ନିର୍ବାଚନ ବେଳେ ଜବତ ହୋଇଛି ୩୮ ଶହ କୋଟି

June 18, 2019, ଓଡ଼ିଶା, , Anupambharat News Bureau


ନିର୍ବାଚନ ବେଳେ ଜବତ ହୋଇଛି ୩୮ ଶହ କୋଟି
Anupambharat News Bureau
June 18, 2019

କଟକ,୧୮ା୬ (ଅନୁପମ ମିଡିଆ): ସମଗ୍ର ଦେଶରେ କଳାଧନ ଗଚ୍ଛିତ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଏସଆଇଟି ପକ୍ଷରୁ ଉପାଧ୍ୟକ୍ଷ ଜଷ୍ଟିସ୍‌ ଅରିଜିତ ପଶାୟତଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ଦେଶର ବରିଷ୍ଠ ତଦନ୍ତକାରୀ ଅଧିକାରୀଙ୍କ ସହିତ ସିବିଆଇ, ଆୟକର, ଭିଜିଲାନ୍ସ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଅର୍ଥ ଓ ଏନସିବି ଅଧିକାରୀମାନେ ଉପସ୍ଥିତ ରହି କଳାଧନକୁ କେମିତି ସର୍ବସମ୍ମୁଖକୁ ଆଣି ବିଚାର କରିବା ସହିତ ରାଜ୍ୟର ରାଜସ୍ୱ ପରିମାଣ ବୃଦ୍ଧି କରାଯିବ ତାହା ଉପରେ ଆଲୋଚନା କରିଥିଲେ । ତେବେ ଦେଶରେ ଗତ ନିର୍ବାଚନ ସମୟରେ ୩ହଜାର ୮୦୦ କୋଟି ଟଙ୍କାର କଳାଧନ ଜବତ ହୋଇଥିବାର ଉପାଧ୍ୟକ୍ଷ ଜଷ୍ଟିସ୍‌ ପଶାୟତ ସୂଚନା ଦେଇଥିଲେ । ଜବତ ଟଙ୍କା ନେଇ କ’ଣ ଆଇନଗତ କାର୍ଯ୍ୟାନୁଷ୍ଠନା ଗ୍ରହଣ କରାଯିବ ସେ ନେଇ ନିର୍ବାଚନ କମିଶନଙ୍କ ପରାମର୍ଶ ନିଆଯାଉଥିବା କହିଛନ୍ତି ଜଷ୍ଟିସ୍‌ ଅରିଜିତ ପଶାୟତ ।
କଳାଧନକୁ କିଭଳି ଭାବେ ଠାବ କରାଯିବ ସେ ସମ୍ପର୍କରେ ଜଷ୍ଟିସ୍‌ ପଶାୟତ ଆୟକର ବିଭାଗକୁ ପରାମର୍ଶ ଦେବା ସହିତ ଦେଶର ସର୍ବୋଚ୍ଚ ଅଦାଲତଙ୍କୁ ୭ମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯିବା ପାଇଁ ତ୍ୱରିତ୍‌ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । କଳାଧନ ସମ୍ପର୍କିତ ମାମଲାଗୁଡିକର ବିଚାର ପାଇଁ ସ୍ୱତନ୍ତ୍ର ଅଦାଲତର ଆବଶ୍ୟକତା ରହିଛି ବୋଲି ଉପାଧ୍ୟକ୍ଷ ଜଷ୍ଟିସ୍‌ ପଶାୟତ କହିଥିଲେ । ସେହିଭଳି ଦେଶରେ ଅର୍ଥନୈତିକ ଅପରାଧର ସଂଖ୍ୟା ବଢ଼ୁଛି । ତେଣୁ ଏହି ମାମଲାର ବିଚାରଣ ପାଇଁ ସ୍ୱତନ୍ତ୍ର କୋର୍ଟା ଆକଶ୍ୟକତା ରହିଥିବାରୁ ଏଥିସକାଶେ କେନ୍ଦ୍ରକୁ ପରାମର୍ଶ ଦିଆଯାଇଥିବା ସେ ଉଲ୍ଳେଖ କରିଛନ୍ତି । କଳାଧନ ସମ୍ପର୍କରେ ୨୦୧୫ ଆକଫ ଆସିବା ପରେ ଦେଶ ବାହାରେ ରଖାଯାଉଥିବା ଟଙ୍କା ଓ ସମ୍ପତ୍ତି ସମ୍ପର୍କରେ ଅନେକ ତଥ୍ୟ ଆସିଛି , ଯାହା ତଦନ୍ତ ପ୍ରକ୍ରିୟାକୁ ଆହୁରି ସକ୍ରିୟ କରିଛି ବୋଲି ସେ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଣବସର ଘରେ ଚତୁର୍ଦ୍ଧାମୂର୍ତ୍ତି, ପଟ୍ଟିଦିଅଁରେ ପୂଜା ପାଇଲେ ତିନିଠାକୁର

ଅଣବସର ଘରେ ଚତୁର୍ଦ୍ଧାମୂର୍ତ୍ତି, ପଟ୍ଟିଦିଅଁରେ ପୂଜା ପାଇଲେ ତିନିଠାକୁର

Read More...

ଏମ୍ସରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ

ଏମ୍ସରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page