୧୦ ଲକ୍ଷ ୪୮ ହଜାର ୮୦୭ କୋଟିର ନିବେଶ ପ୍ରସ୍ତାବ

December 03, 2022, ଓଡ଼ିଶା, , Anupambharat News Bureau


୧୦ ଲକ୍ଷ ୪୮ ହଜାର ୮୦୭ କୋଟିର ନିବେଶ ପ୍ରସ୍ତାବ
Anupambharat News Bureau
December 03, 2022


­ ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ନିବେଶକମାନେ ଆଗ୍ରହ ପ୍ରକାଶ କରୁଛନ୍ତି । ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ ରେ ୧୦ ଲକ୍ଷ ୪୮ ହଜାର ୮୦୭ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆଗ୍ରହ ଆସିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ-୨୦୨୨ର ଉଦ୍‌ଯାପନୀ ସନ୍ଧ୍ୟାରେ ଶନିବାର ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ୧୦ ଲକ୍ଷ ୩୭ ହଜାର ୭୦୧ ପ୍ରତ୍ୟକ୍ଷ ଓ ପରୋକ୍ଷ କର୍ମନିଯୁକ୍ତି ସୃଷ୍ଟି ହେବା ନେଇ ଆଶା କରାଯାଉଛି । ସେହିପରି ୭୪୧ଟି ପ୍ରସ୍ତାବ ଆସିଛି । ଏହି କନକ୍ଲେଭ ଉଭୟ ନିବେଶକ ଓ ରାଜ୍ୟ ପାଇଁ ୱିନ ୱିନ ସିଚୁଏସନ୍‌ ଆଣିବ । ନିବେଶକଙ୍କ ଲାଗି ଆମେ ଆବଶ୍ୟକସ୍ଥଳେ ଅଧିକ କାର୍ଯ୍ୟ କରିବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସଡକ ଦୁର୍ଘଟଣାରେ ଚାରି ମୃତ

ସଡକ ଦୁର୍ଘଟଣାରେ ଚାରି ମୃତ

Read More...

ଶେଷ ହେଲା ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌: ମିଶନ ଶକ୍ତି ପାଇଁ ଏକ କୋଟିର ରିଭଲ୍‌ଭିଂ ପାଣ୍ଠି  :ସବୁ ଜିଲ୍ଲାରେ ହେବ କ୍ଷୁଦ୍ର  ଶିଳ୍ପ ପାର୍କ

ଶେଷ ହେଲା ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌: ମିଶନ ଶକ୍ତି ପାଇଁ ଏକ କୋଟିର ରିଭଲ୍‌ଭିଂ ପାଣ୍ଠି :ସବୁ ଜିଲ୍ଲାରେ ହେବ କ୍ଷୁଦ୍ର ଶିଳ୍ପ ପାର୍କ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page