ନିଶା କବଳରେ ଅସହାୟ ଶୈଶବ, ଥଇଥାନ ନାହିଁ, ଉଦ୍ଧାରରେ ସିମିତ ଶିଶୁ ସୁରକ୍ଷା

June 07, 2019, ଓଡ଼ିଶା, , Anupambharat News Bureau


ନିଶା କବଳରେ ଅସହାୟ ଶୈଶବ,  ଥଇଥାନ ନାହିଁ, ଉଦ୍ଧାରରେ ସିମିତ ଶିଶୁ ସୁରକ୍ଷା
Anupambharat News Bureau
June 07, 2019

ଭଦ୍ରକ, ୭ା୬ (ଅନୁପମ ମିଡିଆ): ନିଶା କବଳରେ ଏବେ ଅସହାୟ ଶୈଷବ । ନିଜର ନିଶା ଭୋକ ମେଂଟାଇବା ସକାସେ ଏବେ ସେମାନେ ଆପଣେଇ ନେଇଛନ୍ତି ବଜାରରେ ମିଳୁଥିବା କିଛି ଅଠାଜାତୀୟ କ୍ୟାମିକାଲ୍ସ । ଏହାର ଉତ୍କଟ ବାସ୍ନା ନାକରେ ଆଘ୍ରାଣ କରି ଏବଂ କ୍ୟାମିକାଲ୍ସକୁ ଜିଭରେ ଚାଟି ସେମାନେ ନିଶାରେ ଚୁର ହୋଇ ବୁଲୁଛନ୍ତି । ସକାଳୁ ସ ପର୍ଯ୍ୟନ୍ତ ସହରରେ ବୁଲି ବୁଲି ଭିକ୍ଷାବୃତି କରି ଯାହା ରୋଜଗାର କରନ୍ତି ସେଥିରେ ସେମାନଙ୍କର ଏହି ନିଶା ଭୋକ ମେଂଟି ଯାଏ । ଭୋକ ଲାଗିଲେ ବଜାରରୁ ଏଣୁତେଣୁ କିଛି କିଣି ନଚେତ ହୋଟେଲରେ ଲୋକେ ଛାଡିଯାଇଥିବା ବଳକା ଖାଦ୍ୟକୁ ଖାଇ ସେମାନେ ସେମାନଙ୍କ ପେଟ ଭରି ନିଅନ୍ତି । ନିଶା ଚଢିଗଲେ ଯେଉଁଠି ପାରନ୍ତି ସେଇଠି ଶୋଇ ପଡନ୍ତି । ଟଳଟଳ ପାଦରେ ସେମାନେ ସହରରେ ଏଯାଗାରୁ ସେଯାଗା ଘୁରି ବୁଲୁଥାନ୍ତି । ଦରକାର ପଡିଲେ ନିଶା ଭୋକ ମେଂଟାଇବା ସକାସେ ସେମାନେ ରାତି ଅନ୍ଧାରରେ ଛୋଟବଡ ଚୋରି ମଧ୍ୟ କରିବସନ୍ତି । ଏମିତିକିଛି ଘଟଣା ଏବେ ଭଦ୍ରକ ସହରରେ ଚର୍ଚାର ବିଷୟ ହୋଇଛି । ପୁଅଟିଏ ଏବଂ ଝିଅ ଟିଏ । ବୟସ ପାଖାପାଖି ୫ା୬ ହେବ । ସଂର୍ପକରେ ସେମାନେ ଭାଇ ଭଉଣୀ ଭଳି ଜଣାପଡନ୍ତି । ପରିଷ୍କାର ଭାବେ ସେମାନେ କଥା କହିପାରୁ ନାହାନ୍ତି । ନିଜ ନାମ ଠିକଣା ଅଥବା ବାପାମାଙ୍କ ପରିଚୟ ଦେବାକୁ ମଧ୍ୟ ଅସମର୍ଥ । ଭଦ୍ରକ ସହରରରେ ବୁଲି ବୁଲି ସେମାନେ ଭିକ ମାଗୁଛନ୍ତି । ଦେହରେ ଚିରା ଫଟା ପ୍ୟାଂଟ ଏବଂ ସାର୍ଟ । ଆଖିରେ ଆଖିଏ ନିଦ ଭରି ରହିଛି । ଏକ ମଇଳା କପଡା ଭିତରେ ଲୁଚାଇ ରଖିଛନ୍ତି ଏହି କ୍ୟାମିକାଲ ଅଠା । ମଝିରେ ମଝିରେ ତାକୁ ସୁଂଘି ନେଉଛନ୍ତି । ଅଠାଥିବା ଟୁ୍ୟବରୁ କିଛି ଅଠାକାଢି ଜିଭରେ ଚାଟି ନେଉଛନ୍ତି ।
ବାସ ତାପରେ ଟଳଟଳ ହୋଇ ଏଣେତେଣେ ଘୁରି ବୁଲୁଛନ୍ତି । ଗୁରୁବାର ସକାଳେ ଭଦ୍ରକ ସହରର ରାସ୍ତାକଡରେ ଟିକି ଝିଅଟି ଶୋଇ ପଡିଥିବା ବେଳେ ତାପାଖରେ ବସି ଭାଇଟି ତାକୁ ଉଠାଇବାର ପ୍ରୟାସ କରୁଥାଏ । ହାତରେ ଧରିଥିବା କ୍ୟାମିକାଲସ୍‌ କୁ ଶୋଇଥିବା ଝିଅଟି ନାକ ପାଖରେ ସୁଂଘାଇବାର ପ୍ରୟାସ କରୁଥାଏ । କିଛି ସମୟପରେ ଝିଅଟି ନିଦମଳମଳ ଆଖିରେ ଉଠି ବସିବା ପରେ ସେମାନେ ଟଳଟଳ ପାଦରେ ସେଠାରୁ ଚାଲି ଯାଇଥିଲେ । ସେମାନଙ୍କୁ ସେମାନଙ୍କ ପରିଚୟ ମାଗିଥିଲେ ମଧ୍ୟ ସେମାନେ କେବଳ ହାତରେ ଧରିଥିବା ଏହି ଅଠାଟି କେଉଁ ଦୋକାନରେ ମିଳିବ ବୋଲି ଇଶାର କରିବା ଭିନ୍ନ ଆଉକିଛି କହିବାକୁ ସମର୍ଥ ହୋଇ ନଥିଲେ ।ଏହି ଦୁଇଗୋଟି ଶିଶୁ ନୁହଁନ୍ତି ସେମାନଙ୍କ ଭଳି ଆହୁରୀ ଅନେକ ଶିଶୁ ଭଦ୍ରକ ବସଷ୍ଟାଣ୍ଡ,ରେଲେୱଷ୍ଟେସନ ଭଳି ବିଭିନ୍ନ ଜନଗହଳୀପୁର୍ଣ୍ଣ ସ୍ଥାନରେ ବୁଲିବୁଲି ଭିକ୍ଷାବୃତି କରୁଛନ୍ତି । ଯେଉଁ ବୟସରେ ହାତରେ ବହି ବସ୍ତାନୀ ଧରି ସ୍କୁଲ ଯିବା କଥା ସେହିବୟସରେ ସେମାନେ ସହରରେ କେବଳ ଭିକ୍ଷାବୃତି କରୁନାହାନ୍ତି ଉତ୍କଟ ନିଶାପାଣିରେ ଅଭ୍ୟସ୍ତ ହୋଇ ପଡିଛନ୍ତି । ସବୁଠାରୁ ବଡ କଥା ହେଲା ଏହି ଧରଣର ଅନାଥ ଏବଂ ଅବହେଳିତ ଶିଶୁଙ୍କ ଥଇଥାନ ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି । ପୋଲିସ,ପ୍ରଶାସନ ମିଳିତ ସହଯୋଗରେ ଉଦ୍ଧାର ଏବଂ ଥଇଥାନ କରାଯାଉଛି ।
