ସହିଦଙ୍କ ଶବ ଉପରେ ବିଜେଡି ପତାକା, ନବୀନଙ୍କ କ୍ଷମା ପ୍ରାର୍ଥନା ଦାବି କଲା ବିଜେପି

June 21, 2019, ଓଡ଼ିଶା, , Anupambharat News Bureau


ସହିଦଙ୍କ ଶବ ଉପରେ ବିଜେଡି ପତାକା, ନବୀନଙ୍କ କ୍ଷମା ପ୍ରାର୍ଥନା ଦାବି କଲା ବିଜେପି
Anupambharat News Bureau
June 21, 2019

ଭୁବନେଶ୍ୱର,୨୧ା୬ (ଅନୁପମ ମିଡ଼ିଆ) : ସହିଦଙ୍କ ଶବରେ ଦଳୀୟ ପତାକା ପକାଇ ବିଜେଡି ଏବେ ଅଡୁଆରେ । ଏହି ଘଟଣାକୁ ନେଇ ଚାରିଆଡୁ ବିଜେଡିକୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡିଛି । ବିଜେପି ଏଥିରେ ପାଦେ ଆଗକୁ ଯାଇ ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ଷମା ପ୍ରାର୍ଥନା ଦାବି କରିଛି ।
ଘଟଣା ଅନ୍ୟମୋଡ଼ ନେବା ପୂର୍ବରୁ ବିଜେଡି ପଦାକୁ ଆସି ଘଟଣାକୁ ନିନ୍ଦା କରିବା ସହ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସହିଦଙ୍କ ଭାଇ ଏହି ଘଟଣାକୁ ଦୁଃଖଦ ଭାବରେ ଗ୍ରହଣ କରିବା ସହ ତାଙ୍କ ଭାଇକୁ ଦଳୀୟ ଭିତ୍ତିରେ ବିଚାର ନ କରିବା ପାଇଁ ଅନୁରୋଧ କରିବା ସହ ଫଟୋ ଭାଇରାଲ୍‌କୁ ବନ୍ଦ କରିବାକୁ ପ୍ରଶାସନକୁ କହିଛନ୍ତି । ଏହି ଘଟଣା ଏବେ ସମ୍ପୂର୍ଣ୍ଣ ଭାବରେ ରାଜନୈତିକ ମୋଡ଼ ନେଇଛି । ସୁଯୋଗ ଦେଖି ବୈଜୟନ୍ତ ବିଜେଡିକୁ ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜାତୀୟସ୍ତରରେ ନିନ୍ଦିତ କରିବା ପାଇଁ ଏହି ଘଟଣାକୁ ଜାତୀୟ ଗଣମାଧ୍ୟମ ପ୍ରଚାର ଓ ପ୍ରସାର କରିବାକୁ ଟ୍ୱିଟ୍‌ କରି ଅନୁରୋଧ କରିଛନ୍ତି । ପୂର୍ବରୁ ମଧ୍ୟ ବୈଜୟନ୍ତ ଏଭଳି ଟ୍ୱିଟ୍‌ କରିଥିଲେ । ଯେତେବେଳେ କାଶ୍ମୀରର ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ନିଆଳିର ମନୋଜ ବେହେରାଙ୍କ ଶବ ଆସିଥିଲା ସେ ସମୟରେ ସହିଦଙ୍କ ଭାଇକୁ ସେତେବେଳର କଟକ-ବାରବାଟୀର ବିଜେଡି ବିଧାୟକ ଥିବା ଦେବାଶିଷ ସାମନ୍ତରାୟ ବେକରେ ତଣ୍ଟିଆ ମାରି ଶବ ନିକଟରେ ବସାଇବା ଘଟଣାର ଫଟୋ ଓ ଭିଡିଓ ବୈଜୟନ୍ତ ମଧ୍ୟ ଭାଇରାଲ କରିଥିଲେ । ଯାହାକୁ ନେଇ ପାକିସ୍ତାନ ଟିଭି ଭାରତକୁ କଡ଼ା ସମାଲୋଚନା କରିଥିଲା ଓ ଉକ୍ତ ଭିଡିଓକୁ ଦର୍ଶାଇ ସହିଦଙ୍କ ପ୍ରତି ଭାରତର କେତେ ସମ୍ମାନ ତାକୁ ନେଇ ଆକ୍ଷେପ କରିଥିଲା ପାକିସ୍ତାନ ମିଡ଼ିଆ । କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଅଜିତ ସାହୁଙ୍କ ଶବ ଗୁରୁବାର ଆସି ତାଙ୍କ ଙ୍କୋନାଳ ଜିଲ୍ଲା କାମାକ୍ଷାନଗର ବ୍ଲକର ବଡ଼ସୁଆଁର ଗାଁକୁ ଯିବାବେଳେ ବାଟରେ ବିଭିନ୍ନ ସ୍ଥାନରେ ତାଙ୍କୁ ଫୁଲମାଳ ଦିଆଯାଇ ସ୍ୱାଗତ ଦିଆଯାଇଥିଲା । ଖୁଣ୍ଟୁଣୀ ନିକଟରେ ଯିବାବେଳେ କିଛି ଲୋକ ଶବକୁ ଅଟକାଇ ଫୁଲମାଳ ଦେବାପାଇଁ ଯାଇଥିଲେ । ଫୁଲମାଳ ଦେବା ପରେ ଶବ ଉପରେ ଜାତୀୟ ପତାକା ପଡ଼ିଥିଲେ ବି ତା ଉପରେ ବିଜେଡି ପତାକା ପକାଇ ଦେଇଥିଲେ । ଏହି ଦଳୀୟ ପତାକା ପଡ଼ିଥିବାର ଫଟୋ ଉଠାଇ ସୋସିଆଲ୍‌ ମିଡ଼ିଆରେ ଛାଡ଼ିଥିଲେ ।
ଏହାକୁ ନେଇ ସହିଦ ଅଜିତଙ୍କ ବଡ଼ଭାଇ ପରମେଶ୍ୱର ସାହୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ସହିଦଙ୍କ ବଡ଼ଭାଇ ପରମେଶ୍ୱର ସାହୁ ଘଟଣା ସମ୍ପର୍କରେ କହିଛନ୍ତି ଆମେ ଶବ ଧରି ଗାଁକୁ ଗଲାବେଳେ ବାଟରେ ଖୁଣ୍ଟୁଣି ନିକଟରେ କିଛି ଲୋକ ଆସି ସମ୍ବର୍ଦ୍ଧନା ଦେଲେ । ଫୁଲସହ ଦଳୀୟ ପାତାକା ପକାଇଲେ । ମୋ ଭାଇ କୌଣସି ଦଳ ପାଇଁ ସହିଦ ହୋଇନାହିଁ । ସେ ଦେଶ ପାଇଁ ସହିଦ ହୋଇଛି । ସେଥିପାଇଁ ସେହି ପତକାକୁ ମୁଁ ସଙ୍ଗେ ସଙ୍ଗେ ଉଠାଇ ଦେଇଥିଲି । କି;ୁ ସେହି ସମୟ ଭିତରେ ସେମାନେ ଫଟୋ ଉଠାଇ ନେଇ ଭାଇରାଲ କରିଛନ୍ତି । ଏହାକୁ ଭାଇରାଲ୍‌ ନ କରିବା ପାଇଁ ମୁଁ ଅନୁରୋଧ କରୁଛି ବୋଲି ସେ କହିଛନ୍ତି । ଏହାଛଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ୍‌ କରି ଘଟଣାକୁ ନିନ୍ଦା କରିଛନ୍ତି । ସେ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି ସହିଦ ଓଡ଼ିଆ ଯବାନଙ୍କୁ ନେଇ ଶାସକ ଦଳର ଏଭଳି ରାଜନୀତି ଦୁର୍ଭାଗ୍ୟଜନକ । କଫିନ ଉପରେ ତ୍ରିରଙ୍ଗା ପରିବର୍ତ୍ତେ ଦଳୀୟ ପତାକା ଢାଙ୍କିବା ନିନ୍ଦନୀୟ । ଜାତୀୟ ଗଣମାଧ୍ୟମକୁ ଅନୁରୋଧ ଏଭଳି