ତମାଖୁ ବର୍ଜନ ଦିବସ ଅବସରରେ ସଚେତନତା

May 31, 2019, ଓଡ଼ିଶା, , Anupambharat News Bureau


 ତମାଖୁ ବର୍ଜନ ଦିବସ ଅବସରରେ ସଚେତନତା
Anupambharat News Bureau
May 31, 2019

କେନ୍ଦୁଝର, ୩୧ା୫ (ଅନୁପମ ମିଡିଆ): ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ ଅବସରରେ କେନ୍ଦୁଝର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକବର୍ଷ ମଇ ୩୧ ତାରିଖକୁ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ କେନ୍ଦୁଝର ଜିଲ୍ଲାସ୍ତରୀୟ ତମାଖୁ ବର୍ଜନ ଦିବସ ପାଳନ ହୋଇଥିଲା । ଜିଲ୍ଲା ମୁଖ୍ୟ ଚିକିସିାଳୟ ପରିସରରୁ ନର୍ସିଂ ଛାତ୍ରୀମାନେ ଏକ ଶୋଭାଯାତ୍ରାରେ ବାହାରି ତମାଖୁ ସେବନର ଅପକାରିତା ସଂପର୍କରେ ସଚେତନତା ବାର୍ତ୍ତା ଦେଇ ସହର ପରିକ୍ରମା କରିଥିଲେ ।
ଏହି ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ଜିଲ୍ଲା ମୁଖ୍ୟ ଚିକିସିାଳୟ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରକାଶଯୋଗ୍ୟ ଯେ, ପ୍ରତିବର୍ଷ ସାରା ବିଶ୍ୱରେ ୬୦ଲକ୍ଷରୁ ଅଧିକ ଲୋକ ତମ୍ବାଖୁଜନିତ ରୋଗରେ ଆକ୍ରାନ୍ତ ହୋଇ ମୃତୁ୍ୟବରଣ କରୁଥିବାବେଳେ ଆମ ଦେଶରେ ମଧ୍ୟରେ ୧୦ଲକ୍ଷରୁ ଅଧିକ ଲୋକ ମୃତୁ୍ୟବରଣ କରୁଛନ୍ତି । ଯଦି ଏହି ଧାରା ଅପରିବର୍ତ୍ତିତ ରହେ ତେବେ ଆଗାମୀ ୨୦୨୦ ମସିହା ବେଳକୁ ୧କୋଟିରୁ ଉର୍ଦ୍ଧ୍ୱ ଲୋକ ତମାଖୁଜନିତ ରୋଗରେ ଆକ୍ରାନ୍ତ ହୋଇ ମୃତୁ୍ୟମୁଖରେ ପଡିବାର ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ସାରା ବିଶ୍ୱରେ ମଇ ୩୧ ତାରିଖକୁ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଉଛି । ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ତମାଖୁ ସେବନରୁ ଦୂରେଇ ରହିବା ନିମନ୍ତେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସ୍ତ୍ରୀକୁ ଗୋଡାଇ ଗୋଡାଇ ହାଣିଲା ସ୍ୱାମୀ

ସ୍ତ୍ରୀକୁ ଗୋଡାଇ ଗୋଡାଇ ହାଣିଲା ସ୍ୱାମୀ

Read More...

 ପ୍ରେମରେ ବିଫଳ ହେବା ପରେ ଛାତ୍ରୀଙ୍କ ଆତ୍ମହତ୍ୟା

ପ୍ରେମରେ ବିଫଳ ହେବା ପରେ ଛାତ୍ରୀଙ୍କ ଆତ୍ମହତ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page