ସ୍କୁଲ ଯିବାକୁ ମିଳିବ ବାଟଖର୍ଚ୍ଚ

June 22, 2019, ଓଡ଼ିଶା, , Anupambharat News Bureau


 ସ୍କୁଲ ଯିବାକୁ ମିଳିବ ବାଟଖର୍ଚ୍ଚ
Anupambharat News Bureau
June 22, 2019

ଭୁବନେଶ୍ୱର, ୨୨ା୬ (ଅନୁପମ ମିଡିଆ) : ରାଜ୍ୟରେ ୧୦ରୁ କମ୍‌ ଛାତ୍ରଛାତ୍ରୀ ପଢ଼ୁଥିବା ପ୍ରାଥମିକ ସ୍କୁଲଗୁଡ଼ିକୁ ବନ୍ଦ କରି ଦେବାକୁ ଘୋଷଣା କରାଯାଇଥିବା ବେଳେ ଏହି ସ୍କୁଲରେ ଥିବା ଛାତ୍ରଛାତ୍ରୀ ମାନେ ନିକଟସ୍ଥ ସ୍କୁଲରେ ପଢ଼ିବେ ଓ ସେମାନଙ୍କ ଯାତାୟତ ଖର୍ଚ୍ଚ ସରକାର ବହନ କରିବେ ।
ଏ ସମ୍ପର୍କରେ ସୂଚନା ଦେଇ ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଶନିବାର କହିଛନ୍ତି ଯେ ୧୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ୯୬୬ଟି ପ୍ରାଥମିକ ବିଦ୍ୟାଳୟ ଚିହ୍ନଟ କରାଯାଇଛି । ଚଳିତ ଶିକ୍ଷା ବର୍ଷରୁ ଏଗୁଡ଼ିକୁ ବନ୍ଦ କରି ଦିଆଯାଇଛି । ଏହି ସବୁ ସ୍କୁଲରେ ଯେଉଁ ପିଲାମାନେ ପଢ଼ୁଥିଲେ ସେମାନେ ପାଖ ସ୍କୁଲ୍‌ ୧ କିମିରୁ ଅଧିକ ଦୂର ଯାତାୟାତ ଖର୍ଚ୍ଚ ମିଳିବ । ଏହି ଅର୍ଥ ଅଭିଭାବକଙ୍କ ଆକାଉଣ୍ଟକୁ ଯିବ । ସେ ଆହୁରି କହିଛନ୍ତି ଯେ ଯେଉଁ ଛାତ୍ରଛାତ୍ରୀମାନଙ୍କର ସ୍କୁଲରେ ୭୫ପ୍ରତିଶତରୁ ଅଧିକ ଉପସ୍ଥାନ ଥିବ, ସେମାନଙ୍କୁ ମାସିକ ୬୦୦ ଟଙ୍କା ହିସାବରେ ଦଶମାସକୁ ମୋଟ ଛ’ ହଜାର ଦିଆଯିବ ।
ସେହିଭଳି ଯେଉଁ ଛାତ୍ର ଛାତ୍ରୀମାନଙ୍କର ୫୦ରୁ ୭୪ପ୍ରତିଶତ ଉପସ୍ଥାପନ ଥିବ ସେମାନଙ୍କୁ ମାସକୁ ୪୦୦ ଟଙ୍କା ସହାୟତା ମିଳିବ । ଯେଉଁ ଛାତ୍ରଛାତ୍ରୀଙ୍କର ୩୦ରୁ ୪୯ପ୍ରତିଶତ ଉପସ୍ଥାନ ଥିବ ସେମାନଙ୍କୁ ମାସିକ ୩୦୦ ଟଙ୍କା ମିଳିବ । ତେବେ ଯେଉଁ ଛାତ୍ରଛାତ୍ରୀମାନଙ୍କର ଉପସ୍ଥାପନା ୩୦ପ୍ରତିଶତରୁ କମ୍‌ ରହିଥିବ, ସେମାନଙ୍କୁ ଯାତାୟତ ଖର୍ଚ୍ଚ ମିିଳିବ ନାହିଁ ବୋଲି ମନ୍ତ୍ରୀ ଦାଶ କହିଛନ୍ତି । ବନ୍ଦ ହେବାକୁ ଯାଉଥିବା ୯୬୬ଟି ସ୍କୁଲର ଶିକ୍ଷକମାନଙ୍କୁ ଅନ୍ୟ ସ୍କୁଲଗୁଡ଼ିକୁ ବଦଳି କରାଯିବ । ଯେଉଁ ସ୍କୁଲରେ ଶିକ୍ଷକଙ୍କ ଅଭାବ ଥିବ, ସେହି ସ୍କୁଲଗୁଡ଼ିକୁ ସେମାନଙ୍କୁ ବଦଳି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ସେହିଭଳି ଏ ସବୁ ସ୍କୁଲଗୁଡ଼ିକରେ କାମ କରୁଥିବା ପାଚିକାମାନଙ୍କ ସମ୍ପର୍କରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ବିଜେପିରେ ଅଶ୍ୱିନୀ ବୈଷ୍ଣବ

ବିଜେପିରେ ଅଶ୍ୱିନୀ ବୈଷ୍ଣବ

Read More...

ତ୍ରୁଟିପୂର୍ଣ୍ଣ ଚିକିତ୍ସା: ମଲା ଶିଶୁପୁତ୍ର ଜନ୍ମ କଲେ ପ୍ରସୂତୀ

ତ୍ରୁଟିପୂର୍ଣ୍ଣ ଚିକିତ୍ସା: ମଲା ଶିଶୁପୁତ୍ର ଜନ୍ମ କଲେ ପ୍ରସୂତୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page