ଘଟଣାକୁ ସାମ୍ନାକୁ ଆଣୁ । ଏହି ଘଟଣା ପାଇଁ ବିଜେଡି କ୍ଷମାମାଗୁ ଓ ପ୍ରତିଶ୍ରୁତି ଦେଉ କି ଏ ଘଟଣାର ପୁନରାବୃତ୍ତି ନ ହେଉ । ଏଥିସହ ବୈଜୟନ୍ତ ତାଙ୍କ ଟ୍ୱିଟ୍‌ରେ ଉକ୍ତ ଫଟୋକୁ ମଧ୍ୟ ପୋଷ୍ଟ କରିଛନ୍ତି । ବିଜେପି ପୂର୍ବତନ ସୈନିକ ସେଲ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ଏହି ଘଟଣାକୁ କଡ଼ା ନିନ୍ଦା କରାଯାଇଛି । ସେଲର ଆବାହକ ବି.କେ.ବସ୍ତିଆ ଦାବି କରିଛନ୍ତି ଯେ, ବିଜେଡି ସଭାପତି ଏହି ଘଟଣା ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରୁ । କାରଣ ଏଭଳି କାର୍ଯ୍ୟ କରି କେବଳ ଓଡ଼ିଶା ନୁହେଁ ସାରା ଭାରତବାସୀଙ୍କୁ ଅପମାନିତ କରିଛନ୍ତି । ଏହା ଅତ୍ୟନ୍ତ ଦୁଃଖଦ ଘଟଣା । ସହିଦଙ୍କ ପ୍ରତି ମଧ୍ୟ ଅପମାନ ବୋଲି ସେ କହିଛନ୍ତି ।
ଘଟଣା ରାଜନୈତିକ ମୋଡ଼ ନେଇଥିବା ଦେଖିଲା ପରେ ବିଜେଡି ଆଉ ଚୁପ ହୋଇ ନ ବସି ପ୍ରତିକ୍ରିୟା ପ୍ରକାଶ କରିଛି । ଏହି ଘଟଣାକୁ ଦଳ ଗ୍ରହଣ କରିନାହିଁ । ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ସହିଦଙ୍କ ପ୍ରତି ବିଜେଡିର ଅଜସ୍ର ସମ୍ମାନ ରହିଛି ଓ ରହିବ । ଦଳ ଭାବରେ ସହିଦଙ୍କ ପାଇଁ ଆମେ ଗର୍ବିତ । ଏଭଳି ଘଟଣା ଦୁର୍ଭାଗ୍ୟଜନକ ଓ ନିନ୍ଦନିୟ ବିଷୟ । ବିଜେଡି ଏହାକୁ ନିନ୍ଦା କରୁଛି ଛ ଯିଏ ଏହି କାର୍ଯ୍ୟ କରିଛି ତାର ତର୍ଜମା କରି ତାଙ୍କୁ ଚିହ୍ନଟ କରାଯାଉ । ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପାତ୍ର କହିଛନ୍ତି । ଏହାପରେ ବିଜୁ ଜନତା ଦଳ ଯେଉଁ ବିଜେଡି କର୍ମୀମାନେ ଏଭଳି କାର୍ଯ୍ୟ କରିଥିଲେ ସେମାନଙ୍କୁ ଦଳରୁ ନିଲମ୍ବନ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅମ୍ବାଦଳାରେ ଡ଼ବଲ ମର୍ଡ଼ର

ଅମ୍ବାଦଳାରେ ଡ଼ବଲ ମର୍ଡ଼ର

Read More...

ବିଧାୟିକାଙ୍କ ଧମକ : ‘ମୋ କଥା ନ ମାନିଲେ ଉଠ୍‌ବସ୍‌ ହେବ’

ବିଧାୟିକାଙ୍କ ଧମକ : ‘ମୋ କଥା ନ ମାନିଲେ ଉଠ୍‌ବସ୍‌ ହେବ’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page