ଆଜି ପଦ୍ମପୁର ରେଜଲଫ , ୨୩ ରାଉଣ୍ଡରେ ହେବ ଭୋଟ୍‌ ଗଣତି

December 07, 2022, ଓଡ଼ିଶା, , Anupambharat News Bureau


ଆଜି ପଦ୍ମପୁର ରେଜଲଫ  , ୨୩ ରାଉଣ୍ଡରେ ହେବ ଭୋଟ୍‌ ଗଣତି
Anupambharat News Bureau
December 07, 2022


ଭୁବନେଶ୍ୱର, ୦୭ ।୧୨(ଅନୁପମ ମିଡିଆ): ପଦ୍ମପୁର ଉପନିର୍ବାଚନ ପାଇଁ ଆଜି (ଗୁରୁବାର) ଭୋଟ୍‌ ଗଣତି ହେବ । ଗୁରୁବାର ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହେବ । ଏସମ୍ପର୍କରେ ସୂଚନା ଦେଇ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି କହିଛନ୍ତି ଯେ ପଦ୍ମପୁରରେ ମୋଟ ୨୩ ରାଉଣ୍ଡରେ ଭୋଟ ଗଣତି ହେବ । ଆରଏମସି ଗୋଦାମରେ ହୋଇଥିବା ଗଣତି କେନ୍ଦ୍ରରେ ପ୍ରଥମେ ପୋଷ୍ଟାଲ ବାଲାଟ ଭୋଟ ଗଣତି ହେବ । ସକାଳ ୮ଟା ୩୦ରେ ଇଭିଏମ ଗଣତି ଆରମ୍ଭ ହେବ । ୩୧୯ଟି ବୁଥର ଭୋଟ ଗଣତି ୧୪ଟି ଟେବୁଲରେ କରାଯିବାକୁ ଥିବାବେଳେ ବୁଥ ଓ ପ୍ରାର୍ଥୀ ସଂଖ୍ୟା ଅଧିକ ଥିବାରୁ ୨୩ ରାଉଣ୍ଡ ଗଣତି ହେବ । ସମସ୍ତ ବୁଥ ଗଣତି ସରିଲେ ଯେକୌଣସି ୫ଟି ବୁଥର ଭିଭିପ୍ୟାଟ ମ୍ୟାଚ କରାଯିବ । ପ୍ରତି ଟେବୁଲରେ ୩ ଜଣ ରହିବେ । ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ, ଜଣେ ମାଇକ୍ରୋ ଅବଜରଭର ମଧ୍ୟ ରହିବେ । ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭୋଟ ଗଣତି କେନ୍ଦ୍ର ମଧ୍ୟକୁ ମୋବାଇଲ ବାରଣ କରାଯାଇଛି । ସୂଚନାଯୋଗ୍ୟ ଯେ ଗତ ୫ ତାରିଖରେ ପଦମପୁର ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଅନୁଷ୍ଠିତ ହୋଇଥିଲା । ଏଥର ନିର୍ବାଚନରେ ରେକର୍ଡ ହାରରେ ୮୧.୨୯ ପ୍ରତିଶତ ମତଦାନ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଛତିଶା ନିଯୋଗ ବୈଠକର ନିଷ୍ପତ୍ତି : ଶ୍ରୀମନ୍ଦିରରେ ସ୍ମାର୍ଟଫୋନ ନିଷିଦ୍ଧ

ଛତିଶା ନିଯୋଗ ବୈଠକର ନିଷ୍ପତ୍ତି : ଶ୍ରୀମନ୍ଦିରରେ ସ୍ମାର୍ଟଫୋନ ନିଷିଦ୍ଧ

Read More...

ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ନେବ ଇଡି

ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ନେବ ଇଡି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page