ଏସ୍‌ଷ୍ଟିଏଫ ଗ୍ୟାଙ୍ଗଷ୍ଟର ଟିଟୋର ଭାଇ ଓ ସଢୁଙ୍କୁ ଉଠାଇନେଲା

June 21, 2019, ଓଡ଼ିଶା, , Anupambharat News Bureau


ଏସ୍‌ଷ୍ଟିଏଫ ଗ୍ୟାଙ୍ଗଷ୍ଟର ଟିଟୋର ଭାଇ ଓ ସଢୁଙ୍କୁ ଉଠାଇନେଲା
Anupambharat News Bureau
June 21, 2019

କେନ୍ଦ୍ରାପଡା, ୨୦ା୬(ଅନୁପମ ମିଡିଆ): କ୍ରାଇମବ୍ରାଂଚ ଏଷ୍ଟିଏଫ ମଙ୍ଗଳବାର ରାତି ପ୍ରାୟ ୪ଟା ସମୟରେ କେନ୍ଦ୍ରାପଡା ସହରର ଦିଲାରପୁରରେ ଥିବା ଗ୍ୟାଙ୍ଗଷ୍ଟର ଟିଟୋର ଭାଇ ଜୀବାବୁ,ଚିତୋ ଏବଂ ଟିଟୋର ସଢୁ ମୁନା ଘର ଉପରେ ଚଢାଉକରି ଜୀବାବୁ ଓରଫ ସୟଦ ଆସପାକ ଅଲ୍ଲୀ,ଚିତୋ ଓରଫ ସୟଦ ଇଫତିକାର ଅଲ୍ଲୀ ଓ ମୁନା ଓରଫ ଅମଜାଦ ଅଲ୍ଲୀକୁ ଉଠାଇ ଭୂବନେଶ୍ୱର ନେଇ ଯାଇଛି । କ୍ରାଇମବ୍ରାଂଚ ଏଷ୍ଟିଏଫର ୨ଜଣ ଡିଏସପି ୩ଜଣ ଇନିସପେକଫରଙ୍କ ସମେତ ଏକ ୧୫ଜଣିଆ ଟିମ ଆସି କେନ୍ଦ୍ରାପଡା ପୋଲିସକୁ କୈାଣସି ସୂଚନା ନଦେଇ ଏହି ଚଢାଉ କରିଥିଲେ । ଏହି ଚଢାଉରେ ସେମାନଙ୍କ ନିକଟରୁ ୩ଟି ମୋବାଇଲ ଫୋନ କ୍ରାଇମବ୍ରାଂଚ ଏଷ୍ଟିଏଫ ଟିମ ଜବତ କରିଥିବା ଜଣାପଡିଛି । ଗତ ୨୦୧୮ମସିହା ଜୁନ ୩୦ତାରିଖରେ ଗ୍ୟାଙ୍ଗଷ୍ଟର ଟିଟୋକୁ କ୍ରାଇମବ୍ରାଂଚ ଏଷ୍ଟିଏଫ ଦାଦାବଟି ପାଇଁ ଧମକ ଦେବା, ଟେଣ୍ଡରଫିକ୍ସିଂ କରିବା, ବିଭିନ୍ନ ଗୁଳୁକାଣ୍ଡ ଘଟଣା ଓ ହତ୍ୟା ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ଗିରଫ କରି ପଚରାଉଚୁରା କରିବା ପରେ କୋର୍ଟ ଚାଲାଣ କରିଥିଲା । ଏହା ପରେ ସେହିସବୁ ଘଟଣାରେ ଟିଟୋକୁ ସହଯୋଗ କରିଥିବା ଅଭିଯୋଗରେ କେନ୍ଦ୍ରାପଡା,କଟକ ଓ ପାରାଦୀପରୁ ଟିଟୋର ସହଯୋଗୀମାନଙ୍କୁ ମଧ୍ୟ କ୍ରାଇମବ୍ରାଂଚ ଏଷ୍ଟିଏଫ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେତେବେଳେ ଟିଟୋର ଭାଇ ଜୀବାବୁ , ଚିତୋ ଓ ସଢୁ ମୁନା ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଗିରଫ କରାଯାଇ ପାରିନଥିଲା । ଏହି ତିନିଜଣ ଗତ ୨୦୦୫ମସିହା ଅଗଷ୍ଟମାସ ୧ତାରିଖରେ ପ୍ରଦୀପ ପରିଡା ହତ୍ୟା ମାମଲା (ଜି.