ମୃତୁ୍ୟଞ୍ଜୟ ମହାପାତ୍ର ଆଇଏମ୍‌ଡ଼ି ମହାନିର୍ଦ୍ଦେଶକ

June 04, 2019, ଦେଶ, , Anupambharat News Bureau


ମୃତୁ୍ୟଞ୍ଜୟ ମହାପାତ୍ର ଆଇଏମ୍‌ଡ଼ି ମହାନିର୍ଦ୍ଦେଶକ
Anupambharat News Bureau
June 04, 2019

ନୂଆଦିଲ୍ଲୀ: ଖ୍ୟାତନାମା ପାଣିପାଗ ବିଶେଷଜ୍ଞ ମୃତ୍ୟୁଞ୍ଜୟ ମହାପାତ୍ର ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ(ଆଇଏମ୍‌ଡ଼ି)ର ମହାନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି । ସେ ପାଇଲିନ୍‌, ହୁଡ୍‌ହୁଡ୍‌, ତିତଲି ଏବଂ ଫୋନି ବାତ୍ୟା ଆସିବା ସମୟରେ ତାଙ୍କ ଟିମ୍‌ ଲ୍ୟାଣ୍ଡଫଲର ସ୍ଥାନ ଓ ସମୟ ତଥା ପବନର ବେଗ ସମ୍ପର୍କରେ ସଠିକ ଆକଳନ କରିଥିଲେ । ଫଳରେ ସେହି ସବୁ ବାତ୍ୟାରେ ଧନଜୀବନ ହାନିକୁ ରୋକିବା ସମ୍ଭବ ହୋଇପାରିଥିଲା । ସେ ଅଗଷ୍ଟ ପହିଲାରୁ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡ଼ିଛିଛ ସେ ଆସନ୍ତା ୫ ବର୍ଷ ପାଇଁ ଏହି ଦାୟିତ୍ୱ
ତୁଲାଇବେ । ସେ ତାଙ୍କର ନୂଆ ଦାୟିତ୍ୱ ବାବଦରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଆଜି ଯେଉଁ ସଫଳତା ପାଉଛି ସେ ସମସ୍ତଙ୍କୁ ଶ୍ରେୟ ଦେବି ଯେଉଁମାନେ ମୋତେ ଏ ସ୍ଥିତିରେ ପହଞ୍ଚିବା ପାଇଁ ସାହାଯ୍ୟ କରିଛନ୍ତି । ତାଙ୍କ ବାପା, ମା’, ଶୁଭେଚ୍ଛୁ, ବନ୍ଧୁବାନ୍ଧବ, ସହକର୍ମୀ ଏବଂ ସମଗ୍ର ଓଡ଼ିଶାବାସୀଙ୍କ ଶୁଭେଚ୍ଛା ତାଙ୍କ ସହିତ ଅଛି ବୋଲି ସେ କହିଛନ୍ତି । ଏକ ନିପଟ ଓଡ଼ିଆ ଗାଁରୁ ଆସି ଏହି ସଫଳତା ନିଶ୍ଚୟ ବଡ଼ କଥା ବୋଲି ସେ କହିଛନ୍ତି । ସେ ଏହି ଅବସରରେ କହିଛନ୍ତି ଓଡ଼ିଶା ଭାରତର ପାଣିପାଗ ଗେଟ୍‌ େୱ । ନୂତନ ଦାୟିତ୍ୱ ନେବାପରେ ବିପର୍ଯ୍ୟୟର ସଠିକ ଆକଳନ କରି ବହୁଦିନ ଆଗରୁ ଲୋକଙ୍କୁ ଏବଂ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଜଣାଇବା ପାଇଁ ସେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି । ଆଇଏମ୍‌ଡ଼ିର ଆଧୁନିକୀକରଣ ହୋଇଛି ଏବଂ ଆଗକୁ ମଧ୍ୟ ଏ ଦିଗରେ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି । ପାଣିପାଗ ଆକଳନରେ ସମସଗ୍ର ବିଶ୍ୱରେ ଭାରତୀୟ ପାଣିପାଗ କେନ୍ଦ୍ର ସ୍ୱତନ୍ତ୍ର ସ୍ଥାନ ହାସଲ ଦିଗରେ ଆଗକୁ ବୁଛି ବୋଲି ସେ କହିଛନ୍ତି । ସେ ସର୍ବଭାରତୀୟ ଦାୟିତ୍ୱରେ ଥିଲେ ମଧ୍ୟ ବିଭିନ୍ନ ବିପର୍ଯ୍ୟୟ ସମୟରେ ଓଡ଼ିଆରେ ବିବରଣୀ ଦେଇ ଓଡ଼ିଶା ସହିତ ଟିଭି ଜରିଆରେ ଯୋଡ଼ି ହୋଇ ରହିଥିଲେ । ଓଡ଼ିଶାର ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱରରେ ଜନ୍ମିତ ମହାପାତ୍ର ଆଇଆଇଟି ଦିଲ୍ଲୀର ଛାତ୍ର । ସେ ଘଣ୍ଟେଶ୍ୱରସ୍ଥିତ ଏସି ହାଇସ୍କୁଲରେ ପାଠ ପଢ଼ିଥିଲେ । ତାଙ୍କ ନିଯୁକ୍ତି ବାବଦରେ ଜାଣିବା ପରେ ତାଙ୍କ ଜନ୍ମସ୍ଥାନ ସହିତ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଶୁଭେଚ୍ଛା ବାର୍ତ୍ତା ଛୁଟିବାରେ ଲାଗିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିବାହ ବନ୍ଧନରେ ବାନ୍ଧିହେବେ ଦେବଦମ୍ପତ୍ତି

ବିବାହ ବନ୍ଧନରେ ବାନ୍ଧିହେବେ ଦେବଦମ୍ପତ୍ତି

Read More...

ମନ୍ତ୍ରୀମାନଙ୍କୁ ନବୀନଙ୍କ ନିର୍ଦ୍ଦେଶ, ପ୍ରତିମାସ ୭ରେ ଦେବେ ରିପୋର୍ଟ

ମନ୍ତ୍ରୀମାନଙ୍କୁ ନବୀନଙ୍କ ନିର୍ଦ୍ଦେଶ, ପ୍ରତିମାସ ୭ରେ ଦେବେ ରିପୋର୍ଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page