ସାଂସଦ ଓ ବିଧାୟକଙ୍କ କେନ୍ଦ୍ରାପଡା ବ୍ଲକ ସମୀକ୍ଷା

June 11, 2019, ଓଡ଼ିଶା, , Anupambharat News Bureau


ସାଂସଦ ଓ ବିଧାୟକଙ୍କ କେନ୍ଦ୍ରାପଡା ବ୍ଲକ ସମୀକ୍ଷା
Anupambharat News Bureau
June 11, 2019

କେନ୍ଦ୍ରାପଡା୧୧ା୬ (ଅନୁପମ ମିଡିଆ): କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ସୋମବାର ଅପରାହ୍ନରେ କେନ୍ଦ୍ରାପଡା ପଂଚାୟତସମିତି ସଭା ଗୃହରେ ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡିକର ସମୀକ୍ଷା କରିଥିଲେ । ଏହି ସମୀକ୍ଷାରୁ ଜଣାପଡିଥିଲା ଯେ ଆମ ଗାଁ ଆମ ବିକାଶ ଯୋଜନାରେ ବ୍ଲକର ୭କୋଟି ୩୬ଲକ୍ଷ ଟଙ୍କା ବ୍ୟୟରେ ୨୭୮ଟି ପ୍ରକଳ୍ପ ମୁର ହୋଇଥିବା ବେଳେ ସେଥିରୁ ୨୫ ଲକ୍ଷ ୫୭ହଜାର ଟଙ୍କାର ୭ଟି ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ବିଳମ୍ବରେ ପ୍ରକଳ୍ପ ମୁର ହେବା,ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯିବା ଏବଂ ଆବଶ୍ୟକ ପରିମାଣର ପାଣwି ମୁର ହୋଇନଥିବାରୁ ଅଧିକ ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନଥିବା ବୈଠକରେ ଉପସ୍ଥିତ ଥିବା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ସୂଚନା ଦେଇଥିଲେ । ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ୨୦୧୭ - ୧୮ ଆର୍ଥୀକ ବର୍ଷରେ ୮୮ଲକ୍ଷ ୫୦ ହଜାସର ବ୍ୟୟ ଅଟକଳରେ ୩୪ଟି ପ୍ରକଳ୍ପ ମୁର ହୋଇଥିବା ବେଳେ ସମସ୍ତ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି । କିନ୍ତୁ ଏହି ଯୋଜନାରେ ୨୦୧୮- ୧୯ ଆର୍ଥିକ ବର୍ଷରେ ଏକ କୋଟି ୫୪ଲକ୍ଷ ୨୦ହଜାର ଟଙ୍କା ବ୍ୟୟ ଅଟକଳରେ ୧୦୩ଟି ପ୍ରକଳ୍ପ ମୁର ହୋଇଥିବା ବେଳେ ସେଥିମଧ୍ୟରୁ ୨୦ଲକ୍ଷ ଟଙ୍କାର ୧୦ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି । ଅନ୍ୟ ପ୍ରକଳ୍ପ ଗୁଡିକର କାର୍ଯ୍ୟ ଚାଲୁରହିଥିବା ବିଡିଓ ସୁଧିର କୁମାର ସିଂ ସୂଚନା ଦେଇଥିଲେ । ସେହିଭଳି ନରେଗା କନଭରଜେନସ ପାଣwିରୁ ୧୧୨ଟି ଅଙ୍ଗନୱାଡି ଗୃହ ନିର୍ମାଣ ନିମନ୍ତେ ମୁର ହୋଇଥିବା ବେଳେ ସେଥିରୁ ୨୪ଟି ଗୃହର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଜମିଜମା ସମସ୍ୟା ଯୋଗୁଁ ୧୫ଟି ଗୃହ ନିର୍ମାଣ ହୋଇପାରିନଥିବା ବେଳେ ଅନ୍ୟ ଗୁଡିକର ନିର୍ମାଣ କାର୍ଯ୍ୟ ଚାଲୁରହିଛି । ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଷ୍ଟେଟ ପ୍ଲାନରେ ମୁର ହୋଇଥିବା ଏକଶହଟି ଗୃହ ମଧ୍ୟରୁ ୬୩ଟିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ୨୦୧୭-୧୮ ଆର୍ଥିକ ବର୍ଷରେ ମୁର ହୋଇଥିବା ୩୮୪୫ଟି ଗୃହ ମଧ୍ୟରୁ ୩୬୬୦ଟି ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ସେହିଭଳି ବିଜୁ ପMାଘର ଯୋଜନାରେ ୧୨୨୩ଟି ଗୃହ ମଧ୍ୟରୁ ୯୭୧ଟିର କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ଚଳିତବର୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ଲକକୁ ୧୧୭୦ ଗୃହ ନିର୍ମାଣ ନିମନ୍ତେ ଟାର୍ଗେଟ ମିଳିଛି । ମନରେଗା ଯୋଜନାରେ ବ୍ଲକର ୨୩ହଜାର ୯୯୭ଟି ଜବକାର୍ଡଧାରୀ ରହିଥିବା ବେଳେ ୪୯ଲକ୍ଷ ୧୫ହଜାର