ପୋଲିସ-ଗ୍ରାମବାସୀଙ୍କ ଧସ୍ତାଧସ୍ତି, ବହୁ ମହିଳା ଆହତ

October 31, 2022, ଓଡ଼ିଶା, , Anupambharat News Bureau


ପୋଲିସ-ଗ୍ରାମବାସୀଙ୍କ ଧସ୍ତାଧସ୍ତି, ବହୁ ମହିଳା ଆହତ
Anupambharat News Bureau
October 31, 2022


ଛତ୍ରପୁର,୩୧ ।୧୦(ଅନୁପମ ମିଡ଼ିଆ): ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ କାଳିପ୍ଲଲୀ ଗ୍ରାମ ନିକଟ ଟାଟା ଏସ୍‌ଇଜେଡ୍‌ ଅଧିକୃତ ଜମିରେ ଟାଟା ପକ୍ଷରୁ ସାର କାରଖାନ ପ୍ରତିଷ୍ଠାକୁ ଗ୍ରାମବାସୀ ବିରୋଧ କରି ଆନ୍ଦୋଳନ, ଧାରଣା ବେଳେ ପୋଲିସ ସହ ପ୍ରବଳ ଧସ୍ତାଧସ୍ତି ହୋଇଥିବା ଏବଂ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଲାଗି ରହିଥିବା ଖବର ମିଳିଛି । କାଳିପ୍ଲଲୀ ଗ୍ରାମ ନିକଟ ଟାଟା ଏସ୍‌ଇଜେଡ୍‌ ଅଧିକୃତ ଜମିରେ ଟାଟା ପକ୍ଷରୁ ସାର କାରଖାନ ପ୍ରତିଷ୍ଠାକୁ ଗ୍ରାମବାସୀ ବିରୋଧ ନେଇ ତିନିତିନିଥର ତ୍ରିପାକ୍ଷିକ ବୈଠକ ହୋଇଥିବା ଏବଂ ଉକ୍ତ ବୈଠକ ବିଫଳ ହେବା ପରେ କମ୍ପାନୀ କର୍ତ୍ତୃପକ୍ଷ କୋର୍ଟର ଆଶ୍ରୟ ନେଇଥିଲେ ।
ଏହି ଆଧାରରେ କମ୍ପାନୀ କର୍ତ୍ତୃପକ୍ଷ ପୋଲିସର ସହଯୋଗ ମଧ୍ୟରେ କାରଖାନା କାମ ଆରମ୍ଭ କରିଥିଲେ । ତେବେ ସୂଚନା ପାଇ ଆନ୍ଦୋଳନରତ କାଳିପଲ୍ଲୀ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗ୍ରାମବାସୀ ଘଟଣାସ୍ଥଳେ ପହଞ୍ଚି ବିରୋଧ ପ୍ରଦର୍ଶନ କରି କାମକୁ ବନ୍ଦ କରିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ ସହ ଗ୍ରାମବାସୀଙ୍କ ଧସ୍ତାଧସ୍ତି ହୋଇଥିଲା । ଏଥିରେ ଗ୍ରାମର କିଛି ମହିଳା ମଧ୍ୟ ଆହତ ହୋଇଥିବା ଜଣାପଡିଛି ।
ଏହି ପ୍ରକଳ୍ପକୁ ବିରୋଧ କରି ଗ୍ରାମବାସୀ ଗତ ଜୁନ୍‌ ୧୧ ତାରିଖଠୁ ଆନ୍ଦୋଳନ ଜାରି ରଖିଛନ୍ତି । ଟାଟା ଷ୍ଟିଲ୍‌ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍‌(ଏସ୍‌ଇଜେଡ୍‌) ଅଞ୍ଚଳରେ ଟାଟା ପକ୍ଷରୁ ‘ଦୀପକ୍‌’ ସାର ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ଆସୁଥିବା କମ୍ପାନୀର ପ୍ରକଳ୍ପ କାମରେ ବାଧା ସୃଷ୍ଟି ହେଉଥିବାକୁ ଦୃଷ୍ଟିରେ ରଖି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ମଲ୍ଲିକ ଗତ ୨୪ ତାରିଖରେ ଛତ୍ରପୁର ସ୍ଥିତ ସବଜଜ୍‌ କୋର୍ଟଙ୍କ ଆଶ୍ରୟ ନେଇ ଏକ ଇଞ୍ଜୁକେସନ୍‌ା(ନିଷେଧାଦେଶ) ପିଟିସନ୍‌ ଦାଖଲ କରିଛନ୍ତି । ଏହାର ଶୁଣାଣି କରି ପ୍ରକଳ୍ପ କାମ ଚାଲିଥିବା ସ୍ଥାନ ଠାରୁ ୫୦ ମିଟର ଦୂରତ୍ୱ ମଧ୍ୟରେ ଆନ୍ଦୋଳନକାରୀମାନେ କୌଣସି ଆନ୍ଦୋଳନ, ଧାରଣା କିମ୍ବା କିଛି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନ କରିବା ପାଇଁ ଜଜ୍‌ ଗତ ଅଗଷ୍ଟ ୫ ତାରିଖରେ ତାଙ୍କରି ରାୟରେ ପ୍ରକାଶ କରିଛନ୍ତି । ଏହାସେ‰ ଗ୍ରାମବାସୀ ଆଇନକୁ ହାତକୁ ନେଉଥିବା ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ କୁହାଯାଇଛି । ଏହି ଆନ୍ଦୋଳନ ସ୍ଥଳରେ ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ଗଞ୍ଜାମ ତହସିଲଦରା ଅରୁଣ କୁମାର ନାୟକ, ଅତିରିକ୍ତ ଏସ୍ପି ପି.କେ.ଦଳାଇ, ଛତ୍ରପୁର ଏସïିପିଓ ଗୌତମ କିଷାନ୍‌, ଚମାଖଣ୍ଡି, ଛତ୍ରପୁର, ଗଞ୍ଜାମ ଓ ରମ୍ଭା ଥାନା ଅଧିକାରୀ ସହ ବହୁ ସଂଖ୍ୟକ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅବନ୍ତୀଙ୍କ ପାଇଁ ଭର୍ଚୁଆଲ ପ୍ରଚାର କଲେ ନବୀନ : ‘ଧାମନଗର ବିକାଶ ଦାୟିତ୍ୱ ମୋର ’

ଅବନ୍ତୀଙ୍କ ପାଇଁ ଭର୍ଚୁଆଲ ପ୍ରଚାର କଲେ ନବୀନ : ‘ଧାମନଗର ବିକାଶ ଦାୟିତ୍ୱ ମୋର ’

Read More...

ଆଞ୍ଚଳିକ ଭାଷାରେ ଡାକ୍ତରୀ ପଢା :ନିଯୁକ୍ତି ସୁଯୋଗ ସଙ୍କୁଚିତ ଆଶଙ୍କା

ଆଞ୍ଚଳିକ ଭାଷାରେ ଡାକ୍ତରୀ ପଢା :ନିଯୁକ୍ତି ସୁଯୋଗ ସଙ୍କୁଚିତ ଆଶଙ୍କା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page