ଓଡ଼ିଶା ଅଗ୍ନିଶମ ସେବା ସଂଶୋଧନ ବିଲ୍‌ ପାରିତ

November 26, 2022, ଓଡ଼ିଶା, , Anupambharat News Bureau


ଓଡ଼ିଶା ଅଗ୍ନିଶମ ସେବା ସଂଶୋଧନ ବିଲ୍‌ ପାରିତ
Anupambharat News Bureau
November 26, 2022

ଅଗ୍ନିଶମ ସେବା ନିର୍ଦ୍ଦେଶକଙ୍କ ପାଖରେ ରହିବ କ୍ଷମତା
ମିଥ୍ୟା ତଥ୍ୟ ଦେଲେ ଥିବା ଅର୍ଥ ଦଣ୍ଡର ବ୍ୟବସ୍ଥା ବଢ଼ିବ
ସୋମବାର ଯାଏଁ ଗୃହ ମୁଲତବୀ
ଭୁବନେଶ୍ୱର,୨୬ା୧୧(ଅନୁପମ ମିଡ଼ିଆ):ଓଡ଼ିଶା ଅଗ୍ନିଶମ ସେବା ସଂଶୋଧନ ବିଲ ବିଧାନସଭାରେ ଶନିବାର ପାରିତ ହୋଇଯାଇଛି । ଏଥି ସହିତ ଚଳିତ ଶୀତକାଳୀନ ଅଧିବେଶନର ତୃତୀୟ ଦିନର ବିଧାନସଭା କାର୍ଯ୍ୟ ଶେଷ ହୋଇଯାଇଛି । ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଆସନ୍ତା ସୋମବାର ସକାଳ ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି । ସୂଚନାଯୋଗ୍ୟ, ଓଡ଼ିଶାରେ ଅଗ୍ନି ନିରୋଧ ଓ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରିବା ନିମନ୍ତେ ଓଡ଼ିଶା ଅଗ୍ନିଶମ ସେବାର ଅଧିନିୟମ-୧୯୯୩ ପ୍ରଣୟନ କରାଯାଇ ଏଯାବତ କାର୍ଯ୍ୟକାରୀ ହୋଇ ଆସୁଅଛି । ଇତିମଧ୍ୟରେ ଅଗ୍ନିଶମ ସେବାର କାର୍ଯ୍ୟ ପରିସର, ଦାୟିତ୍ୱବୋଧ ଆଶାତୀତ ଭାବେ ବୃଦ୍ଧି ହୋଇଅଛି । ପ୍ରାକୃତିକ ତଥା ମନୁଷ୍ୟକୃତ ବିପର୍ଯ୍ୟୟ ସମୟରେ ଅଗ୍ନିଶମ ବାହିନୀ ପ୍ରଥମେ ସେବା ଯୋଗାଇଥାନ୍ତି । ଏହି ପରିପ୍ରେକ୍ଷୀରେ ଭାରତ ସରକାର ଏକ ସଂଶୋଧନ ଆଦର୍ଶ ବିଲ୍‌ ପ୍ରସ୍ତୁତ କରି ସମସ୍ତ ରାଜ୍ୟମାନଙ୍କୁ ସୁପ୍ରଚଳିତ ଅଧିନିୟମ ତଥା ନିୟମାବଳୀକୁ ଆବଶ୍ୟକ ମତେ ସଂଶୋଧନ କରିବା ନିମନ୍ତେ ଅନୁରୋଧ କରିଅଛନ୍ତି । ତଦନୁଯାୟୀ ଓଡିଶା ଅଗ୍ନିଶମ ସେବା ଅଧୁନିୟମ, ୧୯୯୩ର ସଂଶୋଧନ ନିମନ୍ତେ ଏକ ଚିଠା ବିଲ୍‌, ଯଥା ଓଡିଶା ଅଗ୍ନିଶମ ସେବା (ସଂଶୋଧନ ) ବିଲ, ୨୦୨୨, ନିମ୍ନଲିଖତ ବ୍ୟବସ୍ଥା ଥାଇ ପ୍ରସ୍ତୁତ କରାଯାଇଅଛି । ଉକ୍ତ ଚିଠା ବିଲ୍‌ରେ ଓଡିଶା ଅଗ୍ନିଶମ ଓ ଜରୁରୀସେବାକୁ ସୁଦୃଢ କରିବାପାଇଁ ରାଜ୍ୟ ସରକାରଙ୍କଠାରେ ନ୍ୟସ୍ତ କ୍ଷମତା ଅଗ୍ନିଶମ ସେବା ନିର୍ଦ୍ଦେଶକଙ୍କୁ ହସ୍ତାନ୍ତର କରାଯିବାର ପ୍ରସ୍ତାବ ଅଛି । ଏହା ମଧ୍ୟ ପ୍ରସ୍ତାବ ଅଛି ଯେ, ଏହି ଅଧିନିୟମର ଯଥାଯଥ ଉପଯୋଗ ନିମନ୍ତେ ଅଗ୍ନିଶମ ସେବା ନିର୍ଦ୍ଦେଶକ ତାଙ୍କ କ୍ଷମତାର କିଛି ଅଂଶ ଅଧସ୍ତନ ଅଧିକାରୀଙ୍କୁ ହସ୍ତାନ୍ତର କରିପାରିବେ । ନୀୟମାନୁଯାୟୀ ଅଗ୍ନିସୁରକ୍ଷା ନିରୀକ୍ଷକ ନିଯୁକ୍ତି ନ କଲେ
ଦଣ୍ଡର
ବ୍ୟବସ୍ଥା ପାଇଁ ପ୍ରସ୍ତାବ ରହିଅଛି । ପ୍ରଚଳିତ ବିଧି ବ୍ୟବସ୍ଥାରେ ସୁରକ୍ଷା ବ୍ୟବସ୍ଥାରେ ଖିଲାପି, ଅଗ୍ନିନିର୍ବାପନ କାର୍ଯ୍ୟରେ ଜାଣିଶୁଣି ବାଧା ପହଞ୍ଚାଇବା ଏବଂ ଅଗ୍ନିକାଣ୍ଡ ସମ୍ପର୍କିତ ମିଥ୍ୟା ତଥ୍ୟ ପ୍ରଦାନ କରିବା ପାଇଁ ନୁ୍ୟନତମ ଅର୍ଥ ଦଣ୍ଡର ବ୍ୟବସ୍ଥା ଥିବାରୁ ତାହାକୁ ବର୍ଦ୍ଧିତ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । କମ୍ପାନୀ ମାନଙ୍କୁ ଓଡିଶା ଅଗ୍ନିଶମ ସେବା ଅଧିନିୟମ ପରିସର ଭୁକ୍ତ କରି, ଅଗ୍ନି ସୁରକ୍ଷା ପ୍ରମାଣପତ୍ର ରଖିବାରେ ବିଫଳ ହେଲେ, ଦଣ୍ଡ ବିଧାନ କରିବା ନିମନ୍ତେ ପ୍ରସ୍ତାବ ଅଛି । ପ୍ରସ୍ତାବିତ ସଂଶୋଧନ ବିଲ୍‌ ବିବାଦ ଗୁଡ଼ିକରେ ଆପୋଷ ସବାଧାନର ଏକ ନୂତନ ବ୍ୟବସ୍ଥା ରଖିବାକୁ ପ୍ରସ୍ତାବ ଦିଆଯାଇଅଛି । ପର;ୁ, ଅଗ୍ନିଶମ ସେବା ନିର୍ଦ୍ଦେଶକ କିମ୍ବା ଅନ୍ୟ ପ୍ରଧିକୃତ ଅଧିକାରୀଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି କିମ୍ବା ଆଦେଶ ଅଥବା ଅଧିଗ୍ରହଣକୁ ପାଳନ କରିବାରେ ଅସମର୍ଥ ହେଲେ, ଏହା ଆପୋଷ ସମାଧାନ ଭୁକ୍ତ ହୋଇପାରିବ ନାହିଁ । ଅଗ୍ନି ନିର୍ବାପନ ସମ୍ବନ୍ଧୀୟ ସମସ୍ତ ମାମଲା ପ୍ରଥମ ଶ୍ରେଣୀ ନ୍ୟାୟିକ ମାଜିଷ୍ଟ୍ରେଟ୍‌ଙ୍କ ଦ୍ୱାରା ବିଚାର କରାଯିବାର ବ୍ୟବସ୍ଥା ରହିଅଛି । ଏତଦବ୍ୟତୀତ, ଅଗ୍ନିଶମ ସେବା ନିର୍ଦ୍ଦେଶକ କିମ୍ବା ତାଙ୍କଦ୍ୱାରା ପ୍ରାଧିକୃତ ଅଧିକାରୀଙ୍କ ଲିଖିତ ଅଭିଯୋଗ ବିନା କୌଣସି ନ୍ୟାୟାଳୟ ଅଗ୍ନିଶମ ନିୟମ ଉଲ୍ଳଂଘନ ଜନିତ ଅପରାଧକୁ ଧ୍ୟାନକୁ ନେବେ ନାହିଁ । ଅଗ୍ନିଶମ ସେବା ଅଧିନିୟମ କାର୍ଯ୍ୟକାରୀ କରିବା ହେତୁ ଆଗତ ଅଭିଯୋଗ ଗୁଡିକର ନିର୍ଦ୍ଧିଷ୍ଠ ସମୟ ସୀମାରେ ଅନାୟାସ ସମାଧାନ ନିମନ୍ତେ ଏହି ଅଧିନିୟମରେ ପ୍ରଥମ ଅପିଲ କର୍ତ୍ତୃପକ୍ଷ ଓ ଦ୍ୱିତୀୟ ଅପିଲ କର୍ତ୍ତୃପକ୍ଷ ବ୍ୟବସ୍ଥା ରହିଅଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ରେଳ ପ୍ରକଳ୍ପର ଅଗ୍ରଗତି ନେଇ ଅଶ୍ୱିନୀଙ୍କ ସମୀକ୍ଷା :  ରଥଯାତ୍ରା ପୂର୍ବରୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ୍‌

ରେଳ ପ୍ରକଳ୍ପର ଅଗ୍ରଗତି ନେଇ ଅଶ୍ୱିନୀଙ୍କ ସମୀକ୍ଷା : ରଥଯାତ୍ରା ପୂର୍ବରୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ୍‌

Read More...

ଡିସେମ୍ବର ୧ ସୁଦ୍ଧା ମିଳିବ ଶୀତ ସହାୟତା:  କମ୍ବଳ ପାଇଁ ୩୦୦ ଲେଖାଏଁ ପାଇବେ

ଡିସେମ୍ବର ୧ ସୁଦ୍ଧା ମିଳିବ ଶୀତ ସହାୟତା: କମ୍ବଳ ପାଇଁ ୩୦୦ ଲେଖାଏଁ ପାଇବେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page