ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ , ୩୪ ହଜାର ପରିବାରକୁ ମିଳିବ ପM୍‌ା ଘର

May 31, 2019, ଓଡ଼ିଶା, , Anupambharat News Bureau


ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ,  ୩୪ ହଜାର ପରିବାରକୁ ମିଳିବ ପM୍‌ା ଘର
Anupambharat News Bureau
May 31, 2019

ଭୁବନେଶ୍ୱର, ୩୦ ।୫ (ଅନୁପମ ମିଡିଆ):ପଞ୍ଚମ ଥର ପାଇଁ ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାରେ ଅଧିକ ଚାଷୀ ପରବାରକୁ ସାମିଲ କରିବା ସହ ମହିଳା ଏସଏଚଜି ଗ୍ରୁପଙ୍କୁ ୧ ହଜାର କୋଟି ଟଙ୍କାର କାମ ଦେବା ପାଇଁ ଅନୁମୋଦନ କରିବା ପରେ ଆଜି ବିଜେପୁର ଲାଗି ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବା ଲାଗି ଗୁରୁବାର ପ୍ୟାକେଜ ଘୋଷଣା କରିଛନ୍ତି ।
ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୩୪ ହଜାର ପରିବାରକୁ କଚ୍ଚା ଘରକୁ ପMା ଘରରେ ପରିଣତ କରିବା ପାଇଁ ଏହି ଘୋଷଣାରେ କହିଛନ୍ତି । ଏହା ବ୍ୟତୀତ ବରଗଡ଼ ଜିଲ୍ଲାର ୫୦୫ ଗ୍ରାମରେ ରହୁଥିବା ୮ ଲକ୍ଷ ଜନସଂଖ୍ୟାକୁ ପାନୀୟ ଜଳ ଯୋଗାଇ ଦେବାଲାଗି ଦୁଇଟି ବୃହତ୍ତ ଜଳ ପ୍ରକଳ୍ପ କରାଯିବ । ଏଥିରେ ୧୧୨୦ କୋଟି ଟଙ୍କା ବିନିଯୋଗ ହେବ । ଯାହାଫଳରେ ବିଜେପୁର ନିର୍ବାଚନ ମଣ୍ଡଳୀର ସମସ୍ତ ଗ୍ରାମକୁ ଆଗାମୀ ଦୁଇ ବର୍ଷ ମଧ୍ୟରେ ପାଇପ ଜରିଆର ପାନୀୟ ଜଳ ଯୋଗାଇ ଦିଆଯିବ । ସେହିପରି ପାର୍ବତୀଗିରି ମେଗା ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମରେ ଗାଇସିଲେଟ ବ୍ଲକରେ ବରୁମୁଣ୍ଡା ଗ୍ରାମ ପଞ୍ଚାୟତରେ ୪୮ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ବୃହତ ଉଠାଜଳସେଚନ ନୂଆ ପ୍ରକଳ୍ପ କରାଯିବ । ଅଙ୍ଗ ନଦୀରୁ ପାନୀୟ ଜଳ ଯୋଗାଇ ଦିଆଯିବ । ଯାହାଫଳରେ ୩ ହଜାର ଏକର ଚାଷଜମି ଜଳସେଚିତ ହୋଇପାରିବ । ଏହାଛଡ଼ା ୨୯ଟି ରିଭର ଲିପଫ ପ୍ରକଳ୍ପ ଏବଂ ୩୦୦୦ ଗଭୀର ନଳକୂପ ପ୍ରକଳ୍ପ ପ୍ରତିଷ୍ଠା କରାଯିବ । ଆଗାମୀ ଦୁଇ ବର୍ଷରେ ବିଜେପୁର ଏବଂ ବରପାଲି ଏନ.