ପେଟ୍ରୋଲ୍‌ ଢାଳି ଜାଳିଦେଲା ପ୍ରେମିକ

May 31, 2019, ଓଡ଼ିଶା, , Anupambharat News Bureau


ପେଟ୍ରୋଲ୍‌ ଢାଳି ଜାଳିଦେଲା ପ୍ରେମିକ
Anupambharat News Bureau
May 31, 2019

କୋରାପୁଟ, ୩୧ା୫ (ଅନୁପମ ମିଡିଆ): ସେମିଲିଗୁଡା ଅଂଚଳରେ ଶୁକ୍ରବାର ଅପରାନ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବତୀଙ୍କୁ ଏକ ତରଫା ପ୍ରେମ କରୁଥିବା ଯୁବକ ଜଣକ ହତାଶ ହୋଇ ପ୍ରେମିକାକୁ ପେଟ୍ରୋଲ୍‌ ଢାଳି ପୋଡି ଦେବାକୁ ଉଦ୍ୟମ କରିଛି । ଯୁବତୀଙ୍କ ଶରୀରର ୮୦ ପ୍ରତିଶତ ପୋଡି ଯାଇଥିବାବେଳେ ଅଧିକ ଚିକିସିା ନିମନ୍ତେ ଗୁରୁତର ଅବସ୍ଥାରେ ତାଙ୍କୁ କୋରାପୁଟ ଏସଏଲଏନ ମେଡିକାଲ୍‌ କଲେଜ୍‌ ଓ ହସ୍ପିଟାଲରୁ ବ୍ରହ୍ମପୁର ମେଡିକାଲ୍‌ କଲେଜକୁ ସ୍ଥାନାନ୍ତର କରା ଯାଇଛି । ସୂଚନା ଅନମୁଯାୟୀ,ନନ୍ଦପୁର ବ୍ଲକ୍‌ ବଂଗଲାଗୁଡା ଗ୍ରାମର ଚନ୍ଦ୍ରିକା ହନ୍ତାଳ ସେମିଲିଗୁଡା ନିକଟ ଜାନିଗୁଡା ସିତମ୍‌ ଇଂଜିନିଅରିଂ କଲେଜରେ ଡିପ୍ଲୋମା ପଢୁଛନ୍ତି । ଅନ୍ୟ ସହପାଠିନୀ ମାନଙ୍କ ସହ ଚନ୍ଦ୍ରିକା କଲେଜ୍‌ ନିକଟରେ ଏକ ଭଡା ଘରେ ରୁହନ୍ତି । ଚନ୍ଦ୍ରିକାକୁ ସେହି ଅଂଚଳର ଗୋପୀ ଖରା ନାମକ ଜଣେ ଯୁବକ ଏକ ତରଫା ପ୍ରେମ କରୁଥିଲେ । ଅନେକ ଥର ଗୋପୀ ଚନ୍ଦ୍ରିକାକୁ ପ୍ରେମ ନିବେଦନ କରିଥିଲେ ମଧ୍ୟ ସେ ପ୍ରତ୍ୟାକ୍ଷାନ କରି ଆସୁଥିଲେ । ଚନ୍ଦ୍ରିରିକା ଠାରୁ ନିରାଶ ହେବା ପରେ ପ୍ରତିଶୋଧ ପରାୟଣ ହୋଇ ଗୋପୀ ଆଜି ସଂନ୍ଧ୍ୟାରେ ଚନ୍ଦ୍ରିକା ରହୁଥିବା ଭଡା ଘରକୁ ଆସି ତାୁପରେ ପେଟ୍ରୋଲ୍‌ ଢାଳି ନିଆ ଲଗାଇ ଦେଇଥିଲେ । ଚନ୍ଦ୍ରିକାଙ୍କ ଚିତ୍କାର ଶୁଣି ଅନ୍ୟ ମାନେ ପାଖକୁ ଆସି ଘଟଣା ଦେଖିଥିଲେ । ସହପାଠିନୀ ରଂଜିତା ଖରା ଠାରୁ ଚନ୍ଦ୍ରିକାଙ୍କ ବାପା ଖବର ପାଇ ଜାନିଗୁଡା ଆସିଥିଲେ । ଚନ୍ଦ୍ରିକାକୁ ପ୍ରଥମେ କୋରାପୁଟ ଏସଏଲଏନ ମେଡିକାଲ୍‌ କଲେଜ ଓ ହସ୍ପିଟାଲରେ ଭର୍ତି କରା ଯାଇଥିଲା ହେଲେ ଶରୀରର ୮୦ ପ୍ରତିଶତ ପୋଡି ଯାଇଥିବାରୁ ବ୍ରହ୍ମପୁର ମେଡିକାଲ୍‌ କଲେଜକୁ ସ୍ଥାନାନ୍ତର କରା ଯାଇଛି । ଅଭିଯୁକ୍ତ ଗୋପୀ ଖରା ଫେରାର୍‌ ହୋଇ ଯାଇଥିବାବେଳେ ସେମିଲିଗୁଡା ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
  ଶାହାଙ୍କୁ ସ୍ୱରାଷ୍ଟ୍ର, ନିର୍ମଳାଙ୍କୁ ଅର୍ଥ

ଶାହାଙ୍କୁ ସ୍ୱରାଷ୍ଟ୍ର, ନିର୍ମଳାଙ୍କୁ ଅର୍ଥ

Read More...

 କେମିତି ଥିଲା ଶାହଙ୍କ ସଫଳ ଯାତ୍ରା,  ଶେୟାର ବ୍ରୋକରରୁ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ

କେମିତି ଥିଲା ଶାହଙ୍କ ସଫଳ ଯାତ୍ରା, ଶେୟାର ବ୍ରୋକରରୁ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page