ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଶିବସେନାର ସଙ୍କେତ

June 14, 2019, ଦେଶ, , Anupambharat News Bureau


ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଶିବସେନାର ସଙ୍କେତ
Anupambharat News Bureau
June 14, 2019

ମୁମ୍ବାଇ: ବିଜେପି ଓ ଶିବସେନା ମଧ୍ୟରେ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଲୋକସଭା ନିର୍ବାଚନ ଏକାଠି ଲଢ଼ିଥିବା ବିଜେପି ଓ ଶିବସେନା ବିଧାନସଭା ନିର୍ବାଚନକୁ ନେଇ ମତଭେଦ ଓ ଦ୍ୱନ୍ଦରେ ପଡ଼ିଛନ୍ତି । ବିଶେଷ କରି ମହାରାଷ୍ଟ୍ରରେ ଏହି ଦୁଇ ଦଳ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ପରସ୍ପରକୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି । ଶିବସେନା ମୁଖ୍ୟ ହେଉଛନ୍ତି ଉଦ୍ଧବ ଠାକରେ । ଠାକରେ ପରିବାରର କେହି କେବେ ହେଲେ ନିର୍ବାଚନ ଲଢ଼ନ୍ତି ନାହିଁ । ହେଲେ ଚଳିତ ବିଧାନସଭା ନିର୍ବାଚନରେ ସେ ଇତିହାସ ବଦଳିବାକୁ ଯାଉଛି । ଉଦ୍ଧବଙ୍କ ପୁଅ ଆଦିତ୍ୟ ଠାକରେ ପ୍ରଥମଥର ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ତାଙ୍କୁ ଦଳ ବିଜେପି-ଶିବସେନା ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିବ ବୋଲି ଶିବସେନା ସଙ୍କେତ ଦେଇଛି । ଅନ୍ୟପକ୍ଷରେ ବିଜେପି ମଧ୍ୟ ଦେବେନ୍ଦ୍ର ଫଡ଼ନାଭିସ୍‌ଙ୍କ ଛଡ଼ା କେହି ବି ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରିବେ ନାହିଁ ବୋଲି ପୂର୍ବରୁ ଅନେକ ଥର କହିଛି । ଏବେ ଆଦିତ୍ୟଙ୍କ ଏଣ୍ଟ୍ରି ଦୁଇ ସହଯୋଗୀ ଦଳଙ୍କ ମଧ୍ୟରେ ନୂଆ ବିବାଦର ସୂତ୍ରପାତ କରିଛି । ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆଦିତ୍ୟ ଠାକରେ ଏବେ ବିଧାନସଭା ନିର୍ବାଚନ ପ୍ରସ୍ତìତିରେ ବ୍ୟସ୍ତ ରହିଛନ୍ତି । ଠାକରେ ପରିବାରର କୌଣସି ସଦସ୍ୟ କେବେ ହେଲେ ଡେପୁଟି ପଦ ନେଇ ନାହିଁ । ସେହିପରି ଠାକରେ ପରିବାର ରାଜ୍ୟ ଓ ଜାତୀୟ ରାଜନୀତିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଆଦିତ୍ୟ ଠାକରେ ମୁଖ୍ୟ ପଦରେ ରହିବେ କି ନାହିଁ, ତା’ର ନିଷ୍ପତ୍ତି ଉଦ୍ଧବ ଠାକରେ ନେବେ । ଏବେ ମୁଁ ସେ ସମ୍ପର୍କରେ କିଛି କହିବି ନାହିଁ । ଶିବସେନା ଓ ବିଜେପି ମହାରାଷ୍ଟ୍ରରେ ସମାନ ସଂଖ୍ୟକ ଆସନରେ ଲିବେ ବୋଲି ପୂର୍ବରୁ ଘୋଷଣା କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ପଦ ପାଇଁ ମଧ୍ୟ ଅେଇ ବର୍ଷର ଫର୍ମୁଲା ଲାଗୁ କରିବା ଦରକାର ବୋଲି ଶିବସେନା କହିଛି । ଆସନ୍ତା ସେପେଫମ୍ବର କିମ୍ବା ଅକେଫାବର ମାସରେ ମହାରାଷ୍ଟ୍ର ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପହିଲି ରଜରେ ଅଘଟଣ,   ତିନିଝିଅଙ୍କୁ ମାରି ବାପାର ଆତ୍ମହତ୍ୟା

ପହିଲି ରଜରେ ଅଘଟଣ, ତିନିଝିଅଙ୍କୁ ମାରି ବାପାର ଆତ୍ମହତ୍ୟା

Read More...

ଭାରତକୁ ଧମକ ଦେଲା ପାକିସ୍ତାନ

ଭାରତକୁ ଧମକ ଦେଲା ପାକିସ୍ତାନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page