ଏସି. ମାନଙ୍କରେ ଭିତିଭୂମି (ପାନୀୟ ଜଳ ଯୋଗାଣ, ରାସ୍ତାରେ ଆଲୁଅ ବ୍ୟବସ୍ଥା, ରାସ୍ତା, ଡ୍ରେନେଜ,ଟାଉନ ହଲ, କମୁ୍ୟନିଟି ସେଂଟର, କଲ୍ୟାଣ ମଣ୍ଡପ, ଷ୍ଟାଡିୟମ, ମାର୍କେଟ କମ୍ପ୍ଳେକ୍ସ, ପାର୍କ, ଅଫିସ ବିଲଡିଂ)ର ବିକାଶ କରାଯିବ । ଏଥିରେ ୪୦କୋଟି ଟଙ୍କା ଲେଖାଏଁ ବିନିଯୋଗ ହେବ । ନିରବିଚ୍ଛିନ ଭାବେ ଉନ୍ନତମାନର ବିଦୁ୍ୟତ ଚାଷୀ ମାନଙ୍କୁ ଯୋଗାଇ ଦେବା ପାଇଁ ୩୩ କେ.ଭି ଲାଇନ ଏବଂ ୧୨୫ କିମି. ୧୧ କେ.ଭି ଲାଇନ ନିର୍ମାଣ କରାଯିବ । ଏହା ବ୍ୟତୀତ ଭୋଲଟେଜର ଉନ୍ନତି ପାଇଁ ୫୦ଟି ନୂତନ ପରିବହନ ଟ୍ରାନ୍ସଫରମର ମଧ୍ୟ ସ୍ଥାପନ କରାଯିବ ।
ଗାଇସିଲଟ ତହସିଲ ଅନ୍ତର୍ଗତ ଗୁଡ଼େରପାଲି, ତଳପାଲି ଏବଂ ଡାଙ୍ଗବାହାଲ ସ୍ଥାନରେ ନୂତନ ୩ଟି ଆରଆଇ ସର୍କଲ ଖୋଲାଯିବ । ବିଜେପୁର ବ୍ଲକର ତଳପଦରଠାରେ ନୂଆ ଜନସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯିବ । ଏକ ସପ୍ତାହ ମଧ୍ୟରେ ଆବଶ୍ୟକୀୟ ଡାକ୍ତରମାନଙ୍କୁ ସେଠାରେ ନିଯୁକ୍ତି ଦିଆଯିବ । ବିଜେପୁରଠାରେ ସରକାରୀ ଆଇଟିଆଇ ସ୍ଥାପନା କରାଯିବ । ଗାଇସିଲେଟ ଓ ବରପାଲିରେ ଦୁଇଟି ଦକ୍ଷତା ବିକାଶ କେନ୍ଦ୍ର ଖୋଲାଯିବ । ୮୨ କୋଟି ଟଙ୍କା ବ୍ୟୟ ଅଟକଳରେ ରୋଡ଼ ନେଟୱାର୍କକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ୪ଟି ସଡ଼କ ବିକାଶ ପ୍ରକଳ୍ପ କରାଯିବ । ୮୦ କି.ମି. ରାସ୍ତାର ବିକାଶ ହେବ । ଏହି ସବୁ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟକାରିତା ଓ ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ପ୍ରତି ଦୁଇ ମାସରେ ଥରେ ରିଭୁ୍ୟ କରିବେ । ପାର୍ଟ-୨ ପ୍ୟାକେଜ ଖୁବ୍‌ ଶୀଘ୍ର ଘୋଷଣା କରାଯିବ । ଏଥିରେ ଜୀବିକା ନିର୍ବାହ ଓ ଅନ୍ୟାନ୍ୟ କ୍ଷେତ୍ର ଉପରେ ଘୋଷଣା କରାଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଓଡ଼ିଶାରୁ ଧର୍ମେନ୍ଦ୍ର ଓ ପ୍ରତାପ

ଓଡ଼ିଶାରୁ ଧର୍ମେନ୍ଦ୍ର ଓ ପ୍ରତାପ

Read More...

ମୋଦିଙ୍କ ଦ୍ୱିତୀୟ ପାଳି ଆରମ୍ଭ

ମୋଦିଙ୍କ ଦ୍ୱିତୀୟ ପାଳି ଆରମ୍ଭ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page