ଆର.କେଶ ନମ୍ବର ୫୭୦/୨୦୦୫ର ଆଇ.ପି.ସି.ର ଧାରା ୩୦୨,୧୨୦(ବି) ଓ ୩୪ଦଫା ଏବଂ ୨୫ ଏବଂ ୨୭ ଆର୍ମସ ଆକଫରେ)ରେ ସଂପୃକ୍ତ ଥିଲେ । କେନ୍ଦ୍ରାପଡା ଟାଉନ ଥାନା କେଶ ନମ୍ବର ୯୯/୨୦୧୮ରେ ଠିକାଦାର ରନ୍ଥାକୁ ଯୋରଜବରଦସ୍ତ ଉଠାଇନେଇ ଜୀବନରେ ମାରିଦେବାକୁ ଉଦ୍ୟମ କରିବା ଘଟଣାରେ ଏମାନେ ଗ୍ୟାଙ୍ଗଷ୍ଟର ଟିଟୋ ସହିତ ସଂପୃକ୍ତ ଥିଲେ । ଏହାବ୍ୟତିତ ୨୦୦୫ମସିହାରେ ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଂଚଳରେ ଗ୍ୟାଙ୍ଗଷ୍ଟର ସୋଲେମାନର ଭାଇ ଚୁନା ହତ୍ୟା ମାମଲା (କେଶ ନମ୍ବର ୧୫୭/୨୦୦୫ର ଆଇପିସିର ଧାରା ୩୦୨,୧୨୦(ବି),୩୪ ଏବଂ ୨୫ ଓ ୨୭ ଆର୍ମସ ଆକଫ)ରେ ମଧ୍ୟ ସଂପୃକ୍ତ ଥିବା କେନ୍ଦ୍ରାପଡା ପୋଲିସ କହିଛି । କଟକ ସେସନ୍ସଜଜ କୋର୍ଟ ଓ ମୁଖ୍ୟ ବିଚାର ବିଭାଗୀୟ ମ୍ୟାଜିଷ୍ଟେଟଙ୍କ କୋର୍ଟରେ ମଧ୍ୟ ଏମାନଙ୍କ ବିରୋଧରେ ୧୦ଟିରୁ ଉର୍ଦ୍ଧ୍ୱ ମାମଲା ବିଚାରାଧିନ ଥିବା ପୋଲିସ ସୁତ୍ରରୁ ଜଣାପଡିଛି । ଏହାଛଡା କେନ୍ଦ୍ରାପଡା,ଜଗତସିଂହପୁର,କଟକ,ଖୋର୍ଦ୍ଦା,ପୁରୀ ଭଳି କେତେକ ଜିଲ୍ଲାରେ ଚିତୋ ନାମରେ ୧୬ଟିରୁ ଉର୍ଦ୍ଧ୍ୱ ,ଜୀବାବୁ ନାମରେ ୧୨ଟି ରୁ ଉର୍ଦ୍ଧ୍ୱ ଏବଂ ମୁନା ନାମରେ ୮ଟିରୁ ଉର୍ଦ୍ଧ୍ୱ ବିଭିନ୍ନ ସଂଗୀନ ଅପରାଧୀକ ମାମଲା ରହିଥିବା ପୋଲିସ ସୁତ୍ରରୁ ଜଣାପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଯୁକ୍ତ ଦୁଇ କଳା ଓ ବାଣିଜରେ କିସ୍‌ ଛାତ୍ରଛାତ୍ରୀଙ୍କ ସଫଳତା

ଯୁକ୍ତ ଦୁଇ କଳା ଓ ବାଣିଜରେ କିସ୍‌ ଛାତ୍ରଛାତ୍ରୀଙ୍କ ସଫଳତା

Read More...

ପୋଲସରାରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

ପୋଲସରାରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page