ମହେଶ୍ୱର ହତ୍ୟା ମାମଲା, ୧୮ ଜଣଙ୍କୁ ଆଜୀବନ କାରାଦଣ୍ଡ

June 19, 2019, ଓଡ଼ିଶା, , Anupambharat News Bureau


ମହେଶ୍ୱର ହତ୍ୟା ମାମଲା,  ୧୮ ଜଣଙ୍କୁ ଆଜୀବନ କାରାଦଣ୍ଡ
Anupambharat News Bureau
June 19, 2019

ବ୍ରହ୍ମପୁର,୧୯ ।୬ (ଅନୁପମ ମିଡ଼ିଆ) : ସଦର ଥାନା ଅନ୍ତର୍ଗତ ଫୁଲ୍‌ଟାରେ ୨୦୦୭ ମସିହାରେ ଅସାମାଜିକ ତତ୍ତ୍ୱ ଦମନ ନାଁରେ ମହେଶ୍ୱର ସାସମଲଙ୍କୁ ହତ୍ୟା ପରେ ପୋଡ଼ି ମାମଲାରେ ଆଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ (୧) ସଞ୍ଜୟ କୁମାର ସାହୁ ଲାଞ୍ଜିପଲ୍ଲୀ ଶାନ୍ତିସଂଘ ସଭାପତି, ତତ୍କାଳୀନ ସରପଞ୍ଚ ଓ ବର୍ତ୍ତମାନ ସରପଞ୍ଚଙ୍କ ସମେତ ୧୮ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ୯ବର୍ଷ ୯ମାସ ଜେଲ୍‌ ଓ ୭ହଜାର ଟଙ୍କା ଅର୍ଥ ଦଣ୍ଡ ସହ ମୃତ ବ୍ୟକ୍ତିଙ୍କ ପରିବାରକୁ ଏକ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଲାଞ୍ଜିପଲ୍ଲୀ ଅଞ୍ଚଳରେ ଶାନ୍ତିସୁରକ୍ଷା ସେବା ସଂଘ ଗଠନ କରାଯାଇ ଅସାମାଜିକ ତତ୍ତ୍ୱକୁ ଦମନ ନାମରେ ହିଂସାକାଣ୍ଡ ଘଟିଥଲା । ୨୦୦୭ ମଇ ୧୨ ତାରିଖ ନିକଟସ୍ଥ ଫୁଲ୍‌ଟା ଗ୍ରାମରେ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଅଭିଯୋଗରେ ସେହି ଗ୍ରାମର ମହେଶ୍ୱର ସାସମଲଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ଏପରିକି ତାଙ୍କ ଶବକୁ ପୋଡ଼ି ନିକଟସ୍ଥ ନାଳରେ ଭସାଇ ଦେଇଥିବା ଅଭିଯୋଗ ହୋଇଥିଲା । ଏ ନେଇ ଖବର ପାଇ ତତ୍କାଳୀନ ସଦରଥାନା ଭାରପ୍ରାପ୍ତ ଅଧିକାରୀ ରୂପଧର ନାୟକ ଘଟଣାର ତଦନ୍ତ ଚଳାଇ ଶାନ୍ତିସୁରକ୍ଷା ସେବା ସଂଘ ସଭାପତି ସନ୍ତୋଷ କୁମାର ସାହୁ, ଫୁଲ୍‌ଟାର ତତ୍କାଳୀନ ସରପଞ୍ଚ ଆନନ୍ଦ ନାହାକ ଓ ବର୍ତ୍ତମାନ ସରପଞ୍ଚ ବିଶ୍ୱମ୍ବର ସାସ୍‌ମଲଙ୍କ ସମେତ ଟୁନା ପ୍ରଧାନ, ଟୁଟୁ ଓରଫ୍‌ ଗୋଲକ କୁମାର ପ୍ରଧାନ, ସୁଦାମ ସାସ୍‌ମଲ୍‌, ବେଣୁ ପ୍ରଧାନ, ଫକୀର ସାସ୍‌ମଲ୍‌, ନିରଞ୍ଜନ ମାର୍ଥା, ଅନାମ ନାହାକ, ବିଜୟ ପ୍ରଧାନ ଓରଫ୍‌ ଟେମ୍ପୁ ବିଜୟ, ଟୁନା ସାସ୍‌ମଲ୍‌, ଭାଇଗ ସାସ୍‌ମାଲ୍‌, ଭାଇଗ ପ୍ରଧାନ, ଲଡ଼ୁ ସାସ୍‌ମଲ, ପଦ୍ମ ସାସ୍‌ମଲ, କୃଷ୍ଣ ପ୍ରଧାନ, ସନ୍ତୋଷ ସାସ୍‌ମଲ, ଗୋପୀନାଥ ପ୍ରଧାନଙ୍କ ବିରୁଦ୍ଧରେ କୋର୍ଟରେ ଦଫା ୧୪୭, ୧୪୮, ୩୪୧, ୫୦୬, ୩୦୨, ୨୦୧, ୩୨୩/୩୪ରେ ଚାର୍ଜସିଟ୍‌ ଦାଖଲ କରିଥିଲେ । ଉକ୍ତ ଚାର୍ଜସିଟ୍‌କୁ ଭିତ୍ତି କରି ମାମଲାର ଶୁଣାଣି ଦୀର୍ଘ ୧୨ବର୍ଷ ଧରି ଚାଲିବା ପରେ ଆଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ (୧) ସଞ୍ଜୟ କୁମାର ସାହୁ ତାଙ୍କର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି । ଉକ୍ତ ରାୟରେ ମାନ୍ୟବର ବିଚାରପତି ସାହୁ କେବଳ ଅଭିଯୁକ୍ତ ସନ୍ତୋଷ ସାସ୍‌ମଲଙ୍କୁ ବାଦ୍‌ ଦେଇ ଅନ୍ୟ ୧୮ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ପ୍ରତ୍ୟେକଙ୍କୁ ୩୦୨ ଦଫାରେ ଆଜୀବନ କାରାଦଣ୍ଡ ଓ ୫ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଥିବାବେଳେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଅନ୍ୟାନ୍ୟ ଦଫାରେ ୯ବର୍ଷ ୯ମାସ ଜେଲ୍‌ ଦଣ୍ଡ ଓ ୭ହଜାର ଟଙ୍କ ଅର୍ଥଦଣ୍ଡ ସହ ମୃତ ବ୍ୟକ୍ତିଙ୍କ ପରିବାରକୁ ଏକ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ଅଭିଯୁକ୍ତଙ୍କ ବିରୁଦ୍ଧରେ ସମସ୍ତ ଦଣ୍ଡ ଏକକାଳୀନ ଭୋଗ କରିବେ ବୋଲି ମାନ୍ୟବର ବିଚାରପତି ତାଙ୍କ ରାୟରେ ଉଲ୍ଲେଖ କରିଥିବାବେଳେ ମାମଲାର ଶୁଣାଣି ଚାଲିଥିବାବେଳେ ଅଭିଯୁକ୍ତ ସନ୍ତୋଷ କୁମାର ସାହୁଙ୍କ ମୃତୁ୍ୟ ଘଟିଥିବା ଯୋଗୁଁ ତାଙ୍କ ବିରୁଦ୍ଧରେ ରାୟକୁ ବାତିଲ୍‌ କରି ଅନ୍ୟ ୧୮ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ଜଣାଯାଇଛି । ଏହି ମାମଲାରେ ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ୍‌ ପ୍ରସିକୁ୍ୟଟର୍‌ ଅନୀଲ କୁମାର ସାହୁ ଓ ଜ୍ଞାନେନ୍ଦ୍ରନାଥ ଜେନା ପରିଚାଳନା କରୁଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୋଲସରାରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

ପୋଲସରାରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

Read More...

ପଶ୍ଚିମ ଓଡ଼ିଶାରେ ଭୂକମ୍ପର ଝଟ୍‌କା

ପଶ୍ଚିମ ଓଡ଼ିଶାରେ ଭୂକମ୍ପର ଝଟ୍‌କା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page