ଭାରତ-ପାକିସ୍ତାନ ଲଢ଼େଇ ଆଜି

June 15, 2019, କ୍ରୀଡ଼ା, , Anupambharat News Bureau


ଭାରତ-ପାକିସ୍ତାନ ଲଢ଼େଇ ଆଜି
Anupambharat News Bureau
June 15, 2019

ମଞ୍ଚେଷ୍ଟର,୧୫ା୬: ଆସନ୍ତାକାଲି ବିଶ୍ୱକପ୍‌ରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ । ମ୍ୟାଚ ଉତ୍କଣ୍ଠା ଏବଂ ରୋମାଞ୍ଚଭରା ରହିବ । ତେବେ ବିଶ୍ୱକପ୍‌ରେ ଭାରତର ପଲ୍ଳା ଭାରି ରହିଛି । ଯେହେତୁ ଏଯାବତ୍‌ ବିଶ୍ୱକପ୍‌ରେ ଉଭୟ ଦେଶ ଛ’ଥର ପରସ୍ପର ଭେଟିଥିବା ବେଳେ ସମସ୍ତ ମ୍ୟାଚରେ ଭାରତ ବିଜୟ ହୋଇଛି । ଆସନ୍ତାକାଲି ବିରାଟ ବାହିନୀ ସପ୍ତମ ମ୍ୟାଚ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଳାଇବ । ଅନ୍ୟପକ୍ଷେ ଏହି ବିଜୟ ଅଭିଯାନରେ ବ୍ରେକ୍‌ ଲଗାଇବା ଲକ୍ଷ୍ୟ ରଖିଛି ପାକିସ୍ତାନ । ଏଯାବତ ଭାରତ ଖେଳିଥିବା ତିନୋଟି ମ୍ୟାଚ ମଧ୍ୟରୁ ଦୁଇଟିରେ ବିଜୟୀ ହୋଇଥିବା ବେଳେ ନୁ୍ୟଜିଲାଣ୍ଡ ବିପକ୍ଷ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଥିଲା । ଫଳରେ ପାଞ୍ଚ ପଏଣ୍ଟ ହାସଲ କରି ଭାରତ ପଏଣ୍ଟ ଟେବୁଲ୍‌ର ଚତୁର୍ଥ ସ୍ଥାନରେ ରହିଛି । ଅନ୍ୟପକ୍ଷେ ପାକିସ୍ତାନ ନିଜ ପ୍ରଥମ ମ୍ୟାଚରେ ଆୟୋଜକ ଇଂଲଣ୍ଡକୁ ପରାଜିତ କରିଥିବା ବେଳେ ଅଷ୍ଟେଏିଆ ବିପକ୍ଷ ମ୍ୟାଚରେ ପରାଜୟ ବରଣ କରିଥିଲା । ସେହିଭଳି ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଥିଲା । ପାକିସ୍ତାନ ତିନୋଟି ମ୍ୟାଚରୁ ତିନି ପଏଣ୍ଟ ହାସଲ କରିଛି । ଗତ ଦୁଇଟି ଯାକ ମ୍ୟାଚରେ ଭାରତୀୟ ଟିମ୍‌ ସବୁ କ୍ଷେତ୍ରରେ ଉଚ୍ଚକଟୀର ପ୍ରଦର୍ଶନ କରିଥିଲା । ତେବେ ଆଘାତ ଜନିତ କାରଣରୁ ଧାୱନ ବାଦ୍‌
ପଡ଼ିଥିବାରୁ ରୋହିତ ନୂଆ ଯୋଡ଼ି ସହ ବ୍ୟାଟିଂ ଓପନିଂ କରିବେ । ଶକ୍ତିଶାଳୀ ବ୍ୟାଟିଂ ଲାଇନ ଥିବା ଭାରତୀୟ ଦଳର ବୋଲର ବିଶ୍ୱକପ୍‌ରେ ଦମଦାର ପ୍ରଦର୍ଶନ କରିଛନ୍ତି । ଆସନ୍ତାକାଲିର ମ୍ୟାଚରେ ମଧ୍ୟ ସେମାନଙ୍କଠାରୁ ଭଲ ପ୍ରଦର୍ଶନ ଆଶା ରଖିଛନ୍ତି ଦର୍ଶକ । ଅନ୍ୟପକ୍ଷେ ନୂଆ ଓ ପୁରୁଣା ଖେଳାଳିଙ୍କୁ ନେଇ ଗଠିତ ପାକ୍‌ ଦଳ ମଧ୍ୟ ନୂଆ ରଣନୀତି ନେଇ ଆସନ୍ତାକାଲି ପଡ଼ିଆକୁ ଓହ୍ଳାଇବ । ଭାରତୀୟ ଦଳର ପ୍ରାରମ୍ଭିକ ବ୍ୟାଟିଂ କ୍ରମରେ ବିପର୍ଯ୍ୟୟ ଆଣିବା ଲକ୍ଷ୍ୟରେ ପାକ୍‌ ବୋଲର ରହିଛନ୍ତି । ତେବେ ଆସନ୍ତାକାଲିର ମ୍ୟାଚରେ ସ୍ପିନ୍‌ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ । ଉଭୟ ଦଳରେ ପ୍ରଭାବପୂର୍ଣ୍ଣ ସ୍ପିନର ରହିଥିବାରୁ ମ୍ୟାଚ ପୁରା ଦମ୍‌ଦାର ହେବ ବୋଲି କୁହାଯାଇଛି । ଉଭୟ ଦଳର ମ୍ୟାଚରେ ଜାତୀୟତାବାଦ ଏବଂ ଭାବପ୍ରବଣତା ରହିଥିବାରୁ ଖେଳାଳିମାନେ ପ୍ରତିଶ୍ରୁତିପୂର୍ଣ୍ଣ ପ୍ରଦର୍ଶନ କରିବାକୁ ପଛାଇ ନଥାନ୍ତି । ତେବେ ଯଦି ମ୍ୟାଚରେ ବର୍ଷା ବାଧକ ନହୁଏ ତାହେଲେ ଆସନ୍ତାକାଲି ଏକ ହାଇଭଲଟେଜ ମ୍ୟାଚ ଦେଖିବାକୁ ମିଳିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କମେଣ୍ଟ ମରାକୁ ନେଇ ଯୁବକଙ୍କୁ କଟୁରୀରେ ହାଣିଲେ

କମେଣ୍ଟ ମରାକୁ ନେଇ ଯୁବକଙ୍କୁ କଟୁରୀରେ ହାଣିଲେ

Read More...

ଦାଦାବଟି ପାଇଁ ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ,  ବୋମା ଫୁଟି ଅଭିଯୁକ୍ତର ପାପୁଲି ଉଡ଼ିଲା

ଦାଦାବଟି ପାଇଁ ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ, ବୋମା ଫୁଟି ଅଭିଯୁକ୍ତର ପାପୁଲି ଉଡ଼ିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page