କାର୍ଯ୍ୟଦିବସ ସୃଷ୍ଟି କରାଯାଇଥିବା ବେଳେ ୧୪ହଜାର ୧୭୦ ପ୍ରତିଶତ କାର୍ଯ୍ୟହୋଇଛି ବୋଲି ସୂଚନା ପ୍ରଦାନ କରାଯାଇଥିଲା । ମଧୁବାବୁ ପେନସନ ଯୋଜନାରେ ବ୍ଲକର ୯ହଜାର ୩୬୯ ହିତାଧିକାରୀ ଭତ୍ତା ପାଉଥିବା ବେଳେ,ଜାତୀୟ ଭତ୍ତା ଯୋଜନାରେ ୮ହଜାର ୨୫୬ଜଣ ଭତ୍ତା ପାଉଛନ୍ତି । ୨ଶହ ଭତ୍ତା ଦରଖାସ୍ତ ବ୍ଲକରେ ଥିବା ବେଳେ ଆଉ ୭ଶହ ଭତ୍ତାର ଆବଶ୍ୟକତା ରହିଛି ବୋଲି ବିଡିଓ କହିଥିଲେ । ସେହିଭଳି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ବ୍ଲକର ୩୦ହଜାର ୧୯୯ହିତାଧିକାରୀ ଥିବା ବେଳେ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ୨ହଜାର ୬୦୬ଜଣ ହିତାଧିକାରୀ ଅଛନ୍ତି । ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଆଉ ୩ହଜାର ଟାର୍ଗେଟ ଆବଶ୍ୟକ ରହିଛି ବୋଲି ବ୍ଲକ ଅଧ୍ୟକ୍ଷ କହିଥିଲେ । ଓଡିଶା ଜୀବିକା ମିଶନରେ ୨୨୮୩ଟି ସ୍ୱୟଂ ସହାୟିକା ଗୋଷ୍ଟି ଗଢାଯାଇଥିବା ସୂଚନା ଦିଆଯାଇଥିଲା । ସେହିଭଳି ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ବ୍ଲକରେ ୨୧୩୫ଟି ନଳକୂପ ଥିବା ବେଳେ ୨୭ଟି ପଂଚାୟତରେ ୩୪ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ରହିଥିବା ସୂଚନା ଦିଆଯାଇଥିଲା । ବ୍ଲକ ଅଧ୍ୟକ୍ଷ ଶ୍ରୀ ଧଳ ପାନୀୟ ଜଳ ସମସ୍ୟାର ସମାଧାନ ନିମନ୍ତେ ଇନ୍ଦୁପୁର ଠାରେ ବୀରୂପା ନଦୀରେ ଏକ ପାନୀୟ ଜଳ ପ୍ରକଳ୍ପ କରାଯାଇ ଇନ୍ଦୁପୁର, ଧୂମାତ, ଘାଘରା, ଚାରିଗାଁ, ନିକିରାଇ, କୁତୁରଙ୍ଗ, ଢୋଲ, କୋରୋ, ଗାଙ୍ଗପଡା, ପଳସିଂହା, ସାନମାଣତିଆ,ଚନ୍ଦନପୁର ଓ କେଶପୁର ଭଳି ୧୩ଟି ପଂଚାୟତକୁ ପାନୀୟ ଜଳ ଯୋଗାଇ ଦେବାକୁ ଏକ ପ୍ରସ୍ଥାବ ଦେଇଥିଲେ । ଏଥି ସହିତ ସ୍ୱୟଂ ସହାୟିକା ଗୋଷ୍ଟି ଗୁଡିକର ଉପିାଦନକୁ ବିକ୍ରୀ କରିବା ନିମନ୍ତେ ଏକ ଗ୍ରାମ୍ୟ ବଜାର ପ୍ରତିଷ୍ଟା କରାଯିବାକୁ ମଧ୍ୟ ସେ ପ୍ରସ୍ଥାବ ଦେଇଥିଲେ । ବୈଠକରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା,ବ୍ଲକ ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ,ଗ୍ରାମପଂଚାୟତ ସଂପ୍ରସାରଣ ଅଧିକାରୀ ଅନିରୁଦ୍ଧ ବେହେରା,ସହକାରୀ ଯନ୍ତ୍ରୀ ପରମାନନ୍ଦ ନାୟକ,ହିସାବ ଅଧରକାରୀ ଅଶୋକ କୁମାର ଜେନା,ବ୍ଲକ ସାମାଜିକ ସୁରକ୍ଷା ଅଧରକାରୀ ମନୋଜ କୁମାର ରଥଙ୍କ ସମେତ ସମସ୍ତ ଅଧରକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ସାଂସଦ ଶ୍ରୀ ମହାନ୍ତି ବ୍ଲକରେ ଜନସାଧାରଣଙ୍କ ଠାରୁ କୈାଣସି ଅର୍ଥ ଯେପରି କେହିବି ନନିଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ଅଧ୍ୟକ୍ଷ ଓ ବିଡିଓଙ୍କୁ ପରାମର୍ଶ ଦେଇଥିଲେ । ବିଧାୟକ ଶ୍ରୀ ବେହେରା ବର୍ଷା ପୂର୍ବରୁ ସମସ୍ତ ଉନ୍ନୟନ କାର୍ଯ୍ୟ ଶେଷ କରିବାକୁ ବିଡିଓଙ୍କୁ ପରାମର୍ଶ ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଉ କେତେ ମଲେ ଚେତିବ ପ୍ରଶାସନ ?

ଆଉ କେତେ ମଲେ ଚେତିବ ପ୍ରଶାସନ ?

Read More...

କ୍ଷମତା ଏକ୍ସପ୍ରେସ ଉଦXାଟିତ : ପ୍ରଥମ ଦିନରେ ୧୪୧ ଭିନ୍ନକ୍ଷମ ଚିହ୍ନଟ

କ୍ଷମତା ଏକ୍ସପ୍ରେସ ଉଦXାଟିତ : ପ୍ରଥମ ଦିନରେ ୧୪୧ ଭିନ୍ନକ୍ଷମ ଚିହ୍ନଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page