ପୁଲ୍‌ୱାମା ହମ୍‌ଲାର ମାଷ୍ଟର୍‌ମାଇଣ୍ଡ ନିହତ, ଯବାନ ସହିଦ

June 18, 2019, ଦେଶ, , Anupambharat News Bureau


ପୁଲ୍‌ୱାମା ହମ୍‌ଲାର ମାଷ୍ଟର୍‌ମାଇଣ୍ଡ ନିହତ, ଯବାନ ସହିଦ
Anupambharat News Bureau
June 18, 2019

ଶ୍ରୀନଗର: ଆମେ କେବେ ଭୁଲିବୁ ନାହିଁ । ଆମେ କେବେ କ୍ଷମା ଦେବୁ ନାହିଁ- ଫେବୃଆରୀ ୧୪ ପୁଲ୍‌ୱାମା ହମ୍ଲା ପରେ ସିଆରପିଏଫ୍‌ ପକ୍ଷରୁ ନିଆଯାଇଥିଲା ଏପରି ଶପଥ । ଆଜି ଶେଷରେ ତାକୁ ପୂରଣ କରାଯାଇଛି । ପୁଲ୍‌ୱାମା ହମ୍ଲାରେ ସାମିଲ ଥିବା ଜଣଙ୍କ ପରେ ଜଣେ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଖତମ କରିବାରେ ସଫଳ ହୋଇଛନ୍ତି । ପୂର୍ବରୁ ପୁଲ୍‌ୱାମା ଘଟଣାରେ ସାମିଲ ଅନେକ ଆତଙ୍କବାଦୀ ନିହତ ହୋଇ ସାରିଥିବା ବେଳେ ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ସାଜିଦ୍‌ ମକବୁଲ ଭଟ୍ଟ ଫେରାର ଥିଲା । ତେବେ ଆଜି ଅନନ୍ତନାଗରେ ଏହି ଜୈଶ-ଏ-ମହମ୍ମଦ ଆତଙ୍କବାଦୀକୁ ଖତମ କରିଦେବାରେ ସଫଳ ହୋଇଛି ସେନା । ପୁଲ୍‌ୱାମା ହମ୍ଲାରେ ବ୍ୟବହୃତ କାରଟିର ମାଲିକ ସାଜିଦ୍‌ ହିଁ ଥିଲା । ସେ ଏହି ଭୟଙ୍କର ଆକ୍ରମଣର ବ୍ଲìପ୍ରିଣ୍ଟ ତିଆରି କରିଥିଲା । ଆଜି ସାଜିଦ୍‌ ସହ ଆଉ ଜଣେ ଆତଙ୍କୀର ମୁଣ୍ଡ ଗଡ଼ିଛି । ତା’ ନାଁ ହେଉଛି ତୌସିଫ୍‌ ଭଟ୍ଟ । ଗତକାଲି ପୁଲ୍‌ୱାମାରେ ହୋଇଥିବା ଦ୍ୱିତୀୟ ଆଇଇଡି ବିସ୍ପୋରଣ ପଛରେ ତୱସିଫର ହାତ ରହିଥିଲା । ଆଜି ସାଜିଦ୍‌ ଓ ତୌସିଫ୍‌ ଅନନ୍ତନାଗର ୱାଙ୍ଗମାରେ ଲୁଚି ଥିବାର ଖବର ସୁରକ୍ଷାକର୍ମୀଙ୍କୁ ମିଳିଥିଲା । ଏହାପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍‌ । ଆତଙ୍କବାଦୀମାନେ ଲୁଚି ଥିବା ଅଞ୍ଚଳକୁ କର୍ଡନ କରି ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ୍‌ କରୁଥିବା ବେଳେ ଆରମ୍ଭ ହୋଇଥିଲା ଗୁଳି ବିନିମୟ । ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳି ବିନିମୟରେ ପ୍ରଥମେ ଜଣେ ଯବାନ ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ ନିଆ ଯାଇଥିଲେ ହେଁ’ ସେଠାରେ ସେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ । ଏହା ସେ‰ ଅନ୍ୟ ଯବାନମାନେ ବେଶ ବୀରତ୍ୱର ସହିତ ଆତଙ୍କବାଦୀଙ୍କ ମୁକାବିଲା କରିଥିଲେ । ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ସାଜିଦ୍‌ ଓ ତୌସିଫ୍‌ ନିହତ ହୋଇଥିଲେ । ସେମାନଙ୍କ ମୃତଦେହ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଏବେ ବି ସ୍ଥାନୀୟ ଅଞ୍ଚଳରେ ଆଉ ଜଣେ ଆତଙ୍କବାଦୀ ଲୁଚି ରହିଥିବା ଖବର ରହିଛି । ତେଣୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ସାଜିଦ୍‌ ପୁଲ୍‌ୱାମା ହମ୍ଲାର ଗୋଟିଏ ଦିନ ପୂର୍ବରୁ ହିଁ ଜୈଶ ସଂଗଠନରେ ସାମିଲ ହୋଇଥିଲା । ସେ ‘ଅଫଜଲ’ ନାଁରେ ମଧ୍ୟ ପରିଚିତ । ତା’ ଘର ଅନନ୍ତନାଗର ମହରମ ଗାଁରେ । ପୁଲ୍‌ୱାମା ହମ୍ଲାରେ ସାମିଲ ଥିବା ଅଦିଲ ଅହମ୍ମଦ ଦାର, ମୁଦ୍ଦଶୀର ଖାନ, କାମରାନ ଓରଫ ଶାହିଦ ଗାଜିକୁ ସୁରକ୍ଷାକର୍ମୀମାନେ ବିଭିନ୍ନ ଏନ୍‌କାଉଣ୍ଟର୍‌ରେ ସଫା କରିଥିଲେ । ଏହାପୂର୍ବରୁ ଗତକାଲି ମଧ୍ୟ ଅନନ୍ତନାଗରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁ ମୁହିଁ ହୋଇଥିଲେ । ଏଥିରେ ଜଣେ ଆର୍ମି ମେଜର ସହିଦ ହୋଇଥିବା ବେଳେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ସେହିପରି ସନ୍ଧ୍ୟା ବେଳେ ଆତଙ୍କବାଦୀମାନେ ପୁଲ୍‌ୱାମାରେ ଯବାନଙ୍କ କନଭୟକୁ ଟାର୍ଗେଟ କରି ଆଇଇଡି ବିସ୍ପୋରଣ କରିଥିଲେ । ଏଥିରେ ୯ ଜଣ ଯବାନ ଆହତ ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି । ଏହି ସହିଦ ଯବାନଙ୍କ ମଧ୍ୟରେ ଓଡ଼ିଶାର ଅଜିତ ସାହୁ ରହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସ୍ୱାସ୍ଥ୍ୟସେବାକୁ ଦିଆଯିବ ଅଧିକ ଗୁରୁତ୍ୱ

ସ୍ୱାସ୍ଥ୍ୟସେବାକୁ ଦିଆଯିବ ଅଧିକ ଗୁରୁତ୍ୱ

Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଲେଜ ଛାତ୍ରଙ୍କୁ ହତ୍ୟା

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କଲେଜ ଛାତ୍ରଙ୍କୁ ହତ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page