ତିନି ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକଙ୍କ ମହାସମାବେଶ

November 27, 2022, ଓଡ଼ିଶା, , Anupambharat News Bureau


ତିନି ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକଙ୍କ ମହାସମାବେଶ
Anupambharat News Bureau
November 27, 2022


ଭୁବନେଶ୍ୱର, ୨୭ ।୧୧ (ଅନୁପମ ମିଡିଆ): ମିଳିତ ପ୍ରାଥମିକ ମହାସଂଘର ଆହ୍ୱାନ କ୍ରମେ ବିଧାନସଭା ସମ୍ମୁଖରେ ଏକଲକ୍ଷରୁ ଉର୍ଦ୍ଧ୍ୱ ନୂତନ ପେନସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକମାନଙ୍କ ମହାସମାବେଶ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଶିକ୍ଷାନୀତିକୁ ଶିକ୍ଷକ ନେତୃବୃନ୍ଦ ତୀବ୍ର ସମାଲୋଚନା କରିଛନ୍ତି । ସରକାର ପ୍ରାଥମିକ ଶିକ୍ଷାକୁ ଆମ ରାଜ୍ୟରେ ଆଦୌ ଗୁରୁତ୍ୱ ଦେଉନାହାଁନ୍ତି । ଆର୍ଥିକ ଉଦାରୀକରଣ ଅର୍ଥନୀତିକୁ ସରକାର ଆପଣାଇ ଠିକା ଓ ଚୁକ୍ତିରେ ପ୍ରାଥମିକ ଶିକ୍ଷକ ନିଯୁକ୍ତି କରି ଉଚ୍ଚଶିକ୍ଷିତ ଯୁବକଯୁବତୀ ମାନଙ୍କୁ ଶୋଷଣ କରୁଛନ୍ତି । ସରକାରୀ ବିଦ୍ୟାଳୟର ଭିତ୍ତିିଭୂମିକୁ ବିକାଶ ନକରି ଘରୋଇ ବିଦ୍ୟାଳୟକୁ ଅଧିକ ପ୍ରୋତ୍ସାହନ ଦେଉଛନ୍ତି । ଯାହାଫଳରେ ରାଜ୍ୟରେ ଗୁଣାତ୍ମକ ଶିକ୍ଷା ବାଧାପ୍ରାପ୍ତ ହେଉଛି । ଓଡ଼ିଶାର ଆର୍ଥିକ ସଙ୍କଟ ସମୟରେ ୨୦୦୧ ମସିହା ଠାରୁ ସେ୍ୱଚ୍ଛାସେବୀ ଶିକ୍ଷା ସହାୟକ ନାମରେ ପ୍ରାଥମିକ ଶିକ୍ଷାରେ ନିଯୁକ୍ତି ଆରମ୍ଭ କରାଯାଇଥିଲା । ପରେ ପରେ ଅନ୍ୟ ସମସ୍ତ ବିଭାଗରେ ଠିକା ନିଯୁକ୍ତି ଆରମ୍ଭ ହୋଇଥିଲା । କି;ୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ୨୦୧୩ ମସିହାର ଚୁକ୍ତିଭିତ୍ତିକ ନିଯୁକ୍ତି ଆଇନକୁ ରଦ୍ଦ କରାଯାଇଛି । ତଦନୁଯାୟୀ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ସଂଖ୍ୟା ୨୯୦୭୬ ତା ୧୬.୧୦.