ଯୋଗ ମୁଦ୍ରାରେ ସାରା ଦେଶ

June 21, 2019, ଦେଶ, , Anupambharat News Bureau


ଯୋଗ ମୁଦ୍ରାରେ ସାରା ଦେଶ
Anupambharat News Bureau
June 21, 2019

ରାଞ୍ଚି ,୨୧ ।୬ (ଅନୁପମ ମିଡ଼ିଆ): ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ସାରା ଦେଶରେ ଯୋଗାଭ୍ୟାସ ଦେଖିବାକୁ ମିଳିଛି । ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ବର୍ଗଙ୍କୁ ଆଜି ଯୋଗମୁଦ୍ରାରେ ଦେଖିବାକୁ ମିଳିଥିଲା ।
ଝାଡ଼ଖଣ୍ଡର ରାଞ୍ଚିଠାରେ ଅନୁଷ୍ଠିତ ଯୋଗାଭ୍ୟାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଥିଲେ । ଅତ୍ୟନ୍ତ ଆଗ୍ରହ ଓ ଉତ୍ସାହରେ ସମଗ୍ର ଦେଶର ଲୋକମାନେ କୌଣସି ବୟସର ପାର୍ଥକ୍ୟ ନରଖି ଯୋଗାଭ୍ୟାସରେ ନିଜକୁ ସାମିଲ କରିଥିଲେ । ସାଧାରଣ ଜନତାଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦି ଆଜି ଯୋଗ ପାଳନ କରିଛନ୍ତି । ମନୁଷ୍ୟ ଜୀବନର ଏକ ମୁଖ୍ୟ ଅଶଂ ଭାବେ ଯୋଗକୁ ଗ୍ରହଣ କରାଯାଉ ବୋଲି ମୋଦି ଲୋକମାନଙ୍କୁ ପ୍ରବର୍ତ୍ତାଇ ଥିଲେ । ଯୋଗ ଏଭଳି ଏକ ଅଭ୍ୟାସ ଯାହାକୁ ନେଇ ଦେଶର ସମସ୍ତ ନଗରୀ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ଓ ଆଦିବାସୀ ଅଧୂସିତ ଅଞ୍ଚଳମାନଙ୍କରେ ପହଞ୍ଚାଇବା ଦିଗରେ ପଦକ୍ଷେପ ନେବା ଉଚିତ ବୋଲି ମୋଦି ଉପସ୍ଥିତ ଜନତାଙ୍କୁ ନିଜ ଉଦ୍‌ବୋଧନରେ କହିଥିଲେ । ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଓ ଅଞ୍ଚଳ ଠାରୁ ମଧ୍ୟ ଯୋଗ ସର୍ବଚ୍ଚୋ ସ୍ତରରେ ବୋଲି ସେ କହିଛନ୍ତି । ଆଜି ରାଞ୍ଚି ନଗରୀ ସ୍ଥିତ ପ୍ରଭାତ ତାରା ଖେଳ ପଡ଼ିଆରେ ୪୦ ହଜାର ସାଧାରଣ ଜନତାଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦି ଯୋଗାଭ୍ୟାସ କରିଛନ୍ତି । ଆଜିର ଏହି ଆୟୋଜିତ ଏହି କାର୍ଯ୍ୟକ୍ରମରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ, ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ)ଶ୍ରୀପଦ ଜେଷୁ ନାୟକ, ଝାଡ଼ଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ରାମଚନ୍ଦ୍ର ଚନ୍ଦ୍ରବଂଶୀ ମଧ୍ୟ ଯୋଗ ଦେଇଥିଲେ । ଝାଡ଼ଖଣ୍ଡରେ ଏଭଳି ଆୟୋଜନ ଚାଲିଥିବା ବେଳେ ରାଷ୍ଟ୍ରପତି ଭବନରେ ମଧ୍ୟ ଆଜି ଏହି ଯୋଗ ଦିବସ ପାଳନ କରାଯାଇଛି । ୨୦୧୫ଠାରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଅମର, ସସ୍ମିତ ଓ ଅଶ୍ୱିନୀ ଯିବେ ରାଜ୍ୟସଭା

ଅମର, ସସ୍ମିତ ଓ ଅଶ୍ୱିନୀ ଯିବେ ରାଜ୍ୟସଭା

Read More...

ଅମ୍ବାଦଳାରେ ଡ଼ବଲ ମର୍ଡ଼ର

ଅମ୍ବାଦଳାରେ ଡ଼ବଲ ମର୍ଡ଼ର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page