ଡାକ୍ତର ଆନ୍ଦୋଳନ ପ୍ରତ୍ୟାହୃତ

June 17, 2019, ଦେଶ, , Anupambharat News Bureau


ଡାକ୍ତର ଆନ୍ଦୋଳନ ପ୍ରତ୍ୟାହୃତ
Anupambharat News Bureau
June 17, 2019

କୋଲକତା/ଭୁବନେଶ୍ୱର, ୧୭ ।୬(ଅନୁପମ ମିଡିଆ): ରାଜ୍ୟ ସରକାରୀ ହସ୍‌ପିଟାଲରେ ଡାକ୍ତରଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତିଶ୍ରୁତି ପରେ ଗତ ସାତ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିବା ପଶ୍ଚିମବଙ୍ଗ ଡାକ୍ତର ଏହାକୁ ପ୍ରତ୍ୟାହୃତ କରିଛନ୍ତି । ସୋମବାର ମଧ୍ୟରାତିରୁ ସେମାନେ କାର୍ଯ୍ୟରେ ଯୋଗଦେବେ ବୋଲି କହିଛନ୍ତି । ଆଜି ସଚିବାଳୟରେ ଡାକ୍ତର ପ୍ରତିନିଧି ସହ ମମତାଙ୍କ ଆଲୋଚନା ହୋଇଥିଲା । ଏହାପରେ ସେମାନେ ତାଙ୍କ ପୂର୍ବ ନିଷ୍ପତ୍ତିରୁ ଓହରିଥିବା ପ୍ରକାଶ କରିଛନ୍ତି ।
ପଶ୍ଚିମ ବଙ୍ଗରେ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ପ୍ରତିବାଦରେ ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ (ଆଇଏମଏ)ପକ୍ଷରୁ ଆଜି ଦେଶବ୍ୟାପୀ ୨୪ ଘଣ୍ଟିଆ ଧର୍ମଘଟ ପାଳନ ହୋଇଛି । ଆଇଏମଏର ଓଡିଶା ଶାଖା ଏହାକୁ ସମର୍ଥନ ଜଣାଇ ଧର୍ମଘଟକୁ ଓହ୍ଲାଇଛି । ତେବେ ଜରୁରୀକାଳୀନ ସେବା ଜାରୀ ରହିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସଚିବ ଡା. ପ୍ରମୋଦ ମେହେର୍ଦ୍ଦା ସୋମବାର ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଦେଶବ୍ୟାପୀ ଦିଆଯାଇଥିବା ଧର୍ମଘଟ ଡାକରାର ଓଡିଶାରେ ବିଶେଷ ପ୍ରଭାବ ନାହିଁ । କିଛି କିଛି ସ୍ଥାନରେ ଡାକ୍ତରମାନେ କଳା ବ୍ୟାଚ୍‌ ପିନ୍ଧିଛନ୍ତି ଏବଂ ପ୍ରତୀକାତ୍ମକ ପ୍ରତିବାଦ ଜଣାଇଛନ୍ତି । ଆନ୍ଦୋଳନକାରୀ ନେତା ମାନଙ୍କ ସହିତ ସେ ଆଲୋଚନା କରିଛନ୍ତି । ଡାକ୍ତରଖାନାରେ ପୋଲିସ୍‌ ମୁତୟନ କରାଯାଇଛି । ତେବେ ରୋଗୀ ସେବାରେ ସେଭଳି କିଛି ପ୍ରଭାବିତ ହୋଇ ନଥିବା ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା, ପୋଲିସର ତନାଘନା ଆରମ୍ଭ

ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା, ପୋଲିସର ତନାଘନା ଆରମ୍ଭ

Read More...

ପୁଲୱାମାରେ ପୁଣି ଆତଙ୍କୀ ଆକ୍ରମଣ,  ବିସ୍ପୋରଣରେ ଉଡାଇଲେ ଭ୍ୟାନ

ପୁଲୱାମାରେ ପୁଣି ଆତଙ୍କୀ ଆକ୍ରମଣ, ବିସ୍ପୋରଣରେ ଉଡାଇଲେ ଭ୍ୟାନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page