ଯୁବକକୁ ଟାଣିନେଲା କୁମ୍ଭୀର, ମୃତ ଦେହ ଉଦ୍ଧାର

June 03, 2019, ଓଡ଼ିଶା, , Anupambharat News Bureau


ଯୁବକକୁ ଟାଣିନେଲା କୁମ୍ଭୀର, ମୃତ ଦେହ ଉଦ୍ଧାର
Anupambharat News Bureau
June 03, 2019

ପଟ୍ଟାମୁଣ୍ଡାଇ, ୩ା୫ (ଅନୁପମ ମିଡିଆ): ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଛରା ପଞ୍ଚାୟତ ମଣ୍ଡପଡା ଗ୍ରାମର ସnୟ କୁମାର ପ୍ରଧାନ (୩୦) ଗତକାଲି ଦିନ ୧୧ଟା ବେଳେ ନିକଟସ୍ଥ ବ୍ରାହ୍ମଣୀ ନଦୀରେ ଗାଧୋଉଥିବାବେଳେ ହଠାତ ଏକ କୁମ୍ଭୀର ତାଙ୍କୁ ଝାମ୍ପି ନେଇ ନଦୀର ଗଭୀର ଜଳାରାଶି ମଧ୍ୟରେ ଉଦ୍ଭାନ ହୋଇଯାଇଥିଲା । ନଦୀରେ ଗାଧୋଉଥିବା ଅନ୍ୟାନ୍ୟ ଲୋକମାନେ ଏଭଳି ଲୋମହର୍ଷଣକାରୀ ଦୃଶ୍ୟ ଦେଖି ସ୍ତବ୍ଧ ହୋଇଯାଇଥିଲେ । ଏହାପରେ ନଦୀରେ ଗାଧୋଉଥିବା ଲୋକମାନଙ୍କ ହୋହାଲ୍ଲା ଶୁଣି ନଦୀକୂଳକୁ ଲୋକମାନଙ୍କ ସୁଅ ଛୁଟିଥିଲା । ବହୁ ଚେଷ୍ଟା କରାଯାଇଥିଲେ ମଧ୍ୟ କୁମ୍ଭୀର କବଳରୁ ସnୟଙ୍କୁ ଉଦ୍ଧାର କରାଯାଇ ପାରିନଥିଲା । ଖବରପାଇ ରାଜନଗରରେ ଏକ ଆଧ୍ୟାତ୍ମିକ ସମାରୋହରେ ସାମିଲ ହୋଇଥିବା ନବନିର୍ବାଚିତ ଯୁବ ବିଧାୟକ ଧ୍ରୁବ ସାହୁ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରି ତତକ୍ଷଣାତ ଘଟଣାସ୍ଥଳରେ ପହଞ୍ଚିଥିଲେ । ନଦୀକୂଳରେ ଉପସ୍ଥିତ ବାଛରା ସରପଞ୍ଚ ସମୀର ପ୍ରଧାନ, ପୂର୍ବତନ ସମିତିସଭ୍ୟ ଅଜୟ ସାହୁଙ୍କ ସମେତ ସ୍ଥାନୀୟ ଲୋକମାନଙ୍କ ସହିତ ଘଟଣା ସଂପର୍କରେ ଆଲୋଚନା କରିଥିଲେ । ରାଜନଗର ବିଧାୟକ ଶ୍ରୀସାହୁ କୁମ୍ଭୀର ଉପଦ୍ରବ ଓ ନିଖୋଜ ହୋଇଯାଇଥିବା ସଂପୃକ୍ତ ଯୁବକଙ୍କୁ ଠାବ କରିବାକୁ ରାଜନଗର ଡିଏଫଓ, ପଟ୍ଟାମୁଣ୍ଡାଇ ଅଗ୍ନିଶମ ସେବା ଅଫିସରକୁ ଟେଲିଫୋନ ଯୋଗେ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସnୟଙ୍କ ଶୋକସନ୍ତପ୍ତ ପରିବାରକୁ ଭେଟି ବିଧାୟକ ସମବେଦନା ଜ୍ଞାପନ କରିବା ସହିତ ସରକାରୀସ୍ତରରେ ସମସ୍ତ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ । ଆଜି ସକାଳେ ମୃତ ସnୟଙ୍କ ଶବ ନଦୀରେ ଭାସୁଥିବା ଗାଁ ଲୋକମାନେ ଦେଖିବା ପରେ ଘଟଣାସ୍ଥଳକୁ ଲୋକମାନଙ୍କ ସୁଅ ଛୁଟିଥିଲା । ଖବରପାଇ ରାଜନଗର ବିଧାୟକ ଧ୍ରୁବ ସାହୁ ଘଟଣାସ୍ଥଳରେ ପହଞ୍ଚି ମୃତ ସnୟଙ୍କ ଶବ ଉଦ୍ଧାର କରିବା ସହିତ ବ୍ୟବଛେଦ ପାଇଁ ଆଳି ପଠାଇବାର ବ୍ୟବସ୍ଥା କରିଥିଲେ । ବିଧାୟକଙ୍କ ସହିତ ବିଜେଡି ସଭାପତି କିଶୋର ସାହୁ, ବାଛରା ସରପଞ୍ଚ ସମୀର ପ୍ରଧାନ, ପୂର୍ବତନ ସମିତିସଭ୍ୟ ଅଜୟ ସାହୁ, ପଟ୍ଟାମୁଣ୍ଡାଇ ଥାନା ଏଏସଆଇ ବିଜୟ କୁମାର ଦାସ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଶୋକସନ୍ତପ୍ତ ପରିବାରକୁ ଭେଟି ବିଧାୟକ ସମବେଦନା ଜ୍ଞାପନ କରିଥିଲେ । ମୃତ ଯୁବକର ଶବ ଉଦ୍ଧାର କରାଯିବା ପରେ ନଦୀକୂଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ସଂପୃକ୍ତ ଯୁବକ ଦିଲ୍ଲୀରେ ପାଣି ପାଇପ ଠିକାଦାରୀ କରୁଥିଲେ । ଖରାଛୁଟିରେ ଗାଁ କୁ ଆସି ପିଲାମାନଙ୍କ ସହିତ ବ୍ରାହ୍ମଣୀ ନଦୀରେ ଗାଧୋଉଥିବାବେଳେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ କେନ୍ଦୁଝର ଜିଲ୍ଲାର ସଫଳତା ହାର ୫୩.୧୧%

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ କେନ୍ଦୁଝର ଜିଲ୍ଲାର ସଫଳତା ହାର ୫୩.୧୧%

Read More...

ପ୍ରାତଃଭ୍ରମଣ ହେଲା କାଳ, ଟ୍ରକ୍‌ ଚାପାରେ ଦୁଇଭଉଣୀ ମୃତ

ପ୍ରାତଃଭ୍ରମଣ ହେଲା କାଳ, ଟ୍ରକ୍‌ ଚାପାରେ ଦୁଇଭଉଣୀ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page