ଗୁଣିଗାରେଡ଼ି ସନ୍ଦେହ: ପିଟିପିଟି ମହିଳାଙ୍କୁ ହତ୍ୟା

October 27, 2022, ଓଡ଼ିଶା, , Anupambharat News Bureau


ଗୁଣିଗାରେଡ଼ି ସନ୍ଦେହ: ପିଟିପିଟି ମହିଳାଙ୍କୁ ହତ୍ୟା
Anupambharat News Bureau
October 27, 2022


କବିସୂର୍ଯ୍ୟନଗର,୨୭ା୧୦(ଅନୁପମ ମିଡ଼ିଆ): କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମଧୁରଝୋଳି ଗାଁରେ ଗୁଣି ଗାରେଡି ସନ୍ଦେହରେ ବୁଧବାର ବିଳମ୍ବିତ ରାତିରେ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ମହିଳାଙ୍କ ମୃତୁ୍ୟ ଘଟିଛି । ଘଟଣାକୁ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ୩୩ ଜଣଙ୍କୁ ଗିରଫ କରିଥିବା କୁହାଯାଇଛି । ଗିରଫଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ବେଳେ ଗାଁ ପୁରୁଷ ଶୂନ୍ୟ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଥିବାରୁ ଗାଁରେ ଚାରି ପ୍ଳାଟୁନ ପୋଲିସ ମୁତୟନ ରହିଥିବା ଜଣାପଡ଼ିଛି । ମିଳିଥିବା ସୂଚନାନୁଯାୟୀ ମଧୁରଝୋଳି ଗାଁରେ ଗତ କିଛି ମାସ ଭିତରେ ଅସ୍ୱାଭାବିକ ଭାବେ ଲୋକଙ୍କ ମୃତୁ୍ୟ ଘଟିଥିଲା । ଏହି ଘଟଣାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା । ତେବେ ବୁଧବାର ଗାଁର ଜଣେ ଯୁବତୀଙ୍କ ଦେହରେ କୁଆଡ଼େ ପ୍ରେତାତ୍ମା ସବାର ହୋଇଥିଲା । ଗାଁର ଯୁଧିଷ୍ଠିର ନାହାକଙ୍କ ସମେତ ୪ ଜଣ ବ୍ୟକ୍ତି ଗୁଣି ଗାରେଡ଼ି କରୁଥିବା ଯୁବତୀ ଜଣକ ଗ୍ରାମବାସୀଙ୍କୁ କହିଥିଲେ । ଆଉ ଗାଁ ଲୋକେ ଏହାକୁ ବିଶ୍ୱାସ କରିଥିଲେ । ତା’ପରେ ଗାଁରେ ସଭା ବସିଥିଲ । ଯୁଧିଷ୍ଠିରଙ୍କ ସମେତ ଅନ୍ୟ ୩ ଜଣଙ୍କୁ ସଭାରେ ଉପସ୍ଥିତ ରହିବାକୁ କୁହାଯାଇଥିଲା । ସଭାରେ କେହି କିଛି କହିବା ପରିବର୍ତ୍ତେ ସନ୍ଦେହ ଘେରରେ ଥିବା ଚାରିଜଣଙ୍କୁ ନିର୍ଧୁମ ମାଡ଼ ଆରମ୍ଭ ହୋଇଥିଲାା ତେବେ ସ୍ୱାମୀ ଯୁଧିଷ୍ଟିରଙ୍କୁ ମାଡ଼ ଖାଉଥିବା ଦେଖି ସ୍ତ୍ରୀ ଝୁନୁ ପୋଲିସକୁ ଖବର ଦେଇଥିଲେ । ପୋଲିସ ଗାଁରେ ପହଞ୍ଚି ଯୁଧିଷ୍ଟିର ସମେତ ଅନ୍ୟଙ୍କୁ ଉଦ୍ଧାର କରି ଲୋକଙ୍କୁ ବୁଝାସୁଝା କରି ଫେରିଥିଲେ । ଘଟଣାକୁ ନେଇ ଗ୍ରାମବାସୀଙ୍କ ମନରେ ରାଗ ଆହୁରି ବଢ଼ିବାରେ ଲାଗିଥିଲା । ରାତିରେ ଯୁଧିଷ୍ଠିର ତାଙ୍କ ସ୍ତ୍ରୀ ଝୁନୁ ଓ ତାଙ୍କ ଦୁଇ ପୁଅ ଘରେ ଶୋଇଥିବା ବେଳେ ଗାଁର ଶତାଧିକ ପୁରୁଷ ଓ ମହିଳା ତାଙ୍କ ଘରେ ଧସେଇ ପଶି ଚାରି ଜଣ ଯାକୁ ଆକ୍ରମଣ କରିବାରେ ଲାଗିଥିଲେ । ତେବେ ଯୁଧିଷ୍ଟିର ଓ ତାଙ୍କ ଦୁଇ ପୁଅ ପ୍ରାଣ ବଞ୍ଚାଇବାକୁ ଦୌଡ଼ି ପଳାଇଥିବା ବେଳେ ଲୋକଙ୍କ ହାବୁଡ଼ରେ ପଡ଼ିଥିବା ଝୁନୁଙ୍କୁ ସେମାନେ ଘୋଷାଡି ଆଣି ପ୍ରବଳ ମାଡ ମାରିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ସୂଚନା ପାଇ କବିସୂର୍ଯ୍ୟ ନଗର , ପୋଲସରା, କୋଦଳା, ପୁରୁଷୋତ୍ତମପୁର ଥାନାର ବରିଷ୍ଠ ଅଧିକାରୀ ଓ କବିସୂର୍ଯ୍ୟନଗର ତହସିଲଦାରଙ୍କ ସହ ସାଇନଫଫିକ ଟିମ ସହିତ ୪ ପ୍ଲାଟୁନ ପୋଲିସ ଫୋର୍ସ ଧରି ଗାଁରେ ପହଞ୍ଚିଥିଲେ । ଏହାପରେ ଘଟଣାରେ ସମ୍ପୃକ୍ତଙ୍କୁ ଧରିବାକୁ ଚଢାଉ ସହ ୩୩ ଜଣଙ୍କୁ ଗିରଫ କରିଥିବା କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଚରଣ ବିଧି ଉଲ୍ଳଂଘନ ଅଭିଯୋଗ ଆସିଲେ ୧୦୦ ମିନିଟ୍‌ରେ କାର୍ଯ୍ୟାନୁଷ୍ଠାନ

ଆଚରଣ ବିଧି ଉଲ୍ଳଂଘନ ଅଭିଯୋଗ ଆସିଲେ ୧୦୦ ମିନିଟ୍‌ରେ କାର୍ଯ୍ୟାନୁଷ୍ଠାନ

Read More...

ପରମାଣୁ ଯୁଦ୍ଧ ଆଶଙ୍କା : ରୁଷର ଆଣବିକ ସମରାଭ୍ୟାସ ଘୋଷଣା

ପରମାଣୁ ଯୁଦ୍ଧ ଆଶଙ୍କା : ରୁଷର ଆଣବିକ ସମରାଭ୍ୟାସ ଘୋଷଣା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page