ବିଜେଡିର ପାଟକୁରା ଅଙ୍କ : ଫୋକସ୍‌ରେ ଗରଦପୁର

June 18, 2019, ଓଡ଼ିଶା, , Anupambharat News Bureau


ବିଜେଡିର ପାଟକୁରା ଅଙ୍କ : ଫୋକସ୍‌ରେ ଗରଦପୁର
Anupambharat News Bureau
June 18, 2019

ଭୁବନେଶ୍ୱର,୧୮ା୬(ଅନୁପମ ମିଡ଼ିଆ) : ଖୁବଶୀଘ୍ର ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିବ । ଏଥିପାଇଁ ତିନି ପ୍ରମୁଖ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତେବେ ବିଜେଡ଼ି ଓ ବିଜେପି ମଧ୍ୟରେ କଡ଼ା ଟMର ହେବାକୁ ଯାଉଥିବାବେଳେ ଯେଉଁଠାରେ ସ୍ଥିତି ଦୁର୍ବଳ ରହିଛି ତାହାକୁ ସୁଧାରିବା ପାଇଁ ବିଜେଡ଼ି ଯୋଜନା କରିଛି । ବିଶେଷକରି ଗରଦପୁର ବ୍ଲକର ସ୍ଥିତି ସଜାଡ଼ିବା ପାଇଁ ରଣନୀତି କରିଛି ବିଜୁ ଜନତା ଦଳ । କେନ୍ଦ୍ରାପଡ଼ା ସଂସଦୀୟ ନିର୍ବାଚନ ବେଳେ ଏହି ବ୍ଲକରେ ବିଜେଡି ପ୍ରାର୍ଥୀଙ୍କ ଭୋଟ କମିଥିଲା । ତେଣୁ ଗରଦପୁର ବ୍ଲକରୁ ଦଳୀୟ ନେତା, ମନ୍ତ୍ରୀମାନେ ଅଧିକ ଫୋକସ୍‌ ଦେଇ ୨ ଦିନ ହେବ କର୍ମୀ ସମ୍ମିଳନୀ ଜାରି ରଖିଛନ୍ତି । କୋରୁଆ କଲେଜ ନିକଟସ୍ଥ କର୍ତ୍ତାକୁଦ ମଠରେ ନିର୍ବାଚନମଣ୍ଡଳିର ଗରଦପୁର ବ୍ଲକ ଦାୟିତ୍ୱରେ ଥିବା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୌରହିତ୍ୟରେ କର୍ମୀ ସମ୍ମିଳନୀ ହୋଇଯାଇଥିବାବେଳେ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଘର କୋରୁଆ ନିକଟସ୍ଥ ଅରିଲୋଠାରେ ମଧ୍ୟ ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ସମୟରେ ବିଧାୟକ ଅତନୁଙ୍କୁ ସମର୍ଥନ କରି ଆସୁଥିବା କର୍ମୀମାନଙ୍କୁ ବିଧାୟକ ସ୍ୱର୍ଗତ ଅଗ୍ରୱାଲ ଓ ତାଙ୍କ ସମର୍ଥକମାନେ ପ୍ରତ୍ୟେକ କ୍ଷେତ୍ରରେ ବିରୋଧ କରୁଥିବାରୁ ବ୍ଲକରେ ଏକ ସମାନ୍ତରାଳ ବିଜେଡି ଗୋଷ୍ଠୀ ସୃଷ୍ଟି ହୋଇଥିଲା । ଏବେ ସେହି ସମାନ୍ତରାଳ ସଂଗଠନକୁ ଏକାଠି କରିବା ପାଇଁ ଯୋଜନା କରାଯାଇଛି । କର୍ମୀଙ୍କ ମଧ୍ୟରେ ଅନେକ କେଁ ଥିଲେବି ଦଳ ପକ୍ଷରୁ ଯତ୍‌ପରୋନାସ୍ତି