ଏବାବଦରେ ସରକାର ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରୁଛନ୍ତି । ହେଲେ ଏହି ସମସ୍ୟାର ସ୍ଥାଇ ସମାଧାନ ସମ୍ଭବ ହୋଇ ପାରୁ ନାହିଁ । ଏଥିନେଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସହ ସଂର୍ପକ କରାଯାଇଥିବା ବେଳେ ସେ ଏହି ପିଲାମାନଙ୍କୁ ଉଦ୍ଧାର କରିବା ଆମ କାମ ନୁହେଁ ଆପଣ ଏଥିନେଇ ଚାଇଲï ଲାଇନ ସହ ସଂର୍ପକ କରନ୍ତୁ । ତେବେ ଚାଇଲï ଲାଇନ ସହିତ ସଂର୍ପକ କରାଯାଇଥିବା ବେଳେ ସେମାନେ କହିଥିଲେ ଯେ ଏହି ଧରଣର ଏକାଧିକ ଶିଶୁଙ୍କୁ ଆମେ ଉଦ୍ଧାରକରି ସିଡବ୍ଲìସି ରେ ହାଜିର କରୁଛୁ ହେଲେ ଫଳ କିଛି ହେଉନାହିଁ ସେମାନଙ୍କ ଥଇଥାନ ଉପରେ ଗୁରୁତ୍ୱ ଦିଆନଯାଇ ସେମାନଙ୍କୁ କାଉସେଲିଂ କରାଯାଇ ପୁଣି ସେମାନଙ୍କୁ ସେମାନଙ୍କ ହାଲତରେ ଛାଡି ଦିଆଯାଉଛି । ଫଳରେ ଏହି ସମସ୍ୟାର ସ୍ଥାଇ ସମାଧାନ ହୋଇ ପାରୁ ନାହିଁ । ସରକାରୀ ସୁଚନା ଅନୁଯାଇ ଅପରେସନ ମୁସ୍କାନ(୧) (୨) ଏବଂ ପରୀ ଯୋଜନାରେ ଗତ ୨୦୧୫,୨୦୧୭ ଏବଂ ୨୦୧୮ରେ ପ୍ରାୟ ୪ ଶହ ଶିଶୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୬ ଜଣଙ୍କୁ ସରକାରୀ ସ୍ପୋନସରସି’ ଦିଆଯାଇ ଥଇଥାନ ପ୍ରୟାସ କରାଯାଇଥିବା ବେଳେ ଅନ୍ୟ ସମସ୍ତଙ୍କୁ ସେମାନଙ୍କ ହାଲତରେ ଛାଡି ଦିଆଯାଇଥିଲା । ଯାହାକି ଭଦ୍ରକ ଭଳି ଏକ ଛୋଟିଆ ଜିଲ୍ଲାରେ ଶିଶୁ ସୁରକ୍ଷା ବ୍ୟବସ୍ଥାର ଦୁର୍ବଳତାକୁ ପଦାରେ ପକାଇ ଦେଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁର ନର୍ସିଂହୋମରେ ଚଢ଼ାଉ

ବ୍ରହ୍ମପୁର ନର୍ସିଂହୋମରେ ଚଢ଼ାଉ

Read More...

ପୀଡ଼ିତାଙ୍କ ଜୀବନ ରକ୍ଷା କଲା ଟାଟା ଷ୍ଟିଲ୍‌ ଚିକିତ୍ସା ଦଳ

ପୀଡ଼ିତାଙ୍କ ଜୀବନ ରକ୍ଷା କଲା ଟାଟା ଷ୍ଟିଲ୍‌ ଚିକିତ୍ସା ଦଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page