ପଦ୍ମପୁର ଉପନିର୍ବାଚନ ପ୍ରଚାର ଶେଷ , ୫ରେ ଭୋଟ

December 03, 2022, ଓଡ଼ିଶା, , Anupambharat News Bureau


ପଦ୍ମପୁର ଉପନିର୍ବାଚନ ପ୍ରଚାର ଶେଷ , ୫ରେ ଭୋଟ
Anupambharat News Bureau
December 03, 2022


ଭୁବନେଶ୍ୱର, ୦୩ ।୧୨ (ଅନୁପମ ମିଡିଆ): ପଦ୍ମପୁର ଉପନିର୍ବାଚନ ପାଇଁ ଶନିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି । ପ୍ରଚାରର ଶେଷ ଦିନରେ ସମସ୍ତ ରାଜନୈତିକ ଦଳ ଜୋରସୋରରେ କ୍ୟାମ୍ପେନ୍‌ କରିଛନ୍ତି । ଘରକୁ ଘରକୁ ବୁଲି ପ୍ରାର୍ଥୀମାନେ ଭୋଟରଙ୍କ ସହଯୋଗ ଲୋଡିଛନ୍ତି । ଗତକାଲି ବିଜେଡି ପ୍ରାର୍ଥୀନୀ ବର୍ଷାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନିଜେ ପ୍ରଚାର କରିଥିଲେ । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପୁଣିଥରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଗତ ୩ ଦିନ ହେଲା କେନ୍ଦ୍ରମନ୍ତ୍ରୀ ପଦ୍ମପୁରରେ ପ୍ରଚାର ମଙ୍ଗ ଧରିଥିବା ବେଳେ ଶନିବାର ଝାରବନ୍ଧରେ ଆୟୋଜିତ ସାଧାରଣ ସଭାରେ ପ୍ରଦୀପଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଛନ୍ତି ।
ସୂଚନାଯୋଗ୍ୟ ଯେ ଆସନ୍ତା ୫ ତାରିଖରେ ଭୋଟ୍‌ ଗ୍ରହଣ ହେବ । ଉପନିର୍ବାଚନରେ ଭୋଟଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଚାଲିବ । ପଦ୍ମପୁର ମଇଦାନରେ ମୋଟ ୧୦ ଜଣ ପ୍ରାର୍ଥୀ ରହିଛନ୍ତି । ପଦ୍ମ୍‌ପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨୫୭୪୭୪ ଜଣ ଭୋଟର ୩୧୯ ଗୋଟି ବୁଥ୍‌ରେ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ ।
ସେଥି ମଧ୍ୟରୁ ୧୨୯୪୯୭ ଜଣ ପୁରୁଷ ଭୋଟର, ୧୨୭୯୬୫ ଜଣ ମହିଳା ଭୋଟର, ୧୨ ଜଣ ତୃତୀୟ ଲିଙ୍ଗ ଭୋଟର ଏବଂ ୧୯୯ ଜଣ ସର୍ଭିସ୍‌ ଭୋଟର ଆସନ୍ତା ଡିସେମ୍ବର ୫ ତାରିଖ ଦିନ ୩୧୯ ଗୋଟି ବୁଥ୍‌ ରେ ମତଦାନ କରିବେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ପଦ୍ମପୁର ଉପନିର୍ବାଚନ : ୭୫.୮୯% ମତଦାନ: ଇଭିଏମ୍‌ରେ ୧୦ ପ୍ରାର୍ଥୀଙ୍କ ଭାଗ୍ୟ

ପଦ୍ମପୁର ଉପନିର୍ବାଚନ : ୭୫.୮୯% ମତଦାନ: ଇଭିଏମ୍‌ରେ ୧୦ ପ୍ରାର୍ଥୀଙ୍କ ଭାଗ୍ୟ

Read More...

ନ୍ୟାୟିକ ନିଯୁକ୍ତି ବ୍ୟବସ୍ଥା: ଗମ୍ଭୀର ମାମଲାରେ ହେଉନି ଚର୍ଚ୍ଚା: ଉପରାଷ୍ଟ୍ରପତି

ନ୍ୟାୟିକ ନିଯୁକ୍ତି ବ୍ୟବସ୍ଥା: ଗମ୍ଭୀର ମାମଲାରେ ହେଉନି ଚର୍ଚ୍ଚା: ଉପରାଷ୍ଟ୍ରପତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page