ନର୍ସିଂହୋମ୍‌ ବାଲ୍‌କୋନିରୁ ଖସି ସୁଇପର ମୃତ

May 31, 2019, ଓଡ଼ିଶା, , Anupambharat News Bureau


ନର୍ସିଂହୋମ୍‌ ବାଲ୍‌କୋନିରୁ ଖସି ସୁଇପର ମୃତ
Anupambharat News Bureau
May 31, 2019

ଭଦ୍ରକ,୩୦ା୫ (ଅନୁପମ ମିଡିଆ): ଆଜି ଭଦ୍ରକ ସହରର ଐତିହାସିକ ଗାନ୍ଧିପଡିଆ ନିକଟରେ ଥିବା ଘରୋଇ ପାଢୀ ନର୍ସିଂହୋମ୍‌ରେ ସୁଇପର ଭାବେ କାର୍ଯ୍ୟ କରୁଥିବା ଜଣେ ଯୁବକ ୩ ତାଲା ବାଲ୍‌କୋନିରୁ ଖସିପଡି ମୃତୁ୍ୟବରଣ କରିଥିବାର ଜଣାପଡିଛି । ଏ ସଂପର୍କରେ ସହରାଞ୍ଚଳ ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇ ଥାନାଧିକାରିଣୀ ସରୋଜିନୀ ସିଂଙ୍କ ଦ୍ୱାରା କ୍ଷେତ୍ରୀୟ ତଦନ୍ତ ପରେ ଶବ ବ୍ୟବଚ୍ଛେଦ କରାଯାଇ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଅବିଭକ୍ତ ବାଲେଶ୍ୱର ଜିଲାର ଖଇରା ବ୍ଲକ୍‌ ଅଧୀନସ୍ଥ ହରିପୁର ପଂଚାୟତର ଏକାଦୋଳି ଗ୍ରାମନିବାସୀ ନାରାୟଣ ଚନ୍ଦ୍ର ଦାସଙ୍କ ପୁତ୍ର ମହେଶ୍ୱର (୪୦) ଦୀର୍ଘ ୩ ବର୍ଷ ହେବ ଭଦ୍ରକର ପାଢୀ ନର୍ସିଂହୋମ୍‌ରେ ସୁଇପର ଭାବେ କାର୍ଯ୍ୟ କରେ ।
ଆଜି ଭୋର୍‌ରୁ ମହେଶ୍ୱରର ମୃତଦେହକୁ ନର୍ସିଂହୋମ୍‌ର ୩ ତାଲା ବାଲ୍‌କୋନି ତଳେ କ୍ଷତାକ୍ତ ଅବସ୍ଥାରେ ଦେଖିବାକୁ ମିଳିଥିଲା । ତାକୁ ଭଦ୍ରକ ଡାକ୍ତରଖାନା ଅଣାଯାଇଥିଲେ ମଧ୍ୟ ତାର ମୃତୁ୍ୟ ଘଟିଥିଲା । ମହେଶ୍ୱରର ମୃତୁ୍ୟ ସଂପର୍କରେ ଯାହା ଜଣାଯାଏ ନର୍ସିଂହୋମ୍‌ର କେତେକ କର୍ମଚାରୀ ଓ ରୋଗୀ ତାକୁ ସଫା କରିବାର ରାତିରେ ଦେଖିଥିଲେ । ଏଣୁ ସମ୍ଭବତଃ ସେ କୌଣସି କାରଣରୁ କାର୍ଯ୍ୟ କରୁଥିବା ଅବସ୍ଥାରେ ତଳକୁ ଖସିପଡି ମୃତୁ୍ୟବରଣ କରିଥିବା ବିଷୟ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମୃତ ମହେଶ୍ୱର ଜଣେ ଦରିଦ୍ର ବ୍ୟକ୍ତି ହୋଇଥିବାରୁ ତାର ବିଧବା ପତ୍ନୀ ଓ ୩ ଝିଅଙ୍କ ଭରଣପୋଷଣ ପାଇଁ ସଂପୃକ୍ତ ନର୍ସିଂହୋମ୍‌ ମାଲିକ ଓ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାନବିକତା ହରାଇଲେ ପିପିଲି ତହସିଲଦାର, ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଖଟିଲେ ମହିଳା କର୍ମଚାରୀ, ଦୁଇ ଅସୁସ୍ଥ

ମାନବିକତା ହରାଇଲେ ପିପିଲି ତହସିଲଦାର, ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଖଟିଲେ ମହିଳା କର୍ମଚାରୀ, ଦୁଇ ଅସୁସ୍ଥ

Read More...

ବୈତରଣୀ ବଞ୍ଚାଅ ଅଭିଯାନ

ବୈତରଣୀ ବଞ୍ଚାଅ ଅଭିଯାନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page