୮ରେ ଶ୍ରୀମନ୍ଦିରରେ ଗ୍ରହଣ ନୀତି

November 03, 2022, ଓଡ଼ିଶା, , Anupambharat News Bureau


୮ରେ ଶ୍ରୀମନ୍ଦିରରେ ଗ୍ରହଣ ନୀତି
Anupambharat News Bureau
November 03, 2022


ପୁରୀ,୩ା୧୧(ଅନୁପମ ମିଡ଼ିଆ): ଆସନ୍ତା ଆଠ ତାରିଖରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଭାବେ ଚନ୍ଦ୍ର ଗ୍ରହଣ ନୀତି ଅନୁଷ୍ଠିତ ହେବ । ଏହି ସମ୍ପର୍କରେ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତିି ନିଆଯାଇଛି । ଆସନ୍ତା ଆଠ ତାରିଖ ମଙ୍ଗଳବାର ସକାଳ ୫ଟା ୫୪ ମିନିଟ୍‌ ୫୩ ସେକେଣ୍ଡ ଠାରୁ ଅନ୍ନ ଭୋଜନ, ପାକ କର୍ମ ଓ ଦେବନୀତି ବାରଣ କରାଯାଇଛି । ଭୋର ୫ଟା ୫୦ ମିନିଟ୍‌ ପୂର୍ବରୁ ମହାପ୍ରସାଦ ଭୋଗ ମଣ୍ଡପରେ ଲାଗିବା ପାଇଁ ସ୍ଥିର ହୋଇଛି । ରାତି ସାଢ଼େ ଦିଟାରୁ ମହାପ୍ରଭୁଙ୍କ ସୁନାବେଶ ବା ରାଜାଧିବେଶ ଆରମ୍ଭ ହେବ । ରାତିରେ ଭକ୍ତଙ୍କ ଦର୍ଶନ ବନ୍ଦ ରଖାଯିବ । ଭୋଗ ମଣ୍ଡପ ନୀତି ଶେଷ ପରେ ସକାଳୁ ଭକ୍ତମାନେ ଶ୍ରୀମନ୍ଦିରକୁ ଯାଇ ସୁନାବେଶ ଦର୍ଶନ କରିପାରିବେ ବୋଲି ସ୍ଥିର ହୋଇଛି । ଅପରାହ୍ନ ୨ଟା ୩୮ ମିନିଟ୍‌ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ପୂର୍ବରୁ ସୁନାବେଶ ମଇଲମ କରାଯିବ । ସନ୍ଧ୍ୟା ୬ଟା ୧୮ ମିନିଟ୍‌ ୪୭ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ । ପରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ , ଗ୍ରହଣ ଭୋଗ ନୀତି ଓ ଅନ୍ୟାନ୍ୟ ନୀତିକାନ୍ତି ଆରମ୍ଭ ହେବ । ୭ ତାରିଖ ରାତି ୧୨ଟା ୧୦ ମିନିଟ୍‌ରେ ଦ୍ୱାର ଫିଟା ନୀତି, ୧୨ଟା ୨୫ରେ ଭିତର ଶୋଧ, ମଙ୍ଗଳ ଆଳତୀ, ରୋଷ ହୋମ, ମଇଲମ ଓ ତଡ଼ପଲାଗି ନୀତି ସମାପନ ହେବ । ରାତି ୨ଟାରେ ସୂର୍ଯ୍ୟ ପୂଜା ହୋଇ ୫ଟା ୫୦ ମିନିଟ୍‌ ସୁଦ୍ଧା ଭୋଗ ମଣ୍ଡପ ଶେଷ ହେବ । ଭୋର ୫ଟା ୫୦ ମିନିଟ୍‌ ପୂର୍ବରୁ ଡଙ୍ଗା ଭସା ଓ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଧାମନଗର ଉପନିର୍ବାଚନ :ପାଞ୍ଚ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ : ୬୬.୬୩ ପ୍ରତିଶତ ମତଦାନ

ଧାମନଗର ଉପନିର୍ବାଚନ :ପାଞ୍ଚ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ : ୬୬.୬୩ ପ୍ରତିଶତ ମତଦାନ

Read More...

ଅବନ୍ତୀଙ୍କ ପାଇଁ ଭର୍ଚୁଆଲ ପ୍ରଚାର କଲେ ନବୀନ : ‘ଧାମନଗର ବିକାଶ ଦାୟିତ୍ୱ ମୋର ’

ଅବନ୍ତୀଙ୍କ ପାଇଁ ଭର୍ଚୁଆଲ ପ୍ରଚାର କଲେ ନବୀନ : ‘ଧାମନଗର ବିକାଶ ଦାୟିତ୍ୱ ମୋର ’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page