ଆଜିଠୁ ବିଧାନସଭା ଅଧିବେଶନ :ସୁରକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

November 23, 2022, ଓଡ଼ିଶା, , Anupambharat News Bureau


ଆଜିଠୁ ବିଧାନସଭା ଅଧିବେଶନ  :ସୁରକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା
Anupambharat News Bureau
November 23, 2022


ଭୁବନେଶ୍ୱର, ୨୩ା୧୧ (ଅନୁପମ ମିଡିଆ): ­ ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବା ବେଳେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ କମିଶନରେଟ ପୋଲିସ୍‌ କରିଥିବା ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିଛନ୍ତି । ଏହି ଅବସରରରେ ତାଙ୍କ ସହ ଆଇନ ଶୃଙ୍ଖଳା ଏଡିଜି , ଗୁଇନ୍ଦା ଡିଆଇଜି, ପୋଲିସ କମିଶନର, ଭୁବନେଶ୍ୱର ଡିସିପି, ଟ୍ରାଫିକ ଡିସିପି ଓ ବରିଷ୍ଠ ଅଧିକାରୀ ସାମିଲ ଥିଲେ ।
ମିଳିଥିବା ସୂଚନା ଅନୁସାରେ ଶୀତକାଳୀନ ଅଧିବେଶନର ସୁରକ୍ଷା ବ୍ୟବସ୍ଥା ପାଇଁ କମିସନରେଟ୍‌ ପୋଲିସ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛି । ଏହି ସମୟରେ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରହିବ ବିଧାନସଭା । ବିଧାନସଭା ଏବଂ ଆଖପାଖ ଅଞ୍ଚଳକୁ ପୋଲିସ ଛାଉଣିରେ ପରିଣତ କରାଯିବ । ଏଥିପାଇଁ ୩୪ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହେବ । ସୁରକ୍ଷାକୁ ଅଧିକ କଡ଼ାକଡ଼ି ପାଇଁ ବିଧାନସଭା ଗେଟ୍‌, ରବୀନ୍ଦ୍ରମଣ୍ଡପ ଗେଟ୍‌, ଲୋୟର ପିଏମ୍‌ଜି ଆଦି ୫ଟି ସ୍ଥାନରେ ୫ଟି ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ ରୁମ୍‌ କରାଯାଇଛି । ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ ୫ଜଣ ଅତିରିକ୍ତ ଡିସିପି, ୧୧ଜଣ ଡିଏସ୍‌ପି ପାହ୍ୟାର ଅଧିକାରୀ, ୧୩ଜଣ ଆଇଆଇସିଙ୍କୁ ମିଶାଇ ୧୦୦ରୁ ଅଧିକ ଅଧିକାରୀ ଦାୟିତ୍ୱରେ ରହିବେ ।
ସେହିପରି ଷ୍ଟ୍ରାଇକିଂ ଫୋର୍ସ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍‌ ସ୍କ୍ୱାଡ୍‌, ଅଗ୍ନିଶମ ବିଭାଗ ଆଦି ସବୁ ଦିଗ ଉପରେ ନଜର ରଖିବେ । ବିଧାନସଭାଠାରୁ ଆରମ୍ଭ କରି ଲୋୟର ପିଏମ୍‌ଜି, ରବୀନ୍ଦ୍ରମଣ୍ଡପ ଛକ ଏବଂ ସଂଲଗ୍ନ ରାସ୍ତାରେ ସିସିଟିଭି ଲଗାଯାଇଥିବା ନେଇ ସୂଚନା ଦିଆଯାଇଛି । ଡିସିପି ସିଂ କହିଛନ୍ତି, ଚଳିତଥର ବିଧାନସଭା ଅଧିବେଶନ ପାଇଁ ବିଧାନସଭା ଚାରିପଟେ ସଶସ୍ତ୍ର ସୁରକ୍ଷା ବାହିନୀ ଅହୋରାତ୍ର ଜଗି ରହିବେ । ବିଧାନସଭା ଛାତ ଉପରେ ମଧ୍ୟ ପୋଲିସ ରହିବେ । ପ୍ରବେଶ ପଥରେ ଦୁଇଟି ଚେକ୍‌ପୋଷ୍ଟ କରାଯାଇଛି । ସୂଚନାଯେ, ଚଳିତ ବର୍ଷର ଏହି ଅଧିବେଶନ ଅଧିକ ପ୍ରସଙ୍ଗକୁ ନେଇ ଲୋକାଭିମୁଖୀ ହେବ ବୋଲି ଆଶା କରାଯାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
‘ଇସିଆଇଙ୍କ ନିଯୁକ୍ତି ଫାଇଲ ଦାଖଲ କର’

‘ଇସିଆଇଙ୍କ ନିଯୁକ୍ତି ଫାଇଲ ଦାଖଲ କର’

Read More...

ଆଜିଠୁ ମାଟ୍ରିକ ଏସଏ-୧ ପରୀକ୍ଷା

ଆଜିଠୁ ମାଟ୍ରିକ ଏସଏ-୧ ପରୀକ୍ଷା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page