ବଳକା ଚାଉଳକୁ ନେଇ ଚିନ୍ତା: ପଡିରହିଛି ୬ ଲକ୍ଷ କ ୍ୱିଣ୍ଟାଲ ଚାଉଳ

May 31, 2019, ଓଡ଼ିଶା, , Anupambharat News Bureau


ବଳକା ଚାଉଳକୁ ନେଇ ଚିନ୍ତା: ପଡିରହିଛି ୬ ଲକ୍ଷ କ ୍ୱିଣ୍ଟାଲ ଚାଉଳ
Anupambharat News Bureau
May 31, 2019

ଭଦ୍ରକ,୩୧ା୫ (ଅନୁପମ ମିଡିଆ): ଭଦ୍ରକ ଜିଲାରେ ଚାଉଳ ସଂଗ୍ରହକୁ ନେଇ ଯୋଗାଣ ନିଗମ ଏବେ ଚିନ୍ତାରେ ପଡିଛି । ଚାଉଳ ରଖିବାକୁ ଜାଗା ନାହିଁ କିମ୍ବା ବାହାର ଜିଲାକୁ ଚାଉଳ ଯୋଗାଣ କରାଯିବାର ବ୍ୟବସ୍ଥା ନାହିଁ । ଫଳରେ ଗତ ପ୍ରାୟ ୧୫ଦିନ ହେବ ଯୋଗାଣ ନିଗମ ହାତଗୋଡ ବାନ୍ଧି ନୀରବ ବସିଛି । ଗୋଟିଏ ପଟରେ ଚଳିତ ବର୍ଷ ଜିଲାରେ ଚାଉଳ ସଂଗ୍ରହ ବୃଦ୍ଧି ପାଇଥିବାବେଳେ ଚାଉଳ ରଖିବାକୁ ଯୋଗାଣ ନିଗମ ହାତରେ ପର୍ଯ୍ୟାପ୍ତ ସୁବିଧା ନାହିଁ । ଅନ୍ୟପଟରେ ଜିଲାର ବଳକା ଚାଉଳକୁ ଅନ୍ୟ ଜିଲା ଅଥବା ଏଫସିଆଇକୁ ଦିଆଯିବାର କୌଣସି ବ୍ୟବସ୍ଥା ନାହିଁ । ଫଳରେ ଜିଲାରେ ନିୟମିତ ମାସିକ କୋଟାରେ ଉଠାଣ ହେଉଥିବା ପିଡିଏସ୍‌, ଏସଏନସି ଏବଂ ଏମଡିଏମ୍‌ କୋଟାର ଚାଉଲ ଉଠାଣକୁ ଚାହିଁ ବସିଛି ଯୋଗାଣ ନିଗମ । ତେଣେ ଚାଉଳ ଡେଲିଭରୀ ହୋଇନପାରି ମିଲରଙ୍କ ପାଖରେ ପଡିରହିଛି ନିଗମର ୬ ଲକ୍ଷ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଚାଉଳ । ଯାହାକୁ ନେଇ ଯୋଗାଣ ନିଗମ ଏବେ ଚିନ୍ତାରେ ପଡିଛି । କାରଣ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ମିଲରଙ୍କ ଠାରୁ ଏହି ଚାଉଳ ସଂଗ୍ରହ ନହେଲେ ଆଗକୁ ଚାଉଳ ସଂଗ୍ରହ କ୍ଷେତ୍ରରେ ଅଡୁଆରେ ପଡିବେ ଯୋଗାଣ ନିଗମ । ଚଳିତବର୍ଷ ସରକାର ଭଦ୍ରକ ଜିଲାରୁ ୧୯ ଲକ୍ଷ ୬୮ ହଜାର ୩୩୮ କ୍ୱିଣ୍ଟାଲ ଧାନ ସଂଗ୍ରହ କରିଥିବା ବେଳେ ସେଥିରୁ କେବଳ ଜିଲାର ୨୮ ଟି ମିଲରଙ୍କ ଜରିଆରେ ୧୬ ଲକ୍ଷ ୪୯ ହଜାର ୫୫୦ କ୍ୱିଣ୍ଟାଲ ଧାନ ସଂଗ୍ରହ କରିଛନ୍ତି । ଯେଉଁଥିରୁ ଯୋଗାଣ ନିଗମକୁ ୧୨ ଲକ୍ଷ ୨୫ ହଜାର କ୍ୱିଣ୍ଟାଲ ଚାଉଳ ସଂଗ୍ରହ କରିବାକୁ ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ସେଥିରୁ ନିଗମ ମାତ୍ର ୫ ଲକ୍ଷ ୫୧ ହଜାର କ୍ୱିଣ୍ଟାଲ ଚାଉଳ ସଂଗ୍ରହ କରିଥିବା ବେଳେ ମିଲରଙ୍କ ପାଖରେ ନିଗମର ଆହୁରି ୬ ଲକ୍ଷ ୭୪ ହଜାର କ୍ୱିଣ୍ଟାଲ ଚାଉଳ ସଂଗ୍ରହ ବାକି ରହିଛି । ସରକାରୀ ନିୟମ ଅନୁଯାୟୀ ଜୁଲାଇ ମାସ ୩୦ ତାରିଖ ସୁଦ୍ଧା ଜିଲାରେ ଖରିଫ ଚାଉଳ ସଂଗ୍ରହ ସରିବା କଥା ହେଲେ ଅଦ୍ୟାବଧି ଜିଲାରେ ଚାଉଳ ସଂଗ୍ରହ ୫୦ ପ୍ରତିଶତ ମଧ୍ୟ ଛୁଇଁନାହିଁ । ବିଭାଗୀୟ ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଜିଲାରୁ ଫଣି ପ୍ରଭାବିତ ଅଂଚଳକୁ ୩୦ ହଜାର କ୍ୱିଣ୍ଟାଲ ଚାଉଳ ଯୋଗାଣ କରାଯାଇଥିବାବେଳେ ପଡୋଶୀ କେନ୍ଦ୍ରାପଡା ଜିଲାକୁ ମାତ୍ର ୨୦ ହଜାର ଏବଂ ମୟୂରଭଂଜ ଜିଲାକୁ ମାତ୍ର ୩୦ ହଜାର କ୍ୱିଣ୍ଟାଲ ଏହିପରି ମାତ୍ର ୮୦ ହଜାର କ୍ୱିଣ୍ଟାଲ ଚାଉଳ ଦିଆଯାଇଛି । ସେହିଭଳି ରାଜ୍ୟର ଭଦ୍ରକ ଏକ ଅଗ୍ରଣୀ ଧାନ ଉପିାଦନକାରୀ ଜିଲା ହୋଇଥିଲେ ମଧ୍ୟ ଜିଲାରୁ ଭାରତୀୟ ଖାଦ୍ୟ ନିଗମକୁ ବଳକା ଚାଉଳ ଡେଲିଭରୀ ଦିଆଯିବାର କୌଣସି ବ୍ୟବସ୍ଥା ନାହିଁ । ତେଣେ ଚଳିତବର୍ଷ ଜିଲାରୁ ୧୨ ଲକ୍ଷ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଚାଉଳ ସଂଗ୍ରହ କରିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଥିବାବେଳେ ଜିଲା ଯୋଗାଣ ନିଗମ ହାତରେ ମାତ୍ର ୨ ଲକ୍ଷ କ୍ୱିଣ୍ଟାଲ ଚାଉଳ ରଖିବାର ବ୍ୟବସ୍ଥା ରହିଛି । ସେହିଭଳି ଜିଲାରେ ନିଜସ୍ୱ ବ୍ୟବହାର ଲାଗି ଏମ୍‌ଡିଏମ୍‌, ପିଡିଏସ୍‌ ଏବଂ ଏସଏନପି ଯୋଜନାରେ ବାର୍ଷିକ ମାତ୍ର ୬ ଲକ୍ଷ କ୍ୱିଣ୍ଟାଲ ଚାଉଳର ଆବଶ୍ୟକତା ରହିଥିବାବେଳେ ସଂଗୃହୀତ ଚାଉଳର ପ୍ରାୟ ୫୦ ପ୍ରତିଶତ ଅନ୍ୟତ୍ର ଡେଲିଭରୀ ଦିଆଯିବା ଜିଲା ଯୋଗାଣ ନିଗମ ସକାଶେ ଅପରିହାର୍ଯ୍ୟ ହୋଇପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୋଦି ପାଖରେ ରଖିଲେ ଏହି ସବୁ ବିଭାଗ

ମୋଦି ପାଖରେ ରଖିଲେ ଏହି ସବୁ ବିଭାଗ

Read More...

 ଓଭରବ୍ରିଜରେ ଶତାଧିକ ଗଛ, ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ

ଓଭରବ୍ରିଜରେ ଶତାଧିକ ଗଛ, ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page