ମୋବାଇଲ ପ୍ରେମରୁ ଅଘଟଣ କଥା ହେଲା ଜଣେ, ଛେଚା ଖାଇଲା ଆଉଜଣେ

May 11, 2019, ଓଡ଼ିଶା, ଗଞ୍ଜାମ, Anupambharat News Bureau


ମୋବାଇଲ ପ୍ରେମରୁ ଅଘଟଣ କଥା ହେଲା ଜଣେ, ଛେଚା ଖାଇଲା ଆଉଜଣେ
Anupambharat News Bureau
May 11, 2019

ଭଞ୍ଜନଗର,୧୧ ।୫(ଅନୁପମ ମିଡ଼ିଆ) : ଅନ୍ୟର ମୋବାଇଲ ନେଇ ଜଣକୁ ପ୍ରେମ ନିବେଦନ କରିବା ଶେଷରେ ମୋବାଇଲଧାରୀଙ୍କୁ ମହଙ୍ଗା ପଡ଼ିଲା । ମୋବାଇଲ ପ୍ରେମରୁ ଘଟିଲା ଅଘଟଣ । ମୋବାଇଲ ମାଗିନେଇ ପ୍ରେମ ନିବେଦନ କଲା ଜଣେ ହେଲେ ଏହି କାରଣରୁ ନିର୍ଦ୍ଧୁମ ମାଡ଼ ଖାଇଲା ଆଉଜଣେ । ଝିଅ ପରିବାରର ସଂଗଠିତ ଆକ୍ରମଣରେ ପ୍ରକୃତ ମୋବାଇଲଧାରୀ ଗୁରୁତର ଆହାତ ହୋଇ ସଂଜ୍ଞାହୀନ ଅବସ୍ଥାରେ ଏବେ ମେଡିକାଲରେ ଚିକିତ୍ସାଧୀନ ରହିଛି । ଏଭଳି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ ଗାଲେରୀ ଫାଣ୍ଡିର ବଦାଙ୍ଗୀ ହରିଜନ ସାହିରେ ଦେଖିବାକୁ ମିଳିଛି ।
ମିଳିଥିବା ସୁଚନା ପ୍ରକାରେ, ତାରାସିଂ ଥାନା ଅନ୍ତର୍ଗତ ବଦାଙ୍ଗୀ ହରିଜନ ସାହିର ସୁଜନ ନାଇକ ନାମକ ଜଣେ ୨୪ ବର୍ଷୀୟ ଯୁବକକୁ ସେହି ସାହିର ତା’ର ଅନ୍ୟତମ ସାଙ୍ଗ ଜଟିଆ ନାଇକ ମୋବାଇଲ୍‌ ଫୋନ୍‌ କିଛି ସମୟ ପାଇଁ ମାଗିଥିଲା । ଆଉ ସାଙ୍ଗଙ୍କ କଥାକୁ ଭାଙ୍ଗିନପାରି ସୁଜନ ଜଟିଆକୁ ତାର ମୋବାଇଲ ଦେଇଥିଲେ ।
ସୁଜନର ମୋବାଇଲରୁ ଜଟିଆ ସେହି ହରିଜନ ସାହିର ଜଣେ ନାବାଳିକା କନ୍ୟାକୁ ପ୍ରେମ ନିବେଦନ କରିବାପରେ ସୁଜନକୁ ତା’ର ମୋବାଇଲ ଫେରାଇ ଦେଇଥିଲା । ଏହି ଘଟଣାରେ ନାବାଳିକା ଜଣକ ପରିବାର ଲୋକଙ୍କୁ ଜଣାଇବାପରେ ଝିଅଘର ପରିବାର ସେହି ମୋବାଇଲ୍‌ ନମ୍ବରକୁ ଡାଏଲ୍‌ କରି ତାହା ସୁଜନର ମୋବାଇଲ ବୋଲି ଜାଣିପାରିଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ଝିଅ ପରିବାରର ୭ଜଣ ବ୍ୟକ୍ତିବିଶେଷ ସୁଜନକୁ ଖୋଜାଖୋଜି କରିଥିଲେ । ପରେ ସୁଜନ ବଦାଙ୍ଗୀ ଛକରେ ଥିବା ଜାଣିପାରି ସେଠାକୁ ଆସି ବାଦାଙ୍ଗୀ ଛକରୁ ହରିଜନ ସାହିଯାଏଁ ସୁଜନକୁ ପିଟି ପିଟି ଘୋଷାଡି ନେଇଥିଲେ । ନିଜର ଦୋଷ କ’ଣ ଜାଣିବା ପୂର୍ବରୁ ସୁଜନ ମାଡ଼ ଖାଇ ଲହୁ ଲୁହାଣ ହୋଇସାରିଥିଲା । ହରିଜନ ସାହି ଛକରେ ପ୍ରବଳ ମାଡ କାରଣରୁ ସୁଜନ ସଂଜ୍ଞାହୀନ ହୋଇପଡିବାରୁ ନାବାଳିକାର ପରିବାର ଲୋକମାନେ ତାକୁ ସେଠାରେ ଛାଡିଦେଇ ଚାଲିଯାଇଥିଲେ । ସଂଜ୍ଞାହୀନ ଅବସ୍ଥାରେ ସୁଜନକୁ ପରିବାର ଲୋକମାନେ ଗୁରୁବାର ସନ୍ଧ୍ୟାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ଦୁଇ ଦିନ ପରେ ଅର୍ଥାତ୍‌ ଶନିବାର ସୁଜନର ଚେତା ଫେରିବାପରେ ଘଟଣା ଜଣାପଡ଼ିଥିଲା । ଏହାପରେ ସୁଜନର ମାଆ ସୁକାନ୍ତି ନାଇକ ଗାଲେରୀ ଫାଣ୍ଡିରେ ଏତଲା ଦେଇଥିଲେ । ଥାନା କେଶ ନମ୍ବର- ୬୮/୧୯ ପ୍ରକାରେ ଏକ ମାମଲା ରୁଜୁ କରାଯାଇ ଫାଣ୍ଡି ଅଧିକାରୀ ଅଶୋକ ତ୍ରିପାଠୀ ଘଟଣା ସମ୍ପର୍କରେ ଅନୁସନ୍ଧାନ ଆରମ୍ଭ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁର  ବିଶ୍ୱବିଦ୍ୟାଳୟ ପରୀକ୍ଷା ଘୁଞ୍ଚିଲା

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରୀକ୍ଷା ଘୁଞ୍ଚିଲା

Read More...

ଆରପାରିରେ ଆଇଟିସି ଅଧ୍ୟକ୍ଷ

ଆରପାରିରେ ଆଇଟିସି ଅଧ୍ୟକ୍ଷ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page