ସୁଇସ ବ୍ୟାଙ୍କ ପ୍ରକାଶ କରିବ କଳାଟଙ୍କା ରଖିଥିବା ବ୍ୟକ୍ତିଙ୍କ ନାମ

May 28, 2019, ଦେଶ, , Anupambharat News Bureau


ସୁଇସ ବ୍ୟାଙ୍କ ପ୍ରକାଶ କରିବ କଳାଟଙ୍କା ରଖିଥିବା ବ୍ୟକ୍ତିଙ୍କ ନାମ
Anupambharat News Bureau
May 28, 2019

ନୂଆଦିଲ୍ଲୀ: ସୁଇଜରଲ୍ୟାଣ୍ଡ ବ୍ୟାଙ୍କ ନାମ ଗୋପନ ରଖି କଳାଟଙ୍କା ରଖିବାର ଏକ ପ୍ରମୁଖ ଠିକଣା । ଏବେ ଏହି ବ୍ୟାଙ୍କ କଳାଟଙ୍କା ରଖିଥିବା ଭାରତୀୟ ଜମାକାରୀଙ୍କ ନାମ ପ୍ରକାଶ କରିବ । ଦୀର୍ଘ ଦିନରୁ ଭାରତ ସରକାର ଏଥିପାଇଁ ପ୍ରୟାସ କରୁଥିଲେ ମଧ୍ୟ ଏବେ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି ସୁଇଜରଲ୍ୟାଣ୍ଡ ସରକାର । ଏନେଇ ସୁଇଜରଲାଣ୍ଡ ସରକାର ବିଜ୍ଞପ୍ତି ପ୍ରକାଶ କରିଥିବା ଜଣାପଡ଼ିଛି । ଗତ ସପ୍ତାହରେ ୧୧ ଜଣ ଭାରତୀୟ ସୁଇସ୍‌ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ ସୁଇଜରଲ୍ୟାଣ୍ଡ ସରକାର ନୋଟିସ୍‌ ପଠାଇଛନ୍ତି । ତେବେ ଏହା ପୂର୍ବରୁ ସୁଇଜରଲ୍ୟାଣ୍ଡ ସରକାର ମାର୍ଚ୍ଚ ମାସରେ ୧୪ ଭାରତୀୟ ଆକାଉଣ୍ଟଧାରୀଙ୍କୁ ନୋଟସ୍‌ ପଠାଇଥଲେ ବୋଲି ଜଣାପଡ଼ିଛି । ଆକାଉଣ୍ଟଧାରୀ ମାନେ ଯଦି ତାଙ୍କ ବାବଦରେ ସୂଚନା ପ୍ରକାଶ କରିବା ପାଇଁ ଚାହୁଁ ନାହାନ୍ତି ତା’ହେଲେ ଏଥିପାଇଁ ଏକ ଅପିଲ କରିପାରିବେ ବୋଲି ନୋଟିସରେ ଉଲ୍ଲେଖ ରହିଛି । ଏଥିପାଇଁ ୩୦ଦିନ ସମୟ ଦିଆଯାଇଛି ଏବଂ ଏହା ଅନ୍ତିମ ଅପିଲ୍‌ ହେବ ବୋଲି ନୋଟିସ୍‌ରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଯଦି ଅପିଲ୍‌ ନକରିବେ ତାହେଲେ ସୁଇଜରଲ୍ୟାଣ୍ଡ ସରକାର ତାଙ୍କର ଜମାରାଶି ସଂକ୍ରାନ୍ତ ସମ୍ପୂର୍ଣ୍ଣ ତଥ୍ୟ ଭାରତ ସରକାରକୁ ଦେବେ । ଏହି ବିଜ୍ଞପ୍ତିରେ ଆକାଉଣ୍ଟଧାରୀ ବ୍ୟକ୍ତିଙ୍କ ନାମ ବଦଳରେ ତାଙ୍କର ଜନ୍ମତାରିଖ ଏବଂ ନାଗରିକତ୍ୱ ସମ୍ପର୍କରେ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଭାରତୀୟଙ୍କ ନାମ ଜଣାପଡ଼ିଛି । ଏମାନେ ହେଲେ ୧୯୪୯ ମସିହା ମେ’ ମାସରେ ଜନ୍ମଗ୍ରହଣ କରିଥିବା କୃଷ୍ଣ ଭଗବାନ ରାମଚନ୍ଦ୍ର, ଅନ୍ୟଜଣେ ୧୯୭୨ ମସିହା ସେପେଫମ୍ବରରେ ଜନ୍ମିତ ହର୍ଷଦ କିନାରୀୱାଲା । ତେବେ ଅନ୍ୟ ସୁଇସ୍‌ ଆକାଉଣ୍ଟଧାରୀଙ୍କ କେବଳ ଜନ୍ମତିଥି ମିଳିଛି । ଏହି ସମସ୍ତ ଆକାଉଣ୍ଟଧାରୀ ୩୦ ଦିନ ମଧ୍ୟରେ ନିଜର ଆପତ୍ତି ଜଣାଇପାରିବେ । ନ’ହେଲେ ସୁଇଜରଲ୍ୟାଣ୍ଡ ସରକାର ସମସ୍ତ ତଥ୍ୟ ଭାରତ ସରକାରଙ୍କୁ ପ୍ରଦାନ କରିବେ ବୋଲି ଜଣାପଡ଼ିଛି । ମେ ୭ରେ ଭାରତ ଜନ୍ମିତ ରତନ ସିଂହ ଚୌଧୁରୀ, କୁଲଦୀପ ସିଂହ ଧିଙ୍ଗାରୀ, ଅନୀଲ ଭରଦ୍ୱାଜଙ୍କୁ ବି ଏହି ଭଳି ନୋଟିସ୍‌ ପଠାଯାଇଥିଲା । ତେବେ ପ୍ରକାଶ ପାଇବାକୁ ଥିବା ସୁଇସ୍‌ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ତାଲିକାରେ ଅନେକଙ୍କ ନାମ ପାନାମା ପେପର ଏବଂ ଏଚ୍‌ଏସ୍‌ବିସି ବ୍ୟାଙ୍କ ତାଲିକାରେ ମଧ୍ୟ ରହିଥାଇ ପାରେ ବୋଲି କୁହାଯାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୁଇ ଦିନ ଉପାସ ରହିବା ପରେ ଖାଇଲେ ଲାଲୁ

ଦୁଇ ଦିନ ଉପାସ ରହିବା ପରେ ଖାଇଲେ ଲାଲୁ

Read More...

 ଗୁଳିମାଡରେ ଯୁବକ ଗୁରୁତର

ଗୁଳିମାଡରେ ଯୁବକ ଗୁରୁତର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page