ଶିବଙ୍କ ଉଚ୍ଚତମ ମୂର୍ତ୍ତି ତିଆରି କରିବ ନୂଆ ରେକର୍ଡ

June 04, 2019, ଦେଶ, , Anupambharat News Bureau


ଶିବଙ୍କ ଉଚ୍ଚତମ ମୂର୍ତ୍ତି ତିଆରି କରିବ ନୂଆ ରେକର୍ଡ
Anupambharat News Bureau
June 04, 2019

ଜୟପୁର: ଗୁଜରାଟରରେ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ମୂର୍ତ୍ତି ପରେ ପୁଣି ଏକ ସୁଉଚ୍ଚ ମୂର୍ତ୍ତି ଏବେ ଚର୍ଚ୍ଚାରେ । ରାଜସ୍ଥାନରେ ସଂହାରକର୍ତ୍ତା ଶିବଙ୍କର ଉଚ୍ଚତମ ମୂର୍ତ୍ତି ଏବେ ର୍ନିମାଣାଧୀନ ରହିଛି । ମିଳିଥିବା ସୂଚନା ଅନୁଯାୟୀ, ଏହାର କାମ ଏବେ ଜୋରସୋରରେ ଚାଲିଛି ଏବଂ ଆସନ୍ତା ଅଗଷ୍ଟରେ ଏହା ସମ୍ପୂର୍ଣ୍ଣ ହେବାକୁ ଯାଉଛି । ରାଜସ୍ଥାନର ନାଥଦ୍ୱାରା ନିକଟସ୍ଥ ଗଣେଶ ଟିକ୍ରିଠାରେ ନିର୍ମାଣ କରାଯାଉଥିବା ଏହି ମୂର୍ତ୍ତିରେ ୨୫୦୦ ଟନ୍‌ ରିଫାଇନ୍‌ ଇସ୍ପାତ ବ୍ୟବହାର ହେଉଛି । ଏହାର ଉଚ୍ଚତା ୩୫୧ ଫୁଟଛ ୨୦ ଫୁଟ୍‌, ୧୧୦ ଫୁଟ୍‌ ଏବଂ ୨୭୦ ଫୁଟ୍‌ ଉଚ୍ଚତାରେ ପରିଦର୍ଶକଙ୍କ ପାଇଁ ୩ଟି ଗ୍ୟାଲେରୀ ମଧ୍ୟ ରହିଛି । ୨୬୦ ଫୁଟ ଉଚ୍ଚରେ ଶିବଙ୍କ କାନ୍ଧ ରହିଛି । ତ୍ରିଶୂଳର ଉଚ୍ଚତା ୩୧୫ ଫୁଟ୍‌ ରହିବ । ଏହା ସମଗ୍ର ବିଶ୍ୱରେ ଚତୁର୍ଥ ଉଚ୍ଚତମ ମୂର୍ତ୍ତି ହେବ । ପୂର୍ବରୁ ଭାରତର ଗୁଜରାଟରେ ନିର୍ମିତ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ଏହି ତାଲିକାର ଶୀର୍ଷ ସ୍ଥାନରେ ଥିବାବେଳେ ଚାଇନାର ସ୍ପ୍ରିଙ୍ଗ ଟେମ୍ପଲ ବୁଦ୍ଧ ମନ୍ଦିରର ବୁଦ୍ଧ ମୂର୍ତ୍ତି ଦ୍ୱିତୀୟ ସ୍ଥାନରେ ଏବଂ ମ୍ୟାଁମାରର ଲେକ୍ୟୁଁ ସେକ୍ୟାଁ ତୃତୀୟ ସ୍ଥାନରେ ଅଛି । ଉତ୍ତର ଆମେରିକାରେ ଥିବା ଖ୍ରୀଷ୍ଟୋଫର କଲମ୍ବସ୍‌ଙ୍କ ମୂର୍ତ୍ତି ବର୍ତ୍ତମାନ ଚତୁର୍ଥ ସ୍ଥାନରେ ଅଛି । ୨୦୧୩ ମସିହା ଏପ୍ରିଲ ୧୭ରେ ଏହାର କାର୍ଯ୍ୟାରମ୍ଭ ହୋଇଥିଲାଛ ସୋଶାଲ ମିଡିଆରେ ଭାଇରାଲ ଫଟୋରୁ ଜଣାପଡ଼ିଛି ଶିବଙ୍କ ମସ୍ତକ ଭାଗ ଲାଲରଙ୍ଗରେ ରଙ୍ଗାଯାଇଛି । ଏହି ମୂର୍ତ୍ତି ନିକଟରେ ୩୭ ଫୁଟ ଓସାର ଏବଂ ୨୫ ଫୁଟ ଉଚ୍ଚ ଏକ ନନ୍ଦୀ ମୂର୍ତ୍ତି ମଧ୍ୟ ରହିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆରପାରିରେ ହାସ୍ୟ ଅଭିନେତା ସଲିଲ୍‌ ମିତ୍ର

ଆରପାରିରେ ହାସ୍ୟ ଅଭିନେତା ସଲିଲ୍‌ ମିତ୍ର

Read More...

ପାକିସ୍ତାନକୁ କୌଣସି ପ୍ରକାର ସାହାର୍ଯ୍ୟ କରାଯିବ ନାହିଁ: ସାଉଦି ରାଜା

ପାକିସ୍ତାନକୁ କୌଣସି ପ୍ରକାର ସାହାର୍ଯ୍ୟ କରାଯିବ ନାହିଁ: ସାଉଦି ରାଜା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page