ଗୋଟିଏ ଦିନରେ ୧୧ ଅପରାଧୀ ଗିରଫ

June 04, 2019, ଓଡ଼ିଶା, , Anupambharat News Bureau


ଗୋଟିଏ ଦିନରେ ୧୧ ଅପରାଧୀ ଗିରଫ
Anupambharat News Bureau
June 04, 2019

ଜୟପୁର,୪ା୬ (ଅନୁପମ ମିଡିଆ): କୋରାପୁଟ ଜିଲା ପୁଲିସ୍‌ କୁ ଏକ ବଡ ସଫଳତା ମିଳିଛି । ସୋମବାର ରାତ୍ରରେ ଜୟପୁର, ବୌପାରିଗୁଡା ଓ ବୋରିଗୁମ୍ମା ଅଂଚଳରୁ ୧୧ ଅପରାଧିଙ୍କୁ ଗିରଫ କରାଯାଇଥିବା ଆଜି ଏସ୍‌ଡିପିଓ ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନିରେ ଜଣାଇଛନ୍ତି । ସୋମବାର ରାତ୍ରରେ ଜୟପୁର ଜୟନଗର ଠାରେ ଏକ ଏଟିଏମ୍‌ ଲୁଟ୍‌ କରାଯିବାକୁ ଉଦ୍ୟମ କରାଯାଇଥିବା ବେଳେ ଜୟପୁର ପୁଲିସ୍‌ ଏହି ଲୁଟିଆଙ୍କ ମଧ୍ୟରୁ ୪ ଜଣଙ୍କୁ ଗରିଫ କରିଥିବା ଜଣାଯାଇଛି । ଏହି ଘଟଣାରେ ପୁଲିସ୍‌ ଉପରକୁ ୨ ରାଉଣ୍ଡ ଗୁଳିଚାଳନା ମଧ୍ୟ ହୋଇଥିବା ପୁଲିସ୍‌ ସୁତ୍ରରୁ ସୂଚନା ମିଳିଛି । ଏହି ଘଟଣାରେ ଗଣେଷ ପୂଜାରୀ(୨୧), କେ.ନାଗାର୍ଜୁନ(୨୬), ଅଜୟ ନାଗ(୨୧)ଙ୍କ ସହ ଦୈତାରି ସାଗର(୨୪)କୁ ଗିରଫ କରାଯାଇଥିବା ବେଳେ ଜଣେ ଫେରାର ଥିବା ଜଣାଯାଇଛି । ଏହି ମାମଲାରୁ ଏସ୍‌ ଆଇ ଜିତେନ୍ଦ୍ର ନାୟକ ଓ ଏଏସଆଇ କେ.ଡି ଖୋସଲା ତଦନ୍ତ କରୁଥିବା ଜଣାଯାଇଛି । ଅନ୍ୟ ଏକ ମାମଲାରେ ୯ଟି ମୋବାଇଲ୍‌ ଫୋନ ଜବତ କରାଯାଇଥିବା ସୂଚନା ମିଳିଛି ।
ସେହିପରି ଜୟପୁର ସଦର ଥାନା ଅନ୍ତର୍ଗତ ପଣସପୁଟ ବାଗ୍ରା ଛକ ନିକଟରୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଏକ କାର ୟୁପି ୬୭ବ୍ଲì ୪୮୪୨ ସହ ୭୨ କିଲୋ ଗଞ୍ଜେଇ ଜବତ ହୋଇଥିବା ଜଣାଯାଇଛି ।
ଏହି ମାମଲାରେ ମାଲକାନଗିରିରୁ ୟୁପି ଗଞ୍ଜେଇ ଚାଲାଣ କରୁଥିବା ଏକ ଗ୍ୟାଙ୍ଗର ବିରେନ୍ଦ୍ର ୟାଦବ(୨୮), ଗଣେଷ ସିଂ(୫୦), ସୁନିଲ କୁମାର କଂସାରୀ(୨୭)କୁ ପୁଲିସ୍‌ ଗରିଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଅନ୍ୟ ଏକ ମାମଲାରେ ବୌପାରିଗୁଡା ଥାନା ଅନ୍ତର୍ଗତ ଆଦର୍ଶ ବିଦ୍ୟାଳୟ ନିକଟରୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଏକ ମରଟସାଇକେଲ ସହ ୪୦ କିଲୋ ଗଞ୍ଜେଇ ଜବତ କରାଯାଇଥିବା ବେଳେ ମନଜ କୁମାର ସିଂଦେଓ(୩୫) ସହ ଆକବର ଖାନ(୩୮)କୁ ଗିରଫ କରାଯାଇଛି । ଅନ୍ୟ ଏକ ମାମଲାରେ ଏକ କାର ୟୁପି ୬୭ ଭି୮୭୬୧ରେ ୫୮ କିଲୋ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ଦୁଇ ଜଣକୁ ଗିରଫ କରାଯାଇଛି । ଏହି ଘଟଣାରେ ସନ୍ତୋଷ ୟାଦବ(୨୮)ସହ ସତିସ ସିଂଙ୍କୁ ଗିରଫ କରାଯାଇଥିବା ବେଳେ ଦୁଇ ଜଣ ଫେରାର ହୋଇଯାଇଥିବା ପୁଲିସ୍‌ ସୂଚନା ଦେଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ସାଗରିକା ନାଥଙ୍କ ସହ ଜୟପୁର ଟାଉନଥାନା ଅଧିକାରୀ ବାଲେଶ୍ୱର ଗିଧି, ବୌପାରିଗୁଡା ଥାନାର ରମେଶ କୁମାର ଦେବତା, ବୋରିଗୁମ୍ମା ଥାନା ଅଧିକାରୀ ସଂଜୟ କୁମାର ମଣ୍ଡଳଙ୍କ ସହ ଜୟପୁର ସଦର ଥାନା ଅଧିକାରୀ ଧିରେନ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଇସ୍ରୋ ଗଲେ ନବରଙ୍ଗପୁରର ୨ ଛାତ୍ରୀ

ଇସ୍ରୋ ଗଲେ ନବରଙ୍ଗପୁରର ୨ ଛାତ୍ରୀ

Read More...

୧୦୮ ଆମ୍ବୁଲାନ୍ସ ସେବାକୁ ଜରିପାଲ ଓ ପଟି ଭରସା

୧୦୮ ଆମ୍ବୁଲାନ୍ସ ସେବାକୁ ଜରିପାଲ ଓ ପଟି ଭରସା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page