ମଦ୍ୟପର ଉନ୍ମକ୍ତ କାଣ୍ଡ , ଟାଙ୍ଗିଆରେ ହାଣି ଦୁଇଭାଇଙ୍କୁ ହତ୍ୟା, ହତ୍ୟାକାରୀକୁ କାବୁ କଲେ ଗାଁ ଲୋକେ

June 06, 2019, ଓଡ଼ିଶା, , Anupambharat News Bureau


 ମଦ୍ୟପର ଉନ୍ମକ୍ତ କାଣ୍ଡ ,   ଟାଙ୍ଗିଆରେ ହାଣି ଦୁଇଭାଇଙ୍କୁ ହତ୍ୟା, ହତ୍ୟାକାରୀକୁ କାବୁ କଲେ ଗାଁ ଲୋକେ
Anupambharat News Bureau
June 06, 2019

କେନ୍ଦୁଝର, ୬ା୬(ଅନୁପମ ମିଡିଆ): କେନ୍ଦୁଝରରେ ଜଣେ ମଦ୍ୟପଙ୍କ ଉନ୍ମକ୍ତ କାଣ୍ଡ ଦେଖିବାକୁ ମିଳିଛି । ନିଶାଶକ୍ତ ଯୁବକ ଜଣକ ଟାଙ୍ଗିଆରେ ହାଣି ଦୁଇଭାଇଙ୍କୁ ବିଭସି ଭାବେ ହତ୍ୟା କରିଥିବାବେଳେ ଗାଁ ଲୋକେ ହତ୍ୟାକାରୀକୁ କାବୁ କରି ପୁଲିସର ଜିମା ଦେଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ବାମେବାରୀ ଥାନା କାଶିଆ ଗ୍ରାମ ନାଏକ ସାହିର ଉଦ୍ଧବ ନାଏକ ଜଙ୍ଗଲରୁ କାଠ ନେଇ ଫେରିବା ପରେ ପ୍ରଚୁର ମଦ୍ୟପାନ କରି ନିଶାଶକ୍ତ ଆବସ୍ଥାରେ ସେହି ଗାଁର ସମ୍ଭାର ନାଏକଙ୍କ ଘରକୁ ଯାଇଥିଲା । ସେଠାରେ ସମ୍ଭାର ଓ ଉଦ୍ଧବଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉଦ୍ଧବ ଉତ୍‌କ୍ଷିପ୍ତ ହୋଇ ସମ୍ଭାର ନାଏକ(୬୦)ଙ୍କୁ ଟାଙ୍ଗିଆରେ ଅତି ବିଭତ୍ସ ଭାବରେ ହାଣି ପକାଇଥିଲା । ସମ୍ଭାର ସେହିଠାରେ ହିଁ ଛଟପଟ ହୋଇ ମୃତୁ୍ୟବରଣ କରିଥିଲା । ଭାଇକୁ ଏଭଳି ମରଣାନ୍ତକ ଆକ୍ରମଣ ହେଉଥିବା ଦେଖି ସମ୍ଭାରର ସାନଭାଇ କରମୁ ନାଏକ(୫୫) ଉଦ୍ଧବକୁ ପ୍ରତିବାଦ କରିଥିଲା । ଫଳରେ କରମୁଙ୍କୁ ମଧ୍ୟ ଉଦ୍ଧବ ଟାଙ୍ଗିଆରେ ହାଣି ଦେବାରୁ ସେ ସେଠାରେ ପଡି ଯାଇଥିଲେ । ଗୁରୁତର ଅବସ୍ଥାରେ ଗାଁ ଲୋକେ କରମୁକୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗାଁ ଲୋକେ ହତ୍ୟାକାରୀ ଉଦ୍ଧବଙ୍କୁ କାବୁ କରି ପୁଲିସର ଜିମା ଦେଇଥିଲେ । ପୁଲିସ ଉଦ୍ଧବକୁ ଧରି ଝୁମ୍ପୁରା ଡାକ୍ତରଖାନା ଆଣିବାବେଳେ ସେ ନିଶାଶକ୍ତ ଅବସ୍ଥାରେ ସମସ୍ତଙ୍କୁ ମାରି ଗୋଡାଇଥିଲା । ତାକୁ ନିଶା ଔଷଧ ଦେଇ ଶୁଆଇ ଦିଆଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହେ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବାବେଳେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆମେରିକାରେ ଉଚ୍ଚଶିକ୍ଷା ପାଇଁ କିସ୍‌ ଛାତ୍ରୀ ମନୋନୀତ

ଆମେରିକାରେ ଉଚ୍ଚଶିକ୍ଷା ପାଇଁ କିସ୍‌ ଛାତ୍ରୀ ମନୋନୀତ

Read More...

 ବାଲି ମାଫିଆଙ୍କ ବେଆଇନ ବାଲି ଉତ୍ତୋଳନ ବିରୋଧରେ ଗ୍ରାମବାସୀଙ୍କ ରାସ୍ତାରୋକ

ବାଲି ମାଫିଆଙ୍କ ବେଆଇନ ବାଲି ଉତ୍ତୋଳନ ବିରୋଧରେ ଗ୍ରାମବାସୀଙ୍କ ରାସ୍ତାରୋକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page