ଟ୍ରେନ୍‌ରେ ପ୍ରାଣ ହାରିଲେ ୪ ଯାତ୍ରୀ

June 11, 2019, ଦେଶ, , Anupambharat News Bureau


ଟ୍ରେନ୍‌ରେ ପ୍ରାଣ ହାରିଲେ ୪ ଯାତ୍ରୀ
Anupambharat News Bureau
June 11, 2019

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡିଲେଣି ସାଧାରଣ ଲୋକେ । ଭୀଷଣ ଖରା ଏବଂ ପାରଦ ସ୍ତର ବୃଦ୍ଧି ଏପର୍ଯ୍ୟନ୍ତର ସବୁ ରେକର୍ଡ ଭାଙ୍ଗି ସାରିଲାଣି । ଖାସ୍‌ କରି ଟ୍ରେନର ସ୍ଲିପର କୋଚରେ ଯାତ୍ରା କରୁଥିବା ଯାତ୍ରୀଙ୍କର ଅବସ୍ଥା ଏବେ ବେହାଲ । ଉତର ପ୍ରଦେଶର ଆଗ୍ରା ଏବଂ ଝାନ୍ସୀ ମଧ୍ୟରେ କେରଳ ଏକ୍ସପ୍ରେସର ସ୍ଲିପର କୋଟରେ ଯାତ୍ରା କରୁଥିବା ୪ଜଣ ଯାତ୍ରା ପ୍ରାଣ ହରାଇଛନ୍ତି । ଗତକାଲି ମଥୁରାର ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇ ଥିଲା । ଏହି ଟ୍ରେନ ନିଜାମୁଦ୍ଦୀନର ତ୍ରିବେନ୍ଦ୍ରମ ଅଭିମୁଖେ ଯାତ୍ରା କରୁଥିଲା । ଆଗ୍ରାରୁ ବାହାରିବା ପରେ ଟ୍ରେନ ମଝି ରାସ୍ତାରେ ଅଟକି ଥିଲା । ଯାହା ଫଳରେ ୫ ଜଣ ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇ ପଡିଥିଲା । ସେମାନଙ୍କ ମଧ୍ୟରୁ ୪ଜଣଙ୍କର ମୃତ୍ୟୁ ହୋଇଛି । ଟ୍ରେନରେ ଯାତ୍ରୀଙ୍କର ମୃତ୍ୟୁ ଖବର ପ୍ରଘଟ ହେବା ପରେ ଅସନ୍ତୋଷଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଶବକୁ ଝାନ୍ସୀ ରେଳ ଷ୍ଟୋସନରେ ବାହାର କରାଯାଇଥିଲା । ଉଲ୍ଲେଖଥାଉକି ମୃତକମାନେହେଲେ ତାମିଲନାଡୁର ନୀଳଗିରି ନିବାସୀ ୮୦ ବର୍ଷୀୟ ପାଚୀ ଅªା ପଲାନୀ ସ୍ୱାମୀ, ୬୯ ବର୍ଷୀୟ ବାଳାକୃଷ୍ଣନ ରାମାସ୍ୱାମୀ, କୋୟମ୍ବଟୂରର ୭୧ ବର୍ଷୀୟ ଚିନ୍ମାରେ ଏବଂ ଉଟି କନ୍ନୁର ନିବାସୀ ୮୭ ବର୍ଷୀୟ ସୁବରୟା । ଜଣେ ଅଧିକାରୀ କହିଛନ୍ତି କି, ଏହି ସବୁ ଶବ ଗୁଡିକୁ କେରଳ ପଠାଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାତ୍ୟା ପାଇଁ ସତର୍କ କଲା ପାଣିପାଗ ବିଭାଗ

ବାତ୍ୟା ପାଇଁ ସତର୍କ କଲା ପାଣିପାଗ ବିଭାଗ

Read More...

ଆଉ କେତେ ମଲେ ଚେତିବ ପ୍ରଶାସନ ?

ଆଉ କେତେ ମଲେ ଚେତିବ ପ୍ରଶାସନ ?

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page