ଶ୍ରମଜୀବୀଙ୍କ ଜୀବନଜୀବିକା ସଂକଟରେ

June 18, 2019, ଓଡ଼ିଶା, , Anupambharat News Bureau


ଶ୍ରମଜୀବୀଙ୍କ ଜୀବନଜୀବିକା ସଂକଟରେ
Anupambharat News Bureau
June 18, 2019

କେନ୍ଦୁଝର, ୧୮ା୬ (ଅନୁପମ ମିଡିଆ): କେନ୍ଦୁଝର ଜିଲ୍ଲାରେ ବର୍ତ୍ତମାନ ୩୦ଟି ଖଣି ଚାଲିଛି । ଚାଲିଥିବା ଖଣି ମେସିନ ଦ୍ୱାରା ସମସ୍ତ କାମ ହେଉଥିବାରୁ ସ୍ଥାନୀୟ ଲୋକ କର୍ମନିଯୁକ୍ତି ପାଇପାରୁନାହାଁନ୍ତି । ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଖଣିରେ କେତେ ପରିମାଣର ଶ୍ରମିକ କାମ କରିବେ ସେ ନେଇ ନିଦ୍ଦିଷ୍ଟ ନିୟମ କରିନଥିବାରୁୁ ଖଣି ମାଲିକ କମ ଲୋକଙ୍କୁ ନିଯୁକ୍ତି ଦେଇ ଅଧିକ ଉତ୍ତୋଳନ କରୁଛନ୍ତି । ଜିଲ୍ଲାରେ ଖଣିରେ ମୋଟ ୧୮ ହଜାରରୁ ଅଧିକ ଶ୍ରମିକ କାମ କରୁଛନ୍ତି । ଶୁଆକାଟୀସ୍ଥିତ ଓଡିଶା ଖଣିନିଗମ ପରିଚାଳିତ ଗନ୍ଧମାର୍ଦ୍ଦନ ଲୌହ ଖଣିରେ ସର୍ବାଧିକ ଲୋଡିଂ ଲେବର କାମ କରୁଥିବାବେଳେ ଅନେକ ଖଣିରେ ଲୋଡିଂ ଲେବର କାମ ନକରି ମେସିନ ସାହାର୍ଯ୍ୟରେ କାମ କରଛନ୍ତି । କିଛି କିଛି ରେଲୱ ସାଇଡିଂରେ ମଧ୍ୟ ଶ୍ରମିକ କାମ କରଥିବାବେଳେ ମେସିନ ସାହାର୍ଯ୍ୟରେ ଲୋଡିଂ କାମ ହେଉଛି । ଆଇବିଏମ ଏବଂ ଖଣି ବିଭାଗ ଖଣି ଖନନ ସମୟରେ ଶ୍ରମିକଙ୍କ ସ୍ୱାର୍ଥ ଲାଗି ନୀତିନିୟମ କରିନଥିବାର ମେସିନ ସାହାର୍ଯ୍ୟରେ ଖଣିର ସମସ୍ତ କାମ କରାଯାଉଛି । ଫଳରେ ଖଣି ଘର ପାଖରେ ଥାଇ ମଧ୍ୟ ସ୍ଥାନୀୟ ଅଧିବାସୀ କାମ କରିବାକୁ ବାହାର ରାଜ୍ୟକୁ ଚାଲିଯାଉଛନ୍ତି । କେନ୍ଦୁଝର ଜିଲ୍ଲାର ଖଣି ଖାଦାନରେ ଏବେ ମେସିନ୍‌ ମାଇନିଂ ପ୍ରଚଳନ ଫଳରେ ଏକ ବିରାଟ ବିପଦ ଦେଖାଦେଇଛି । ବିଗତ ୩୦ବର୍ଷ ମଧ୍ୟରେ କେନ୍ଦୁଝର ଜିଲ୍ଲାରୁ ଯେତିକି ପରିମାଣରେ ଖଣିଖନନ ସମ୍ଭବ ହୋଇପାରିନଥିଲା, ବଡ ବଡ ମେସିନ ସାହାର୍ଯ୍ୟରେ ଖନନ କରାଯାଥିବାରୁ ମାତ୍ର ୧୫ବର୍ଷ ମଧ୍ୟରେ ତାହାର ୫୦ଗୁଣ ଖଣିଖନନ ଶେଷ ହେବାକୁ ବସିଲାଣି । ଏହା ଫଳରେ ଖଣି କ୍ଷେତ୍ର ଯେଉଁ ହାରରେ ହ୍ରାସ ପାଇବା