ଭୋପାଳରେ ବିଷାକ୍ତ ଗ୍ୟାସ୍‌ ନିର୍ଗତ,୧୫ ଅସୁସ୍ଥ

October 27, 2022, ଦେଶ, , Anupambharat News Bureau


ଭୋପାଳରେ ବିଷାକ୍ତ ଗ୍ୟାସ୍‌ ନିର୍ଗତ,୧୫ ଅସୁସ୍ଥ
Anupambharat News Bureau
October 27, 2022


ଭୋପାଲ: ମଧ୍ୟପ୍ରଦେଶର ରାଜଧାନୀ ନଗରୀ ଭୋପାଳରେ ଦୀର୍ଘ ୨୮ ବର୍ଷ ପରେ ପୁଣି ବିଷାକ୍ତ ଗ୍ୟାସ୍‌ ନିର୍ଗତ ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ଭୟଭୀତ କରିଛି । ଭୋପାଳରେ ପ୍ରତିଷ୍ଠିତ ଏକ ୱାଟରଫିଲ୍‌ଟର ପ୍ଲାଣ୍ଟରୁ କ୍ଲୋରିନ ଗ୍ୟାସ ନର୍ଗତ ହେବାରୁ ଅତି କମ୍‌ରେ ୧୫ ଜଣ ଲୋକ ଗୁରୁତର ଆସୁସ୍ଥ ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । କେତେକ ଲୋକ ଅଣନିଶ୍ୱାସୀ ହୋଇପଡିଥିବା ବେଳେ ଆଉ କେତେକ ଶ୍ୱାସରୁଦ୍ଧ ଅବସ୍ଥା ଅନୁଭବ କରିଥିଲେ । ପ୍ରାପ୍ତ ସୂଚନା ମୁତାବକ ଭୋପାଳ ନଗରୀର ମଦର ଇଣ୍ଡିଆ କଲୋନୀ ବସ୍ତି ନିକଟରେ ଥିବା ଏକ ୱାଟର ଫିଲଟର ପ୍ଲାଣ୍ଟରୁ ବୁଧବାର ରାତିରେ କ୍ଲୋରିନ ଗ୍ୟାସ୍‌ ଲିକ୍‌ ହେଉଥିବା ଜଣାପଡ଼ିଥିଲା । ପ୍ଲାଣ୍ଟରେ ଲାଗିଥିବା ୯ଶହ କେଜି ସିଲିଣ୍ଡରରେ ବୈଷୟିକ ତ୍ରୁଟି ଦେଖାଯିବାରୁ ଏପରି ଗ୍ୟାସ୍‌ ଲିକ୍‌ ହୋଇଥିବା ଜଣାଯାଇଛି । ଏହି ଗ୍ୟାସ୍‌ ଆଖି ପିଛୁଳାକେ ଚାରିଆଡ଼େ ବ୍ୟାପି ଯାଇଥିବା ବେଳେ ନିକଟରେ ଥିବା ଲୋକେ ଅସୁସ୍ଥତା ଅନୁଭବ କରିଥିଲେ । ଏପରିକି ସେମାନଙ୍କ ମଧ୍ୟରୁ ବହୁ ଜଣ ବେହୋସ ହୋଇ ପଡ଼ିଥିବା ବେଳେ ବହୁ ଜଣଙ୍କ ଆଖିରେ ଯନ୍ତ୍ରଣା ଅନୁଭବ ହେଉଥିଲା । ଏପରିକି କେତେ ଜଣ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ । ଖବର ପାଇ ତୁରନ୍ତ ଜିଲ୍ଲାପାଳ, ନିଗମ କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ୩ ଅସୁସ୍ଥଙ୍କୁ ହସ୍ପିଟାଲ ପଠାଇଥିଲେ । ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାଯାଇଛି । ନିଗମ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଖୋଜାଖୋଜି କରାଯାଇ ନିକଟରେ ଥିବା ୱାଟର ଫିଲଟର ପ୍ଲାଣ୍ଟରୁ କ୍ଲୋରିନ ଗ୍ୟାସ୍‌ ଲିକ୍‌ ହେଉଥିବା ଜଣାପଡ଼ିଲା । ପରେ ଏକ କ୍ରେନ୍‌ ସାହାଯ୍ୟରେ ଉକ୍ତ ସିଲିଣ୍ଡରକୁ ପାଣିରେ ପକାଇ, ସେଥିରେ ୫ କେଜି କାଷ୍ଟିକ ସୋଡା ପକାଇ ଉକ୍ତ ଲିକେଜକୁ ବନ୍ଦ କରାଯାଇଥିବା ଜଣାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଧଉଳି ଶାନ୍ତି ସ୍ତୁପର ସ୍ୱର୍ଣ୍ଣ ଜୟନ୍ତୀ : ଶାନ୍ତିର କୌଣସି ବିକଳ୍ପ ନାହିଁ ­ :ନବୀନ

ଧଉଳି ଶାନ୍ତି ସ୍ତୁପର ସ୍ୱର୍ଣ୍ଣ ଜୟନ୍ତୀ : ଶାନ୍ତିର କୌଣସି ବିକଳ୍ପ ନାହିଁ ­ :ନବୀନ

Read More...

୨୦୨୪କୁ ନବୀନଙ୍କ ନଜର: ଯୁବଗୋଷ୍ଠୀ ଓ ମହିଳାଙ୍କ ପରେ ଚାଷୀଙ୍କୁ ଫୋକସ୍‌

୨୦୨୪କୁ ନବୀନଙ୍କ ନଜର: ଯୁବଗୋଷ୍ଠୀ ଓ ମହିଳାଙ୍କ ପରେ ଚାଷୀଙ୍କୁ ଫୋକସ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page