କୋମାରେ ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ସେବା

June 15, 2019, ଦେଶ, , Anupambharat News Bureau


କୋମାରେ ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ସେବା
Anupambharat News Bureau
June 15, 2019

କୋଲକାତା: ଦେଶରେ ଅନେକ ଥର ଆନ୍ଦୋଳନ ହୋଇଛି, ଡାକ୍ତରମାନେ ମଧ୍ୟ ନିଜ ଅଧିକାର ଏବଂ ଅନ୍ୟ ଦାବି ନେଇ ଆନ୍ଦୋଳନ କରିଛନ୍ତି । କି;ୁ ପଶ୍ଚିମବଙ୍ଗରେ ଜୁନିଅର ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ପରେ ଡାକ୍ତରମାନଙ୍କ ଆନ୍ଦୋଳନ ଏ ସମସ୍ତ ଆନ୍ଦୋଳନଠାରୁ ନିଆରା କୁହାଯାଉଛି । ଆନ୍ଦୋଳନ ଆରମ୍ଭରୁ ଏହାର ପ୍ରଶମନ ପାଇଁ ସରକାର ନରମିବା ଆବଶ୍ୟକ ପଡ଼ୁଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିବାଦୀୟ ମନ୍ତବ୍ୟ ଏହାକୁ ଇନ୍ଧନ ଯୋଗାଇଛି । ଫଳ ସ୍‌ୱରୂପ ଜୁନିଅର ଡାକ୍ତରଙ୍କ ସମର୍ଥନରେ ଡାକ୍ତରଙ୍କ ଇସ୍ତଫା ସଂଖ୍ୟା ୭୦୦ରେ ପହଞ୍ଚିସାରିଛି । ରାଜ୍ୟର ଚିକିତ୍ସାବ୍ୟବସ୍ଥା ବା ସ୍ୱାସ୍ଥ୍ୟ ସେବା କ୍ଷେତ୍ର ଏବେ ଏକ ପ୍ରକାର କୋମା ସ୍ଥିତିକୁ ଚାଲିଯାଇଛି । ଏପରିକି ଏସ୍‌ଏସ୍କେଏମ୍‌ ହସ୍ପିଟାଲ ଗସ୍ତରେ ଯାଇ ମମତା ଆନ୍ଦୋଳନ ବନ୍ଦ ପାଇଁ ଏଭଳି କିଛି କଥା କହିଥିଲେ ଯାହାକି ଡାକ୍ତରମାନଙ୍କୁ ଅଧିକ ଉତ୍ତ୍ୟକ୍ତ କରିଛି । ଏବେ ଡାକ୍ତର ସଂଘ ଅଡ଼ି ବସିଛନ୍ତି ମମତା ଏହି ମନ୍ତବ୍ୟ ପାଇଁ କ୍ଷମା ମାଗ;ୁ । ପରେ ଯଦିଓ ବରିଷ୍ଠ ଟିଏମ୍ସି ନେତା ପାର୍ଥ ଚାଟ୍ଟାର୍ଜୀ ଏବଂ ଫିରହାଦ୍‌ ହାକିମ୍‌ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି ଏବଂ ଡାକ୍ତରମାନଙ୍କୁ ଆନ୍ଦୋଳନରୁ ଓହରିବାକୁ ଆହ୍‌ୱାନ କରିଛନ୍ତି, ଏହା ଯଥେଷ୍ଟ ହୋଇନାହିଁ । ମାତ୍ର କିଛି ଘଣ୍ଟାରେ ଏତେ ସଂଖ୍ୟକ ଇସ୍ତଫା ପଛରେ ମମତା ବାନାର୍ଜୀଙ୍କ ମନ୍ତବ୍ୟ ହିଁ ମୁଖ୍ୟ କାରଣ ବୋଲି କୁହାଯାଉଛି । ସେ ଏସ୍‌ଏସ୍କେଏମ୍‌ ହସ୍ପିଟାଲରେ ପହଞ୍ଚି ତାଙ୍କ ଚିରାଚରିତ ଶୈଳୀରେ ଧମକାଇଥିଲେ, ଆନ୍ଦୋଳନ ବନ୍ଦ କରି କାମକୁ ନ ଫେରିଲେ କାର୍ଯ୍ୟାନୁଷ୍ଠାନ ହେବ । ଆଉ ତାଙ୍କର ଏହି ମନ୍ତବ୍ୟ ପରେ ବହୁ ବରିଷ୍ଠ ଡାକ୍ତର ମଧ୍ୟ ଆନ୍ଦୋଳନରେ ଯୋଗ ଦେଇଛନ୍ତି । ଗୁରୁବାର ଏନ୍‌ଆରଏସ୍‌ ମେଡିକାଲ କଲେଜ୍ର ଏବଂ ହସ୍ପିଟାଲର ପ୍ରିନ୍ସିପାଲ ଓ ଭାଇସ୍‌ ପ୍ରିନ୍ସିପାଲ ମଧ୍ୟ ଇସ୍ତଫା ଦେଇସାରିଛନ୍ତି । କଲେଜ୍‌ ଅଫ୍‌ ମେଡିସିନ୍‌ରେ ୨୧ ଜଣ ବରିଷ୍ଠ ଡାକ୍ତର ମଧ୍ୟ ଇସ୍ତଫା ଦେଇସାରିଛନ୍ତି । ଶୁକ୍ରବାର ଆରଜି କର ମେଡିକାଲ କଲେଜ୍ରୁ ୧୦୭ ଡାକ୍ତର, ମେଡିକାଲ କଲେଜ୍‌ ଆଣ୍ଡ ହସ୍ପିଟାଲରୁ ୧୦୦ ଜଣ, ଏସ୍‌ଏସ୍କେଏମ୍ରୁ ୧୭୫ ଜଣ, ଚିତ୍ତରଞ୍ଜନ ନ୍ୟାସନାଲ ମେଡିକାଲ କଲେଜ୍ରୁ ୧୬ ଜଣ, ଏନ୍‌ଆରଏସ୍ରୁ ୧୦୦ ଜଣ ଏବଂ ସ୍କୁଲ ଅଫ୍‌ ଟ୍ରପିକାଲ ସାଇନ୍ସରୁ ୩୩ ଜଣ ଡାକ୍ତର ଇସ୍ତଫା ଦେଇଥିବା ସୂଚନା ମିଳିଛି । ବିଭିନ୍ନ ବିଭାଗୀୟ ମୁଖ୍ୟ ମଧ୍ୟ ଏହି ଆନ୍ଦୋଳନ ସମର୍ଥନରେ ଇସ୍ତଫା ଦେଇଛନ୍ତି । ମଙ୍ଗଳବାରଠାରୁ ରାଜ୍ୟର ସ୍ୱାସ୍ଥ୍ୟ ସେବା ଏଭଳି କ୍ରମାଗତ ଭାବରେ ବିଗିଡ଼ିବାରେ ଲାଗିଛି । ଶୁକ୍ରବାର ମଧ୍ୟ ରାଜ୍ୟରେ କିଛି ଓପିଡି ବନ୍ଦ ରହିଥିଲା । ଗତକାଲି ସୋଶାଲ ମଇଡିଆରେ ଏକ ଚିତ୍ର ମଧ୍ୟ ଭାଇରାଲ ହୋଇଥିଲା ଯାହାକି ପଶ୍ଚିମବଙ୍ଗରେ ବର୍ତ୍ତମାନର ସ୍ଥିତିକୁ ବୟାନ କରୁଥିଲାଛ ଏକ ସଦ୍ୟଜାତ ଶିଶୁର ମୃତ ଶରୀର ସହିତ ତା’ର ବାପା ବୁକୁ ଫଟାଇ କାନ୍ଦୁଥିବାର ଏକ ଫଟୋ ବିପର୍ଯ୍ୟସ୍ତ ସ୍‌ୱାସ୍ଥ୍ୟସେବାର ପ୍ରକୃତ ଚିତ୍ରକୁ ସାମ୍ନାକୁ ଆଣିଥିଲା । ଅନ୍ୟପକ୍ଷରେ ଏହି ଆନ୍ଦୋଳନ ତୃଣମୂଳ କଂଗ୍ରେସକୁ ମଧ୍ୟ ପହୁ ପଛକୁ ନେଇଯାଇଛି । ୨୦୧୯ ଲୋକସଭା ନିର୍ବାଚନରେ ବିଜେପିର ଜୋରଦାର ପ୍ରବେଶର କିଛି ଦିନ ପରେ ହିଁ ଏହି ଆନ୍ଦୋଳନ ଏହି ଦଳକୁ ପାଦେ ପଛରେ ରଖିଛି । ଏପରିକି ତାଙ୍କ ଦଳର ସଦସ୍ୟ ତଥା କୋଲକତା ମେୟରଙ୍କ ଝିଅ ଏହି ଘଟଣାରେ ମନ୍ତବ୍ୟ ଦେଇଛନ୍ତି, ଜଣେ ତୃଣମୂଳ କଂଗ୍ରେସର ସମର୍ଥକୁ ହିସାବରେ ମୁଁ ଲଜ୍ଜିତ ଯେ, କୌଣସି ପଦକ୍ଷେପ ନିଆଯାଉନାହିଁ ଏବଂ ମୋ ନେତା ନିରବ ଅଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୮୫ ବର୍ଷରେ ହେଲେ ଗ୍ରାଜୁଏଟ୍‌୍‌

୮୫ ବର୍ଷରେ ହେଲେ ଗ୍ରାଜୁଏଟ୍‌୍‌

Read More...

ରକ୍ତାଦାତା ଶିକ୍ଷକ ଶାନ୍ତନୁ କୁମାର ସମ୍ମାନୀତ

ରକ୍ତାଦାତା ଶିକ୍ଷକ ଶାନ୍ତନୁ କୁମାର ସମ୍ମାନୀତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page