କଥା ତାହା ଖୁବ୍‌ ଶୀଘ୍ର ଶେଷ ହୋଇଯିବାର ସମ୍ଭାବନା ରହିଛି । ମେସିନ୍‌ ମାଇନିଂ ପ୍ରଚଳନ ଯେଉଁଭଳି ଭାବେ କେନ୍ଦୁଝର ଜିଲ୍ଲାର ଯୋଡା-ବଡବିଲ ଖଣି ଅଞ୍ଚଳକୁ ଗ୍ରାସ କରିଚାଲିଛି ଖୁବ୍‌ କମ୍‌ ଦିନରେ ଏ ଅଞ୍ଚଳର ବଣ,ପାହାଡ ସବୁ ଶେଷ ହୋଇଯିବ, ଏଥିରେ ସନ୍ଦେହ ନାହିଁ । ମେସିନରେ ଖନନ ଯୋଗୁଁ ବଡ ବଡ ପାହାଡ ବର୍ଷେ ମଧ୍ୟରେ ଖଣିଜ ସମ୍ପଦ ଖୋଳା ଯାଇ ଶେଷ କରି ଦିଆଯାଉଛି । ଯୋଡା ଖଣି ମଣ୍ଡଳରେ ଅନେକ ପାହାଡ ଖଣି ଖନନ ପରେ ତାର ଅସ୍ଥୀତ୍ୱ ହରାଇଛି । ଆଗାମୀ ଦିନରେ ଯୋଡା,ବଡବିଲ, ବାମେବାରୀ, କାଳିମାଟି,ଜୁରୁଡି ଅଞ୍ଚଳ ଖୁବ୍‌ ଅଳ୍ପ ଦିନରେ ମରୁଭୂମି ପାଲଟିବ । ମେସିନ୍‌ ମାଇନିଂ ପ୍ରଚଳନ ଫଳରେ ଲୁହାପଥର ଉତ୍ତୋଳନର ମାତ୍ରା ଏତେ ତୀବ୍ର ହୋଇଛି, ଫଳରେ ଆଜି ସକାଳେ ଥିବା ପାହାଡଟି ବର୍ଷେ ଦେଖିବାକୁ ମିଳୁନାହିଁ । ନିୟମ ଅନୁଯାୟୀ ଖଣିଜ ପଦାର୍ଥ ମେସିନ ସହ ଲେବର ନିୟୋଜନ କରିବା କଥା । ମାତ୍ର ଅଧିକାଂଶ ଖଣି ମାଲିକ ମେସିନରେ ଅଧିକ କାର୍ଯ୍ୟ କରୁଥିବାରୁ ଶ୍ରମିକମାନେ ଅଧିକ କାମ ପାଇପାରୁନାହାଁନ୍ତି । ଖଣି ମାଲିକମାନେ ନିଜ ଲାଭ ପାଇଁ ନୀତିନିୟମ ଏହାର ବ୍ୟତିକ୍ରମ କରି ଖଣିଜ ସଂପଦ ଉତ୍ତୋଳନ ଓ ବୋଝେଇ ପାଇଁ ବହୁ ଉଚ୍ଚଗୁଣ ସଂପନ୍ନ ମେସିନ୍‌ ବ୍ୟବହାର କରୁଛନ୍ତି । ମେସିନ୍‌ ମାଇନିଂ ଫଳରେ ଖୁବ୍‌ କମ୍‌ ସମୟରେ ଏବଂ କମ୍‌ ଖର୍ଚ୍ଚରେ ଅତ୍ୟଧିକ ମାତ୍ରାର ଖଣିଜ ସଂପଦ ଉତ୍ତୋଳନ ହେବା ସାଙ୍ଗକୁ ଖଣି ମାଲିକମାନେ ବେଶ ଲାଭବାନ ହୋଇପାରୁଛନ୍ତି । ଖଣିମାଲିକମାନେ କୋଟି କୋଟି ଟଙ୍କା ମୁନାଫା କମାଉଥିବାବେଳେ ବାହାର ରାଜ୍ୟର ଠିକାଦାରମାନେ ଏହି ମେସିନ୍‌ ମାଇନିଂ ପ୍ରଚଳନ କରି ମାଲେମାଲ ହୋଇ ଚାଲିଛନ୍ତି । ଅପରପକ୍ଷେ, ମେସିନ ମାଇନିଂ ଫଳରେ ମେସିନ୍‌ ସବୁ କାମ କରି ଦେଉଥିବାରୁ ସ୍ଥାନୀୟ ଅଞ୍ଚଳର ଗରୀବ ଆଦିବାସୀ ଶ୍ରମିକମାନେ କାମ ନପାଇ ଭୋକ ଉପାସରେ କାଳ କାଟୁଛନ୍ତି । ଏପରିକି କେତେକ ସ୍ଥାନରେ ମେସିନ୍‌ ବସେଇ ବେଆଇନ ଭାବେ ଖଣି ଉତ୍ତୋଳନ କାମ ଚାଲୁଥିଲେ ମଧ୍ୟ ବିଭାଗ ଏହାର ଟେର୍‌ ପାଉନାହିଁ । ଖଣି ମଧ୍ୟରେ ଉଚ୍ଚକ୍ଷମତା ସଂପନ୍ନ କ୍ରସର ମେସିନ୍‌ ବସି ଗୋଟିଏ ଗୋଟିଏ ରାତିରେ ଗୋଟିଏ ଗୋଟିଏ ଟନ ଟନ ଲହାପଥର ଏବଂ ମାଙ୍ଗାନିଜ ଭାଙ୍ଗି ଗୁଣ୍ଡ କରି ଦେବାକୁ ସକ୍ଷମ ହେଉଛି । ନୂତନ କର୍ମନିଯୁକ୍ତି ନିୟମ ଅନୁସାରେ, ଖଣି ମାଲିକମାନେ ସ୍ଥାନୀୟ ଅଞ୍ଚଳରୁ ଶତକଡା ୯୦ ଭାଗ ଅଣକୁଶଳୀ ଓ ଅର୍ଦ୍ଧକୁଶଳୀ ଶ୍ରମିକଙ୍କୁ ନିଯୁକ୍ତି ଦେବା,ଯେତିକି କୁଶଳୀ ଶ୍ରମିକଙ୍କ ନିଯୁକ୍ତି ଦିଆଯିବା କଥା ସେମାନଙ୍କ ମଧ୍ୟରୁ ଶତକଡା ୬୦ ପ୍ରତିଶତ ଶ୍ରମିକ ନିଜ ରାଜ୍ୟରୁ ହୋଇଥିବା ଆବଶ୍ୟକ । ସେହିପରି ସୁପରଭାଇଜର, ମ୍ୟାନେଜର ସ୍ତରରେ ଶତକଡା ୩୦ଭାଗ ଓଡିଶାରୁ ରହିବା ଉଚିତ୍‌ । ତେବେ ବାହାର ରାଜ୍ୟର ଠିକାଦାରମାନେ ମେସିନ୍‌ ମାଇନିଂ ପ୍ରଚଳନ କରି ଶ୍ରମ ବିଭାଗ ନିୟମ ଉଲ୍ଲଘଂନ କରି ଚାଲିଛନ୍ତି । ଅଧିକାଂଶ ରାଜ୍ୟ ବାହାର ଠିକା ସଂସ୍ଥା ସ୍ଥାନୀୟ ଅଞ୍ଚଳର କିଛି ନେତା,ଦଲାଲମାନଙ୍କୁ ହାତବାରିସି କରି ନିରୀହ ଆଦିବାସୀମାନଙ୍କୁ ଶୋଷଣ କରି ଚାଲିଛନ୍ତି । ତୁରନ୍ତ ମେସିନ୍‌ ମାଇନିଂ ସହ ସ୍ଥାନୀୟ ଲୋକଙ୍କୁ କିପରି ଅଧିକ କର୍ମନିଯୁକ୍ତି ମିଳିପାରିବ ସେ ଦିଗରେ ସରକାର ପଦକ୍ଷେପ ନେବାକୁ ଶ୍ରମିକ ନେତା ମହେଶ୍ୱର ରାଉତ ଦାବୀ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାନବିକତାର ପରିଚୟ ଦେଲେ ଷ୍ଟେସନ୍‌ ମାଷ୍ଟର୍‌, ଅସହାୟା ବୃଦ୍ଧାଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରିଲେ

ମାନବିକତାର ପରିଚୟ ଦେଲେ ଷ୍ଟେସନ୍‌ ମାଷ୍ଟର୍‌, ଅସହାୟା ବୃଦ୍ଧାଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରିଲେ

Read More...

ଗ୍ରାମବାସୀଙ୍କ ଭୟରେ ବାଇକ୍‌ ଓ ବନ୍ଧୁକ ଛାଡି ଦୃବୁର୍ତ୍ତ ଖସିଗଲେ

ଗ୍ରାମବାସୀଙ୍କ ଭୟରେ ବାଇକ୍‌ ଓ ବନ୍ଧୁକ ଛାଡି ଦୃବୁର୍ତ୍ତ ଖସିଗଲେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page