ଆନ୍ଧ୍ରରେ ନିୟୋଜିତ ହେବେ ୫ ଉପ ମୁଖ୍ୟମନ୍ତ୍ରୀ

June 08, 2019, ଦେଶ, , Anupambharat News Bureau


ଆନ୍ଧ୍ରରେ ନିୟୋଜିତ ହେବେ ୫ ଉପ ମୁଖ୍ୟମନ୍ତ୍ରୀ
Anupambharat News Bureau
June 08, 2019

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡୀ ଏବେ ନିଜର ନୂତନ ଚିନ୍ତାଧାରା ପାଇଁ ଚର୍ଚ୍ଚାରେ ଅଛନ୍ତି । ନିକଟରେ କୃଷକ, ଆଶା ଦିଦି, ଜନତାଙ୍କ ପାଇଁ ବଡବଡ ଘୋଷଣା କରିବା ପରେ ସେ, ଏବେ ପୁଣି ଥରେ ଏକ ବଡ ନିଷ୍ପତି ନେଇଛନ୍ତି । ଏଥର ସେ, କୌଣସୀ ଯୋଜନା ନୁହେଁ ବରଂ ସରକାରୀ କ୍ଷେତ୍ରରେ ପରିବର୍ତନ ଆଣିଛନ୍ତି । ଆନ୍ଧ୍ରରେ ଏବେ ଜଣେ ମୁଖ୍ୟମନ୍ତ୍ରୀ ନୁହଁନ୍ତି ୫ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ନିୟୋଜିତ କରାଯିବ । ଏଭଳି ଦେଶରେ ପୂର୍ବରୁ କୌଣସୀ ରାଜ୍ୟରେ ହୋଇ ନାହିଁ । ରେଡୀଙ୍କ ମନ୍ତ୍ରୀମଣ୍ଡଳରେ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ, ଅଳ୍ପସଂଖ୍ୟକ, ଏବଂ କାପୁ ସମୁଦାୟରୁ ଜଣେ ଜଣେ ଉପ ମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି ହେବେ । ସେ ଆଜି ଦଳର ବିଧାୟକଙ୍କ ଏକ ବୈଠକ ପରେ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କ୍ୟାମ୍ପ୍‌ ଅଫିସ୍‌ରେ ସମସ୍ତ ନବନିର୍ବାଚିତ ବିଧାୟକଙ୍କର ଏକ ବୈଠକ ହୋଇଛି । ଏହି ବୈଠକରେ ସମ୍ବୋନ୍ଧିତ କରିବା ସମୟରେ ଜଗନ କହିଛନ୍ତି କି, ସେ ନୂତନ ମନ୍ତ୍ରୀଙ୍କୁ ଲୋକମାନଙ୍କ ସେବା କରିବା ଉଦ୍ଦେଶ୍ୟରେ ନିୟୋଜିତ କରିବେ । ତେବେ ରାଜ୍ୟରେ ୨୫ ସଦସ୍ୟ ବିଶିଷ୍ଟ ମନ୍ତ୍ରୀ ପରିଷଦର ଶପଥଗ୍ରହଣ ସମାରୋହ ଆସନ୍ତାକାଲି ହେବାକୁ ଯାଉଛି । ରେଡୀଙ୍କ ଏହି ନିଷ୍ପତି ପରେ ଦଳର ବିଧାୟକ ଏମ୍‌ଏମ୍‌ ଶୌକ ସ;ୁଷ୍ଟ ହୋଇଛନ୍ତି । ସେ କହିଛନ୍ତି କି, ରେଡୀ ଭାରତରେ ଏପର୍ଯ୍ୟନ୍ତ ଥିବା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ସର୍ବଶ୍ରେଷ୍ଠ ସାବ୍ୟସ୍ତ ହେବେ । ଉଲ୍ଲେଖଇାଉକି ସୂଚନାଥାଉ କି ଆନ୍ଧ୍ରପ୍ରଦେଶରେ ସାଧାରଣ ର୍ନିବାଚନ ସହିତ ବିଧାନସଭା ନିର୍ବାଚନ ହୋଇଥିଲା । ରାଜ୍ୟରେ ୨୫ ସାଂସଦ ଆସନରୁ ୱାଇଏସଆର୍‌ ୨୨ଟି ଏବଂ ଟିଡିପି ୩ଟି ଆସନ ପାଇଛନ୍ତି । ସେହିଭଳି ୧୭୫ ବିଧାନସଭା ଆସନରୁ ୧୫୧ ଜଣ ୱାଇଏସଆର୍‌ କଂଗ୍ରେସ ବିଧାୟକ ର୍ନିବାଚିତ ହୋଇଥିବା ବେଳେ ଟିଡିପିର ୨୩ ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି ମୋଟ ୧୭୫ ବିଧାନସଭା ଆସନରୁ ଜଗନ ରେzୀଙ୍କ ଦଳ ୱାଇଏସଆର କଂଗ୍ରେସ ୧୫୧ଟି, ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି ୨୩ଟି ଆସନରେ ବିଜୟୀ ହୋଇଛି । ସେହିପରି ୨୫ ସାଂସଦ ଆସନରୁ ୨୨ଟି ଆସନରେ ବିଜେପି ଏବଂ ତେଲୁଗୁ ବିଜୟୀ ହୋଇଥିଲେ ।ରେଡୀ ପୁଣି କହିଛନ୍ତି କି, ଅଢେଇ ବର୍ଷ ପରେ ପୁଣି ଥରେ କ୍ୟାବିନେଟ୍‌ରେ ପରିବର୍ତନ କରିବେ । ଲୋକମାନଙ୍କ ସମସ୍ୟାକୁ ନେଇ ବିଧାୟକମାନେ କାମ କରିବେ । ସରକାରଙ୍କ ପ୍ରଦର୍ଶନ ଉପରେ ଏବେ ଲୋକଙ୍କର ନଜର ରହିଛି । ପୂର୍ବରୁ ଥିବା ସରକାରଙ୍କ ମଧ୍ୟରେ ଅନ୍ତର ଦେଖାଇବାକୁ ଚାହୁଁଛନ୍ତି । ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡୀ ଏବେ ନିଜର ନୂତନ ଚିନ୍ତାଧାରା ପାଇଁ ଚର୍ଚ୍ଚାରେ ଅଛନ୍ତି । ନିକଟରେ କୃଷକ, ଆଶା ଦିଦି, ଜନତାଙ୍କ ପାଇଁ ବଡବଡ ଘୋଷଣା କରିବା ପରେ ସେ, ଏବେ ପୁଣି ଥରେ ଏକ ବଡ ନିଷ୍ପତି ନେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୋଲିସ ପରିଚୟ ଦେଇ ଲୁଟୁଥିଲେ , ୨ ଗିରଫ

ପୋଲିସ ପରିଚୟ ଦେଇ ଲୁଟୁଥିଲେ , ୨ ଗିରଫ

Read More...

ବ୍ରହ୍ମପୁର ନର୍ସିଂହୋମରେ ଚଢ଼ାଉ

ବ୍ରହ୍ମପୁର ନର୍ସିଂହୋମରେ ଚଢ଼ାଉ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page