ଉଦ୍ୟମ କରାଯାଉଛି । ଅସ;ୁଷ୍ଟ କର୍ମୀମାନଙ୍କୁ ବିଧାୟକ ନାୟକ କୌଣସି ମତେ ମନେଇବା ପାଇଁ ଲାଗି ପଡ଼ିଛନ୍ତି । କିଭଳି ବିଜେଡି ପ୍ରାର୍ଥିନୀ ସାବିତ୍ରୀ ଅଗ୍ରୱାଲଙ୍କୁ ଗରଦପୁର ବ୍ଲକ ତଥା ପାଟକୁରା ନିର୍ବାଚନମଣ୍ଡଳିରେ ଅଧିକ ଭୋଟ ମିଳିବ ସେଥିପାଇଁ ଅତନୁ ଉଦ୍ୟମ ଜାରି ରଖିଛନ୍ତି । ଅତନୁଙ୍କ ଡାକରାରେ ୧୮ଟି ପଞ୍ଚାୟତର ଶତାଧିକ ଅସ;ୁଷ୍ଟ ବିଜେଡି କର୍ମୀ ପହଞ୍ଚି ତାଙ୍କ ସହିତ ଆଲୋଚନା କରିବା ସହିତ ସହଯୋଗର ହାତ ବଢ଼ାଇଥିଲେ । ଆଲୋଚନାର ଅନ୍ତିମ ପର୍ଯ୍ୟାୟରେ ନିର୍ବାଚନର ଦଳୀୟ ଦାୟିତ୍ୱରେ ଥିବା ମନ୍ତ୍ରୀ ସ୍ୱାଇଁ ପହଞ୍ଚି କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଆଗାମୀ ନିର୍ବାଚନରେ ଦଳୀୟ ପ୍ରାର୍ଥିନୀ କିପରି ବ୍ଲକର ପ୍ରତ୍ୟେକ ୱାର୍ଡରୁ ଭୋଟ ପାଇବେ ସେଥିପାଇଁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । ନିର୍ବାଚନ ସମୟରେ କେହି ଏଠାରେ ନେତା ନୁହନ୍ତି ସମସ୍ତେ କର୍ମୀ । ଯାହାର ଯାହା ଅଭିଯୋଗ କରିବାର ଅଛି ବାହାରେ ପ୍ରକାଶ ନ କରି ନିର୍ବାଚନ କମିଟି ଆଗରେ ପ୍ରକାଶ କରିବାକୁ ମନ୍ତ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ । ଏଣୁ ରାଜ୍ୟ ବିକାଶର ମୁଖ୍ୟସ୍ରୋତରେ ପାଟକୁରା ନିର୍ବାଚନମଣ୍ଡଳିକୁ ସାମିଲ କରାଇ ବିକାଶର ଧାରାକୁ ଆଗକୁ ନେବା ପାଇଁ ମନ୍ତ୍ରୀ ରଣେନ୍ଦ୍ର ଆହ୍ୱାନ ଦେଇଥିଲେ । ନିର୍ବାଚନ ପରିଚାଳନା କମିଟିରେ ସେଠାରେ ଉପସ୍ଥିତ ଥିବା ସ୍ୱର୍ଗତ ବିଧାୟକ ଅଗ୍ରୱାଲଙ୍କ ପ୍ରତିନିଧି ତଥା ବ୍ଲକର ସମିତି ସଭ୍ୟ ରାଜେଶ ଦାସଙ୍କ ନାମ ମନ୍ତ୍ରୀ ସ୍ୱାଇଁ ଉଠାଇବାରୁ ଉପସ୍ଥିତ କର୍ମୀମାନଙ୍କ ମଧ୍ୟରୁ କେତେକ ଏହାକୁ ଖୋଲାଖୋଲି ବିରୋଧ କରୁଥିବା ଦେଖିବାକୁ ମିଳିଥିଲା । ମାତ୍ର ଏହି କର୍ମୀ ସମ୍ମିଳନୀରେ ବିଜେଡି ପ୍ରାର୍ଥୀନୀ ସାବିତ୍ରୀ ଅଗ୍ରୱାଲ ଅନୁପସ୍ଥିତ ଥିଲେ । ତାଙ୍କର ପୁଅ ସଞ୍ଜୟ ଅଗ୍ରୱାଲ, ଯୁବନେତା ଦିପ୍ତୀକାନ୍ତ ପରିଜା, ରାକେଶ ମହାପାତ୍ର, ରବୀନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ସେପଟେ ବିଜେପି ମଧ୍ୟ ନୂଆ ନୂଆ ଗେମ୍‌ପ୍ଲାନ୍‌ ଆରମ୍ଭ କରିଲାଣି । ପାଟକୁରା ନିର୍ବାଚନ ତାରିଖ ଘୋଣୋ ହୋଇନାହିଁ ସତ କିନ୍ତୁ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ପହିଲି ରଜଠାରୁ ଆରମ୍ଭ କରିଛନ୍ତି ପ୍ରସ୍ତୁତି । ଗତ ଶୁକ୍ରବାର ଦିନ ବିଜୟ ମହାପାତ୍ରଙ୍କ ସମେତ ଭୁବନେଶ୍ୱରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଅପରାଜିତା ଷଢ଼ଙ୍ଗୀ ଏକ ବିଶାଳ ରୋଡ଼୍‌ସୋ ଆୟୋଜନ କରିଥିଲେ । ପାଟକୁରା ପାିଁ ବିଜୟଙ୍କ ରୋନ୍‌ମ୍ୟାପ୍‌ କ’ଣ ଏହି ରାଲିରୁ ସ୍ପଷ୍ଟ ଜଣାପଡ଼ିଛି । ବିଜେଡିକୁ ଚେକ୍‌ ଦେବା ପାଇଁ ବିଜୟଙ୍କ ପକ୍ଷରୁ ଅପରାଜିତାଙ୍କୁ ସାମିଲ କରାଯାଇଛି । ଏହାଛଡ଼ା ଶୁଣିବାକୁ ମିଳୁଛି, ଏଥର ପାଟକୁରା ନିର୍ବାଚନରୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଆଉଟ୍‌ ହୋଇପାରନ୍ତି । ଏବଂ ଅପରାଜିତାଙ୍କ ପାଟକୁରାରେ ପ୍ରବେଶ ହେବ । ବୈଜୟନ୍ତବାବୁ ପାଟକୁରାକୁ ଆସିପାରନ୍ତି କିନ୍ତୁ ଏତେଟା ଫୋକସ୍‌ରେ ରହିବେ ନାହିଁ ବୋଲି କିଛି ବିଜେପି କର୍ମକର୍ତ୍ତା କହି ବୁଲୁଛନ୍ତି । ପାଟପୁରରେ ଲୋକସଭା ପାଇଁ ପଡ଼ିଥିବା ଭୋଟ ଫଳାଫଳ କହୁଛି, ବିଜେଡି-ବିଜେପି ଭିତରେ ଭୋଟ ବ୍ୟବଧାନ ବହୁତ ରହିଥିଲା । ଅର୍ଥାତ୍‌ ଯଦି ନିର୍ବାଚନ ହୋଇଥାନ୍ତା ତାହେଲେ ବିଜୟ ମହାପାତ୍ର ହାରି ଯାଇଥାନ୍ତେ । ଲୋକେ ବୈଜୟନ୍ତ ଓ ବିଜୟଙ୍କ ପାଇଁ ଭୋଟ ଭାଗ ଭାଗ କରି ଏତେଟା ଦେଇନଥାନ୍ତେ ବୋଲି ଆଲେଶଚନା ହେଉଛି । ତେଣୁ କୁହାଯାଉଛି, ବିଜୟଙ୍କ ପାଇଁ ବୈଜୟନ୍ତ ଏକ ପ୍ରକାରର ବୋଝ । ଏକଥାକୁ ବିଜୟ ବୁଝି ପାରିଛନ୍ତି । ଦ୍ୱିତୀୟରେ ବିଜେଡି ସପକ୍ଷରେ ମହିଳା ଭୋଟ ବେଶୀ ଯାଇଛି । ତା’ଛଡ଼ା ସାଧାରଣ ଲୋକ ଓ ଗାଁ ମହିଳାଙ୍କ ସହ ଲୋକସମ୍ପର୍କ ବୈଜୟନ୍ତଙ୍କ କ୍ଷେତ୍ରରେ ବହୁତ କମ୍‌ । ଯେଉଁଥିପାଇଁ ବିଜୟ ଚାହୁଁଛନ୍ତି, ଅପରାଜିତା ଆସିଲେ ବହୁତ ଭଲ ହେବ । ଉଦ୍ଦେଶ୍ୟ କେବଳ ମହିଳା ଭୋଟକୁ ଅପରାଜିତା ହିଁ ଟାଣି ପାରିବେ । ଚଳିତ ନିର୍ବାଚନରେ ଅପରାଜିତା ସଂଦୀୟ କ୍ଷେତ୍ରରୁ ବିଜୟୀ ହୋଇଥିଲେ ହେଁ ସେ ଅଧୀନରେ ଥିବା ଗୋଟିଏ ବି ବିଧାନସଭା କ୍ଷେତ୍ରରେ ବିଜେପି ପ୍ରାର୍ଥୀ ଜିତି ପାରିନାହାନ୍ତି । ତଥାପି ଅପରାଜିତାଙ୍କ ଜିତାପଟ ଭୁବନେଶ୍ୱର ଲୋକସଭାରୁ ହୋଇଛି । ସେପଟେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ଅଲଗା ଚିତ୍ର ସାମ୍‌ନାକୁ ଆସିଛି । ସେଠାରେ ବୈଜୟନ୍ତ ନିଜ ପସନ୍ଦର ସବୁପ୍ରାର୍ଥୀଙ୍କୁ ବିଧାନସଭା ପାଇଁ ଟିକେଟ ଯୋଗାଡ଼ କରାଇଥିଲେ । କିନ୍ତୁ ଫଳ ଓଲଟା ହେଲା । ଏଭଳିକି ବିଜୟଙ୍କ ସହ ଧର୍ମେନ୍ଦ୍ରଙ୍କ ତିକ୍ତ ସମ୍ପର୍କ ଥିଲେ ସୁଦ୍ଧା ତାଙ୍କୁ ଦଳକୁ ଫେରାଇ ଅରାଯାଇଥିଲା । ଏହା ବୈଜୟନ୍ତଙ୍କ ଦ୍ୱାରା ସମ୍ଭବ ହୋଇଥିଲା । ଏ ସବୁ ସତ୍ତେ୍ୱ ବୈଜୟନ୍ତ କେନ୍ଦ୍ରାପଡ଼ାରେ ହାରିଗଲେ । ବିଜେପି ଏବଂ ବିଜୟ ଏବେ ଭାବୁଛନ୍ତି, ବୈଜୟନ୍ତଙ୍କ ପାଖରେ ଦମ୍‌ ନାହିଁ । ସୋସିଆଲ୍‌ ମିଡ଼ିଆ ଏବଂ ଗଣମାଧ୍ୟମରେ ବୈଜୟନ୍ତଙ୍କ କ୍ରେଜ୍‌ ଥାଇପାରେ । କିନ୍ତୁ ପାଟପୁରା ପାଇଁ ନିର୍ବାଚନ ହେଲେ ବୈଜୟନ୍ତଙ୍କ ମ୍ୟାଜିକ୍‌ କାମ ଦେବ ନାହିଁ ବୋଲି ବିଜୟ ଭାବି ସାରିଳେଣି । ତାଙ୍କୁ ନେଇ ରିସ୍କ ନେବାକୁ ବିଜୟ ଚାହୁଁନାହାନ୍ତି । ତେବେ ବିଜେପିର ମଙ୍ଗ କ’ଣ କେବଳ ଅପରାଜିତା ଧରିବେ ? ଏଠାକୁ କିଛଇ କେନ୍ଦ୍ରୀୟ ନେତା ଆସି ଡେରା ପକାଇ ପାରନ୍ତି ବୋଲି ଆଲେଶଚନା ହେଲାଣି । ତେବେ ଆଗକୁ ବିଜେପି କିଭଳି ପାଟପୁରା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବ ତାକୁ ଦେକିବାକୁ ବାକି ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଢ଼ିଲା ଖରା ଛୁଟି  ୨୬ରେ ଖୋଲିବ ସ୍କୁଲ

ବଢ଼ିଲା ଖରା ଛୁଟି ୨୬ରେ ଖୋଲିବ ସ୍କୁଲ

Read More...

୧୭ତମ ଲୋକସଭାର ଛ’ଟି କଥା

୧୭ତମ ଲୋକସଭାର ଛ’ଟି କଥା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page