉଦ୍ଧାର କରାଯାଇଛି । ପ୍ରଖର ସ୍ରୋତରେ ପିଲାଟି କୌଣସି ଉପର ଅଞ୍ଚଳକୁ ଭାସି ଆସିଥିବା ସନ୍ଦେହ କରାଯାଉଛି । ପାତୁଖାଲି ଓ ସିରାଜଗଞ୍ଜରେ ଡଙ୍ଗା ଓଲଟି ୩ ଜଣ ପ୍ରାଣ ହରାଇଛନ୍ତି । ଗଛ ପଡ଼ିବା ଯୋଗୁ ଆଉ ୪ ଜଣ ଓ କାନ୍ଥ ପଡ଼ି ୨ ଜଣ ଲୋକ ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାରେ ଆଖି ବୁଜିଥିବା ପ୍ରଶାସନ ସୂଚନା ଦେଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ଏଆଇସିସି ସଭାପତି ଦାୟିତ୍ୱ ନେବେ ଖଡଗେ

ଆଜି ଏଆଇସିସି ସଭାପତି ଦାୟିତ୍ୱ ନେବେ ଖଡଗେ

Read More...

ବ୍ରିଟେନରେ ସୁନକ ଶାସନ ଆରମ୍ଭ

ବ୍ରିଟେନରେ ସୁନକ ଶାସନ ଆରମ୍ଭ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page