ବିଜେଡ଼ିକୁ ଭୋଟ ଦେଇନ, ତୁମକୁ ଚାଉଳ ନାହିଁ !

June 06, 2019, ଓଡ଼ିଶା, , Anupambharat News Bureau


ବିଜେଡ଼ିକୁ ଭୋଟ ଦେଇନ, ତୁମକୁ  ଚାଉଳ ନାହିଁ !
Anupambharat News Bureau
June 06, 2019

ଆନନ୍ଦପୁର,୬ା୬(ଅନୁପମ ମିଡିଆ): ଆନନ୍ଦପୁର ଉପଖଣ୍ଡ ଘସିପୁରା ନିର୍ବାଚନ ମଣ୍ଡଳୀର ସାଇଁକୁଳ ପଞ୍ଚାୟତର କିଛି ବ୍ୟକ୍ତିଙ୍କୁ ହୀନ ରାଜନୀତି ଚକ୍ରାନ୍ତରେ ବିଜେଡ଼ିକୁ ଭୋଟ ଦେଇନଥିବା ଅଭିଯୋଗରେ ତୁମକୁ ଚାଉଳ ଦିଆଯିବ ନାହିଁ ଘଟଣା ନେଇ ସାଇଁକୁଳ ଫାଣ୍ଡିରେ ଅଭିଯୋଗ ହୋଇଥିବା ଜଣାଯାଇଛି । ସୂଚନାଯୋଗ୍ୟ ସାଇଁକୁଳ ଗ୍ରାମର ବୈଲୋଚନ ପଣ୍ଡା ଜଣେ ଗରିବ ହିତାଧିକାରୀ ଭାବେ ୨୦୧୩ରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ ଯୋଜନାରେ ସାମିଲ ହୋଇ କଣ୍ଟ୍ରୋଲ୍‌ ସାମଗ୍ରୀ ପାଇଆସୁଥିବା ବେଳେ ନିଜର ମେ ଓ ଜୁନ୍‌ ମାସର ଚାଉଳ ଓ ଗହମ ଆଣିବା ପାଇଁ ସାଇଁକୁଳ ଗ୍ରା.ପ. କାର୍ଯ୍ୟାଳୟକୁ ଯାଇଥିବା ବେଳେ ସାମଗ୍ରୀ ବଣ୍ଟନ କରୁଥିବା ପ୍ରମୋଦ କୁମାର ପରିଡ଼ା ତାଙ୍କ ରାସନ କାର୍ଡ଼ରେ ସାମଗ୍ରୀ ଦିଆଯିବାର ଲେଖିଦେବା ପରେ ବହିରେ ଛକମାରି ଦେଇ ଫେରାଇ ଦେଇଥିଲେ । ରାସନ୍‌ ସାମଗ୍ରୀ ମାଗିବାରୁ ସେ କହିଲେ ତୁମେ ବିଜେଡ଼ିକୁ ଭୋଟ ଦେଇନ ତେଣୁ ତୁମକୁ ଚାଉଳ ଓ ଗହମ କିଛି ମିଳିବ ନାହିଁ କହି ଫେରାଇ ଦେଇଥିଲେ । ଏହି ଘଟଣାକୁ ନେଇ ବୈଲୋଚନ ପଣ୍ଡା ସାଇଁକୁଳ ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଥିବାର ଜଣାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟପ୍‌ ଟେନ୍‌ ଆତଙ୍କବାଦୀ ତାଲିକା ଜାରି କଲା ଭାରତ

ଟପ୍‌ ଟେନ୍‌ ଆତଙ୍କବାଦୀ ତାଲିକା ଜାରି କଲା ଭାରତ

Read More...

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page