ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରି ହାଉସ୍‌ ସର୍ଜନ୍‌ ଗିରଫ

November 23, 2022, ଓଡ଼ିଶା, , Anupambharat News Bureau


ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରି ହାଉସ୍‌ ସର୍ଜନ୍‌ ଗିରଫ
Anupambharat News Bureau
November 23, 2022


ବ୍ରହ୍ମପୁର,୨୩ା୧୧(ଅନୁପମ ମିଡ଼ିଆ): ବ୍ରହ୍ମପୁର ସ୍ଥିତ ଏମ୍‌କେସିଜି ମେଡିକାଲ୍‌ କଲେଜ ହସ୍ପିଟାଲ୍‌ର ଜନୈକା ଏମ୍‌ବିବିଏସ୍‌ ଛାତ୍ରୀଙ୍କୁ ମାଡ଼ମାରି ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ପୋଲିସ ଜଣେ ହାଉସ୍‌ ସର୍ଜନ୍‌ ଡାକ୍ତରୀ ଛାତ୍ରଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।
ଗତକାଲି ଭୋରରେ ବଡ଼ ଡାକ୍ତରଖାନା ପରିସରରେ ଜନୈକା ଏମ୍‌ବିବିଏସ୍‌ ଶେଷ ବର୍ଷର ଛାତ୍ରୀ ଡ଼ୁ୍ୟଟି ସାରି ହଷ୍ଟେଲ୍‌ ଯାଉଥିବା ବେଳେ ହାଉସ୍‌ ସର୍ଜନ୍‌ ଡାକ୍ତରୀ ଛାତ୍ର ସୁପନ୍‌ କୁମାର ପାଢ଼ୀ ତାଙ୍କୁ ଅଟକାଇ ଦୁର୍ବ୍ୟବହାର ପ୍ରଦର୍ଶନ ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏନେଇ ପୀଡ଼ିତା ଜଣକ ବୈଦ୍ୟନାଥପୁର ଥାନାରେ ଏକ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଚଳାଇ ଏକ ମାମଲା ରୁଜୁ କରିଥିଲେ । ଆଜି ଅଭିଯୁକ୍ତ ହାଉସ୍‌ ସର୍ଜନ୍‌ ଡାକ୍ତରଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ବ୍ରହ୍ମପୁର ଏସ୍‌ପି ଡ଼. ସର୍ବଣା ବିବେକ ଏମ୍‌ ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅର୍ଚ୍ଚନା ପ୍ରସଙ୍ଗରେ ଗୃହରେ ହୋହଲ୍ଳା : ସୁରୁଖୁରୁରେ ଚାଲି ପାରିଲାନି ପ୍ରଥମ ଦିନ

ଅର୍ଚ୍ଚନା ପ୍ରସଙ୍ଗରେ ଗୃହରେ ହୋହଲ୍ଳା : ସୁରୁଖୁରୁରେ ଚାଲି ପାରିଲାନି ପ୍ରଥମ ଦିନ

Read More...

କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌

କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page