ପାକିସ୍ତାନର ଜବରଦସ୍ତ ପ୍ରତ୍ୟାବର୍ତ୍ତନ, ଇଂଲଣ୍ଡ୍‌କୁ ହରାଇଲା ପାକିସ୍ତାନ

June 03, 2019, କ୍ରୀଡ଼ା, , Anupambharat News Bureau


ପାକିସ୍ତାନର ଜବରଦସ୍ତ ପ୍ରତ୍ୟାବର୍ତ୍ତନ, ଇଂଲଣ୍ଡ୍‌କୁ ହରାଇଲା ପାକିସ୍ତାନ
Anupambharat News Bureau
June 03, 2019

ଟେଣ୍ଟବ୍ରିଜ (ନଟିଂହାମ): ନଟିଂହାମ (ଇଂଲଣ୍ଡ)ର ଟେଣ୍ଟବ୍ରିଜରେ ଚାଳିଥିବା ବିଶ୍ୱକପ୍‌ କ୍ରିକେଟ ୨୦୧୯ର ୬ଷ୍ଠ ମ୍ୟାଚରେ ଇଂଲଣ୍ଡକୁ ୧୪ ରନ୍‌ରେ ପରାସ୍ତ କରିଛି ପାକିସ୍ତାନ । ଦ୍ୱିତୀୟ ପାଳିରେ ୩୪୯ ରନର ବିରାଟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ର୍ନିଦ୍ଧାରିତ ଓଭରରେ ୯ ଓ୍‌ିକେଟ ହରାଇ ୩୩୪ ରନ୍‌ କରିଛି । ଫଳରେ ପାକିସ୍ତାନ ଏହି ମ୍ୟାଚକୁ ୧୪ ରନ୍‌ରେ ଜିତି ନେଇଛି । ପାକିସ୍ତାନ ପକ୍ଷରୁ ସାଦାବ ଖାନ୍‌ ଓ ମହମ୍ମଦ ଅମିର ୨-୨ ଟି ଓ୍‌ିକେଟ ନେଇଥିବା ବେଳେ ଓ୍‌ାହାବ ରିଆଜ ୩ଟି ଓ୍‌ିକେଟ ଓ ମହମ୍ମଦ ହାଫିଜ ଓ ସୋହେବ ମଲ୍ଲିକ ୧-୧ ଟେ ୱିକେଟ ନେଇଛନ୍ତି ।


ଇଂଲଣ୍ଡ ପ୍ରଥମରୁ ଭଲ ବ୍ୟାଟିଂ କରିନଥିଲା ଫଳରେ ଦଳର ସ୍କୋର ୧୨ ରନ୍‌ ଥିବାବେଳେ ଜାସନ ରୟ ସାଦାବଙ୍କ ବଲର ଶିକାର ହୋଇଥିଲେ । ଅନ୍ୟପଟେ ଜନି ବେୟାରଷ୍ଟା ୬୦ ରନ୍‌ ରେ ଆଉଟ ହୋଇ ପ୍ୟାଭିଲିୟନକୁ ଫେରିଥିଲେ । ୮୬ ରନ୍‌ରେ ମୋର୍ଗନ ଓ ୧୧୮ ରନ୍ର ବେନ୍‌ ଷ୍ଟୋକ୍‌ ଆଉଟ ହୋଇଥିଲେ । ଏହାପରେ ରୁଟ ଓ ବଟଲରଙ୍କ ଶତକୀୟ ପାଳି ଇଲଣ୍ଡକୁ ମଜବୁତ କରିଥିଲା । ଜୋ ରୁଟ୍‌ ୧୦୪ ବଲରେ ୧୦୭ ରନ୍‌ କରିଥିବା ବେଳେ ବଟଲର ୭୬ ବଲରେ ଦମ୍‌ଦାର ୧୦୩ ରନ୍‌ କରିଥିଲେ । କି;ୁ ଏହି ରନ୍‌ ଇଲଣ୍ଡକୁ ବିଜୟ ଦେଇ ପାରିନଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାବିତ୍ରୀ ବ୍ରତରେ ସ୍ତ୍ରୀକୁ ସ୍ୱାମୀର ମରଣାନ୍ତକ ଆକ୍ରମଣ

ସାବିତ୍ରୀ ବ୍ରତରେ ସ୍ତ୍ରୀକୁ ସ୍ୱାମୀର ମରଣାନ୍ତକ ଆକ୍ରମଣ

Read More...

ଯୁକ୍ତ ଦୁଇ ବିଜ୍ଞାନ ରେଜଲଫ ପ୍ରକାଶିତ,  କମିଲା ପାସ୍‌ ହାର

ଯୁକ୍ତ ଦୁଇ ବିଜ୍ଞାନ ରେଜଲଫ ପ୍ରକାଶିତ, କମିଲା ପାସ୍‌ ହାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page