୪୯ ବର୍ଷରେ ରାହୁଲ ଗାନ୍ଧି

June 19, 2019, ଦେଶ, , Anupambharat News Bureau


୪୯ ବର୍ଷରେ ରାହୁଲ ଗାନ୍ଧି
Anupambharat News Bureau
June 19, 2019

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗାନ୍ଧି ୪୯ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍‌ୱିଟ୍‌ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍‌ୱିଟରେ ମୋଦି କହିଛନ୍ତି, ରାହୁଲ ଗାନ୍ଧୀଙ୍କୁ ତାଙ୍କ ଜନ୍ମଦିନ ପାଇଁ ଅନେକ ଶୁଭକାମନା, ତାଙ୍କର ସ୍ୱସ୍ଥ୍ୟ ଭଲ ରହୁ ଏବଂ ସେ ଦୀର୍ଘାୟୁ ହୁଅ;ୁ । ମୋଦିଙ୍କ ସହିତ ଦେଶର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଏବଂ ନେତା ରାହୁଲଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । ରାହୁଲଙ୍କୁ ହରାଇ ଆମେଠିର ସାଂସଦ ହୋଇଥିବା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କ ଟ୍ୱିଟର୍‌ରେ ହ୍ୟାଣ୍ଡଲରୁ ରାହୁଲଙ୍କୁ ଟ୍‌ୱିଟ୍‌ କରି ଶୁଭେଚ୍ଛା ଜଣାଇନହାନ୍ତି କି;ୁ ପ୍ରଧାନମନ୍ତ୍ରୀ ମୋଦି ରାହୁଲଙ୍କ ପାଇଁ କରିଥିବା ଟୁଇଟ୍‌ ରିଟ୍‌ୱିଟ୍‌ କରି ସ୍ମୃତି ଇରାନୀ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । କଂଗ୍ରେସ ଦଳର ଅଫିସିଆଲ ଟ୍ୱିଟ୍‌ର୍‌ରେ ହ୍ୟାଣ୍ଡଲରେ ମଧ୍ୟ ରାହୁଲଙ୍କୁ ଶୁଭେଚ୍ଛା ଜଣାଇ ଏକ ଭିଡିଓ ପୋଷ୍ଟ ହୋଇଛି । ଯେଉଁଥିରେ ରାହୁଲଙ୍କ ଭାଷଣ ଏବଂ ସାକ୍ଷାତକାରର କିଛି ଅଂଶ ରହିଛି । ଏଆଇସିସି ପକ୍ଷରୁ ମଧ୍ୟରୁ କଂଗ୍ରେସର ବରିଷ୍ଠ ନେତାମାନେ ରାହୁଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ରାଜ୍ୟସଭା ସାଂସଦ ତଥା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍‌, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌, ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଏବଂ ଦଳର ଅନ୍ୟାନ୍ୟ ନେତା ଏହି ଅବସରରେ ରାହୁଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୂଚନାଯୋଗ୍ୟ, ୧୯୭୦ ଜୁନ ୧୯ରେ ରାହୁଲ ଗାନ୍ଧି ଜନ୍ମଗ୍ରହଣ କରିଥିଲେଛ ୨୦୦୪ରେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିବା ସହିତ ସେ ରାଜନୀତିରେ ପ୍ରବେଶ କରିଥିଲେ । ସେ ନିଜର ପିତାଙ୍କ ଲୋକସଭା ଆସନ ଆମେଠିରୁ ସାଂସଦ ଭାବେ ନିର୍ବାଚନ ଲଢ଼ିଆସୁଛନ୍ତି । ୨୦୦୪ରୁ ସେ ଆମେଠିରୁ ସାଂସଦ ଭାବେ ନିର୍ବାଚିତ ହୋଇଆସୁଥିଲେ । ଚଳିତ ଥର କି;ୁ ସେ ଆମେଠିରୁ ପରାସ୍ତ ହୋଇଛନ୍ତି । କେରଳର ୱାଇନାଡ ଲୋକସଭା ଆସନରୁ ସେ ର୍ନିବାଚିତ ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାଣି ପାଇଁ ଚେନ୍ନାଇରେ ହାହାକାର

ପାଣି ପାଇଁ ଚେନ୍ନାଇରେ ହାହାକାର

Read More...

ସାଂସଦ ପଦ ହରାଇବେ ସନ୍ନି ଦେଓଲ୍‌

ସାଂସଦ ପଦ ହରାଇବେ ସନ୍ନି ଦେଓଲ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page