କାର୍‌ ଦୁର୍ଘଟଣାରେ ହାସ୍ୟ ଅଭିନେତା ସଲିଲ୍‌ ଗୁରୁତର

May 13, 2019, ଓଡ଼ିଶା, କେନ୍ଦୁଝର, Anupambharat News Bureau


କାର୍‌ ଦୁର୍ଘଟଣାରେ ହାସ୍ୟ ଅଭିନେତା ସଲିଲ୍‌ ଗୁରୁତର
Anupambharat News Bureau
May 13, 2019

ଘଟଗାଁ/କେଉଁଝର,୧୨ା୫ (ଅନୁପମ ମିଡିଆ) : କେନ୍ଦୁଝର ଜିଲ୍ଲା ୨୦ନମ୍ବର ଜାତୀୟ ରାଜପଥ ଘଟଗାଁ କଲେଜ ଛକ ନିକଟରେ କାର ଦୁର୍ଘଟଣାରେ ଓଡିଆ ସିନେ ଜଗତର ହାସ୍ୟ ଅଭିନେତା ସଲିଲ ମିତ୍ର ଗୁରୁତର ଆହାତ ହୋଇଛନ୍ତି । ମିଳିଥିବା ସ୍ୟଚନା ଅନୁଯାୟୀ ସଲିଲ ମିତ୍ର ଙଊ୦୨-ଇଈ-୪୪୩୨ ନମ୍ବର ଥିବା ଏକ ଇଣ୍ଡିଗୋ କାରରେ ଭୁବନେଶ୍ୱରରୁ ମୟୁରଭn ଜିଲ୍ଲା କରnିଆକୁ ଯାଉଥିବା ବେଳେ ଘଟଗାଁ କଲେଜ ଛକ ନିକଟରେ କାରଟି ଭାରସ୍ୟାମ ହରାଇ ଓଲଟି ପଡିଥିଲା । ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ଖବର ପାଇ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଚିଁ ଗୁରୁତର ଅବସ୍ଥାରେ ସଲିଲ ଓ ଗାଡି ଡ୍ରାଇଭରକୁ ଉଦ୍ଧାର କରି ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ । ଏହି ଦୁର୍ଘଟଣାରେ ଗାଡି ଡ୍ରାଇଭର ସାମାନ୍ୟ ଆହାତ ହୋଇଥିବା ବେଳେ ସଲିଲଙ୍କ ଡାହାଣ ହାତ ଭାଙ୍ଗି ଯାଇଥିବା ସୂଚନା ମିଳିଛି । ଏଥି ସହିତ ସଲିଲଙ୍କ ମୁଣ୍ଡରେ ଏକାଧିକ ସ୍ଥାନରେ କ୍ଷତ ହୋଇଛି । ତେବେ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିସିା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ପୋଲିସ ଏହି ଘଟଣାରେ ଏକ ମାମଲ ରୁଜୁ କରି ତଦନ୍ତ ଚଳାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଠ ବଖରା ଘର ସହ ଜଳିଗଲେ ନବ ବିବାହିତା ମହିଳା

ଆଠ ବଖରା ଘର ସହ ଜଳିଗଲେ ନବ ବିବାହିତା ମହିଳା

Read More...

ମୁମ୍ବାଇ-ଚେନ୍ନାଇ ଫାଇନାଲ୍‌ ମୁକାବିଲା

ମୁମ୍ବାଇ-ଚେନ୍ନାଇ ଫାଇନାଲ୍‌ ମୁକାବିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page