ବିଜେଡ଼ି ସାଂସଦଙ୍କୁ ଦାୟିତ୍ୱ ବଣ୍ଟନ, ପିନାକୀ ମିଶ୍ର ସଂସଦୀୟ ଦଳ ନେତା,ଅଚୁ୍ୟତଙ୍କୁ ମୁଖ୍ୟ ସଚେତକ, ଅନୁଭବଙ୍କୁ ଉପମୁଖ୍ୟ ସଚେତକ

June 02, 2019, ଓଡ଼ିଶା, , Anupambharat News Bureau


ବିଜେଡ଼ି ସାଂସଦଙ୍କୁ ଦାୟିତ୍ୱ ବଣ୍ଟନ, ପିନାକୀ ମିଶ୍ର ସଂସଦୀୟ ଦଳ ନେତା,ଅଚୁ୍ୟତଙ୍କୁ ମୁଖ୍ୟ ସଚେତକ,  ଅନୁଭବଙ୍କୁ ଉପମୁଖ୍ୟ ସଚେତକ
Anupambharat News Bureau
June 02, 2019

ଭୁବନେଶ୍ୱର,୨ ।୬ (ଅନୁପମ ମିଡିଆ): ବିଜେଡ଼ିର ନବ ନିର୍ବାଚିତ ସାଂସଦଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦାୟିତ୍ୱ ବଣ୍ଟନ କରିଛନ୍ତି ।
ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ (ଯାହା ବିଜୁ ଜନତା ଦଳକୁ ଆବଟଂନ କରାଯିବ) ଭାବେ ମନୋନୀତ କରିଛନ୍ତି । ସେହିପରି ଲୋକସଭାରେ ବିଜୁ ଜନତା ଦଳର ସଂସଦୀୟ ଦଳ ନେତା ଭାବେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ମନୋନୀତ କରିଥିବା ବେଳେ କନ୍ଧମାଳ ସାଂସଦ ଡକଫର ଅଚୁ୍ୟତାନନ୍ଦ ସାମନ୍ତଙ୍କୁ ମୁଖ୍ୟ ସଚେତକ ଓ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ଉପମୁଖ୍ୟ ସଚେତକ ଭାବେ ମନୋନୀତ କରିଛନ୍ତି । ଏନେଇ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‌ ଇସ୍ତାହାରରେ ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ, ଚଳିତ ଥର ବିଜେଡ଼ିର ୧୨ ଜଣ ସାଂସଦ ନିର୍ବାଚିତ ହୋଇଛନ୍ତି । ଗତ ଥର ଦଳର ୨୦ ସାଂସଦ ରହିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଛାତ୍ରୀଙ୍କୁ ଅପହରଣ!

ଛାତ୍ରୀଙ୍କୁ ଅପହରଣ!

Read More...

ଭଞ୍ଜନଗରରେ କାଳବୈଶାଖୀର ତାଣ୍ଡବ, ଚାରି ଆହତ, ବହୁ ଟିଣ ଛପର ଉଡ଼ିଲା

ଭଞ୍ଜନଗରରେ କାଳବୈଶାଖୀର ତାଣ୍ଡବ, ଚାରି ଆହତ, ବହୁ ଟିଣ ଛପର ଉଡ଼ିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page