୨୦୨୨ରିଖରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଉକ୍ତ ବିଜ୍ଞପ୍ତି ଅନୁଯାୟୀ ୨୦୧୩ ମସିହାର ନିୟମ ଅନୁଯାୟୀ ନିଯୁକ୍ତି ପାଇଥିବା ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପ୍ରଥମ ନିଯୁକ୍ତିକୁ ଗଣନା କରି ସେମାନଙ୍କୁ ସେହି ସମୟର ବାର୍ଷିକ ବେତନ ବୃଦ୍ଧି କରି ସେମାନଙ୍କୁ ନିୟମିତ କରାଯାଇଛି । କି;ୁ ୨୦୧୩ ମସିହା ପୂର୍ବରୁ ନିଯୁକ୍ତ ପ୍ରାଥମିକ ଶିକ୍ଷକ ଯେଉଁମାନେ କି ଓଡ଼ିଶାର ଆର୍ଥିକ ସଙ୍କଟ ସମୟରେ ଆମ ରାଜ୍ୟର ରାଜକୋଷକୁ ଭରଣା କରିଥିଲେ ସେମାନଙ୍କ ପାଇଁ ଉକ୍ତ ବିଜ୍ଞପ୍ତିରେ କୌଣସି ବ୍ୟବସ୍ଥା କରାଯାଇ ନାହିଁ । ୨୦୦୧ ମସିହାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ
ପ୍ରାଥମିକ ବିଦ୍ୟାଳୟରେ ସେ୍ୱଚ୍ଛାସେବୀ ଶିକ୍ଷା ସହାୟକ, ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକ ନିଯୁକ୍ତି ହୋଇ ଆସୁଛନ୍ତି ଏବଂ ସେମାନଙ୍କ ୬ ବର୍ଷ ନିରବଚ୍ଛିନ୍ନ କାର୍ଯ୍ୟ କରିବା ପରେ ସେମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ମିଳିଛି । ଯେଉଁମାନେ ମାତ୍ର ୧୫୦୦ ଟଙ୍କା ପାରିତୋଷିକରେ କାର୍ଯ୍ୟ କରି ସରକାରଙ୍କ ରୋଜକୋଷକୁ ଭରଣା କଲେ, ସେମାନଙ୍କୁ ରାଜ୍ୟ ସରକାର ଭୁଲି ଯାଇଛନ୍ତି । ଯେଉଁଥିପାଇଁ ପ୍ରାଥମିକ ଶିକ୍ଷକମାନଙ୍କ ମନରେ ତୀବ୍ର ଅସନ୍ତୋଷର ବାତାବରଣ ଦେଖାଯାଇଛି । ପୁନଶ୍ଚ ଭାରତବର୍ଷର ୨୨ଟି ରାଜ୍ୟରେ ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ଦିଆଯାଉଥିବା ବେଳେ ସପ୍ତମ ବେତନ କମିଶନ ଅନୁଯାୟୀ ମାତ୍ର ୨୨୦୦ ଗ୍ରେଡ ପେ ଦେଇ ଆମ ରାଜ୍ୟର ପ୍ରାଥମିକ ଶିକ୍ଷକମାନଙ୍କୁ ଦରମା ଦିଆଯାଇଛି । ୨୦୦୫ ମସିହା ପରେ ନିଯୁକ୍ତି ପାଇଥିବା ଶିକ୍ଷକ କର୍ମରୀମାନେ ଅବସର ପରେ ନୂତନ ପେନସନ ଯୋଜନାରେ ସେମାନେ ମାତ୍ର ୧୦୦୦ ଟଙ୍କା ଭିତରେ ପେନସନ ପାଉଛନ୍ତି । ଯାହାଦ୍ୱାରା ସେମାନଙ୍କ ଅବସରର ଅବଶିଷ୍ଟ ସମୟ କଷ୍ଟରେ ବିତାଇବାକୁ ପଡୁଛି । ସରକାରଙ୍କ ପ୍ରାଥମିକ ଶିକ୍ଷକମାନଙ୍କ ପ୍ରତି ବୈମାତୃକ ମନୋଭାବର ପ୍ରତିବାଦରେ ରବିବାର ଦିବା ୧୨.୩୦ ମିନିଟ୍‌ରେ ୩ ଦଫା ଦାବି ହାସଲ ପାଇଁ ଏକଲକ୍ଷରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ମାଷ୍ଟର କ୍ୟାଂଟିନ ଛକରୁ ବାହାରି ଲୋୟର ପିଏମ୍‌ଜି ବିଧାନସଭା ସମ୍ମୁଖରେ ମହାସମାବେଶ କରିଛନ୍ତି । ପ୍ରାଥମିକ ଶିକ୍ଷାରେ ଚୁକ୍ତିଭିତିକ ନିଯୁକ୍ତି ଉଚ୍ଛେଦ ସହ ୨୦୦୧ ମସିହାରୁ ନିଯୁକ୍ତ ହୋଇଥିବା ସମସ୍ତ ସେ୍ୱଚ୍ଛାସେବୀ ଶିକ୍ଷା ସହାୟକ, ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକଙ୍କ ମୂଳ କିରୀକୁ ସରକାରୀ ସେବା ରୂପେ ଗଣନା କରି ୬ଟି ଇନକ୍ରିମେ ପ୍ରଦାନ, ସମସ୍ତ ପ୍ରାଥମିକ ଶିକ୍ଷକମାନଙ୍କୁ ସପ୍ତମ ବେତନ ଅନୁଯାୟୀ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ୨୦୦୫ ମସିହାରୁ ନିଯୁକ୍ତ ସମସ୍ତ ସରକାରୀ କର୍ମରୀଙ୍କ ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରିବା ପାଇଁ ନେତୃବୃନ୍ଦ ଦାବି କରିଛନ୍ତି । ଦାବି ପୂରଣ ନହେଲେ ଆନ୍ଦୋଳନରୁ ଓହରିବେ ନାହିଁ ଓ ପ୍ରାଥମିକ ଶିକ୍ଷାରେ ଉପୁଜିବା ପରିସ୍ଥିତି ପାଇଁ ସରକାର ଦାୟୀ ରହିବେ ବୋଲି ଏହି ସମାବେଶରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ସଭାପତି ମଣ୍ଡଳି ସଦସ୍ୟ ସୁଶାନ୍ତ ବେହେରା, ରାଜେଶ ମହାନ୍ତି, ବ୍ରହ୍ମାନନ୍ଦ ମହାରଣା, ସାଧାରଣ ସମ୍ପାଦକ ମଣ୍ଡଳୀ ବିଭୂ ପ୍ରସାଦ ସାହୁ, ବଙ୍କିମ ସାଗର, ଖଗେନ୍ଦ୍ର ନାଥ ପାଲ, ପଶ୍ଚିମ ଓଡ଼ିଶା ଶିକ୍ଷକ ଫୋରମ ସୁରେଶ ପ୍ରଧାନ, ରାମଲାଲ ପଟେଲ ପ୍ରମୁଖ ଚେତାବନୀ ଦେଇଛନ୍ତି । ଏହି ଆନ୍ଦୋଳନକୁ କୃଷ୍ଣଚନ୍ଦ୍ର ବେହେରା, ପବିତ୍ର ଜେନା, ବିକ୍ରମ ରଥ, ନରେଶ ପାଣିଗ୍ରାହୀ, ଗୋପାଳ କିଶୋର ସେନ, ଧରଣୀଧର ମଲ୍ଲିକ, ଶ୍ରୀକାନ୍ତ ବାରିକ, ଜନ୍ମେଜୟ ମାଝୀ, ଜାମିନୀ ପଣ୍ଡା, କୁବେର ମହାପାତ୍ର, ସହସ୍ରାଂଶୁ ମହାନ୍ତି, ସୁନିଲ ପ୍ରଧାନ, ସୁଧାଂଶୁ ମଣ୍ଡଳ, ଟୁଲୁ ଦେଇ, ସିତୋଶ ପାଣିଗ୍ରାହୀ, ପ୍ରମୋଦ ପ୍ରଧାନ, ମଳୟ କୁମାର ଜେନା, ବିବେକାନନ୍ଦ ବେହେରା, ରଶ୍ମିରଞ୍ଜନ ଧଳ, ପ୍ରମୋଦ କୁମାର ଭଞ୍ଜ, ଅକ୍ଷୟ କୁମାର ମଲ୍ଲିକ, ତ୍ରିନାଥ ପଣ୍ଡା, ଅଶ୍ୱିନୀ ରାଉତ ପ୍ରମୁଖ ପରିଳନା କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରୟାଲଟି ଫାଙ୍କିବାକୁ ଗ୍ରେଡ ପରିବର୍ତ୍ତନ

ରୟାଲଟି ଫାଙ୍କିବାକୁ ଗ୍ରେଡ ପରିବର୍ତ୍ତନ

Read More...

ଶ୍ରୀମନ୍ଦିର ନାଟମଣ୍ଡପ ବିମରେ ୭ ଫୁଟ ଲମ୍ବର ଫାଟ

ଶ୍ରୀମନ୍ଦିର ନାଟମଣ୍ଡପ ବିମରେ ୭ ଫୁଟ ଲମ୍ବର ଫାଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page