ରାଜ୍ୟପାଳଙ୍କ ଭାଷଣରେ ବିକାଶର ଗୋଲାପି ଚିତ୍ର, * ଭୁବନେଶ୍ୱର- କଟକରେ ଚାଲିବ ମେଟ୍ରୋ *ରାଜ୍ୟର ପାଞ୍ଚସହର ହେବ ସ୍ମାର୍ଟ ସିଟି *ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ମହିଳାଙ୍କୁ ଏଣିକି ଦଶ ଲକ୍ଷ ଟଙ୍କା

June 25, 2019, ଓଡ଼ିଶା, , Anupambharat News Bureau


ରାଜ୍ୟପାଳଙ୍କ ଭାଷଣରେ ବିକାଶର ଗୋଲାପି ଚିତ୍ର,  * ଭୁବନେଶ୍ୱର- କଟକରେ ଚାଲିବ ମେଟ୍ରୋ *ରାଜ୍ୟର ପାଞ୍ଚସହର ହେବ ସ୍ମାର୍ଟ ସିଟି  *ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ମହିଳାଙ୍କୁ ଏଣିକି ଦଶ ଲକ୍ଷ ଟଙ୍କା
Anupambharat News Bureau
June 25, 2019

ଭୁବନେଶ୍ୱର, ୨୫ ।୬(ଅନୁପମ ମିଡିଆ): ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନରେ ନିଜ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।
ନିଜର ଅଭିଭାଷଣରେ ସରକାରଙ୍କ ବିକାଶର ଗୋଲାପୀ ଚିତ୍ର ରଖିଛନ୍ତି ରାଜ୍ୟପାଳ । ଗମନାଗମନ ସୁବିଧା, ପାନୀୟ ଜଳ ବ୍ୟବସ୍ଥା, ବିଦୁ୍ୟତ ଯୋଗାଣ, କୃଷି କ୍ଷେତ୍ରରେ ଜଳସେଚନ ମାଧ୍ୟମରେ ସମୃଦ୍ଧି ହାସଲ, ସ୍ୱାସ୍ଥ୍ୟ, ଶିକ୍ଷା କ୍ଷେତ୍ରର ବିକାଶ ଭଳି ମୌଳିକ ତଥା ଅତ୍ୟାବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ ପାଇଁ ସରକାର ଅଗ୍ରାଧିକାର ଭିତ୍ତିରେ କାମ କରିବ ବୋଲି ପ୍ରଫେସର ଗଣେଶୀଲାଲ ମଙ୍ଗଳବାର କହିଛନ୍ତି । ନିକଟରେ ମିଳିଥିବା ସଫଳତାରେ ବହୁଳ ଭାବେ ଉତ୍ସୋଗୀକୃତ ସରକାର ରାଜ୍ୟର ଉଚ୍ଚତର ଅଭିବୃଦ୍ଧି, ସର୍ବାଙ୍ଗୀନ ବିକାଶ ପାଇଁ କାମ କରିବେ । ରାଜ୍ୟବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ପ୍ରତିବଦ୍ଧତାର ସହିତ ପାଳନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଇସ୍ତାହାରରେ ଦିଆ ଯାଇଥିବା ପ୍ରସ୍ତାବ ଗୁଡିକୁ ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ କାର୍ଯ୍ୟକାରୀ କରିବାକୁ ପ୍ରତିବଦ୍ଧ ବୋଲି ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି ।ସେ କହିଛନ୍ତି ଯେ କୃଷି ଉପରେ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି । ସବୁ କୃଷକ ଓ ଭୂମି ହୀନ କୃଷି ଶ୍ରମିକ ମାନଙ୍କୁ କାଳିଆ ଯୋଜନାରେ ସାମିଲ କରାଯିବ । ମହିଳା ସଶକ୍ତିକରଣ ପାଇଁ ମିଶନ ଶକ୍ତି ଅଧୀନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ୫ ହଜାର କୋଟି ଟଙ୍କାର ସରକାରୀ କାମ ପାଇବେ ତାହା ସୁନିଶ୍ଚିତ କରା ଯିବ । ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ନିଶୁÂ ୱାଇଫାଇ ବ୍ୟବସ୍ଥା କରାଯିବ ବୋଲି ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି । ହକିର ଏନ୍ତୁଡିଶାଳ ବୋଲି କୁହାଯାଉଥିବା ସୁନ୍ଦରଗଡ ଜିଲ୍ଲାର ୧୭ଟି ବ୍ଲକରେ ବିଶ୍ୱସ୍ତରୀୟ ହକି ଖେଳାଳି ସୃଷ୍ଟି କରିବାକୁ ହକି ପଡିଆ ଗୁଡିକରେ ଉନ୍ନତ ମାନର ଆଷ୍ଟ୍ରଟର୍ଫ ବିଛା ଯିବ । ରାଜ୍ୟର ୧୧୪ଟି ସ୍ଥାନରେ ତାଙ୍କ ସରକାରଙ୍କ ଦ୍ୱାରା ବହୁମୁଖୀ ଅତ୍ୟାଧୁନିକ ସହରାଞ୍ଚଳ ଛାତ୍ରାବାସ ସ୍ଥାପନ କରା ଯିବ ବୋଲି ସେ କହିଛନ୍ତି । ଜାଗା ମିଶନ ଜରିଆରେ ରାଜ୍ୟର ସହରାଞ୍ଚଳର ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ ତାଙ୍କ ସରକାରର ପ୍ରମୁଖ କାମ ହେବ । ଟଙ୍କିକିଆ ଚାଉଳ ଯୋଜନାକୁ ଜାରୀ ରଖିବା ସହ ଅଧିକ ସ୍ଥାନରେ ଆହାର କେନ୍ଦ୍ର ଖୋଲିବା ଓ ଚାଲଥିବା ଆହାର କେନ୍ଦ୍ର ଗୁଡିକୁ ରାତ୍ରୀ ଭୋଜନ ବ୍ୟବସ୍ଥା ସଂପ୍ରସାରିତ କରିବା ପାଇଁ ତା ସରକାର ପ୍ରତିଶ୍ରୁତିବଦ୍ଧ । ଆସନ୍ତା ତିନି ବର୍ଷ ମଧ୍ୟରେ ଚାଲୁ ରହିଥିବା ୫ଟି ସରକାରୀ ମେଡିକାଲ କଲେଜର ନିର୍ମାଣ କାମ ଶେଷ କରିବା ନୂତନ ପଦବୀ ସୃଷ୍ଟି କରିବା, ଖାଲି ପଦବୀ ପୂରଣ କରିବା ସରକାରଙ୍କର ପ୍ରମୁଖ କାର୍ଯ୍ୟ ହେବ । ଓଡିଶା ସ୍ମାର୍ଟ ସିଟିଜ ମିଶନ ୫ଟି ମହାନଗରୀକୁ ସ୍ମାର୍ଟ ସିଟି ରୁପେ ବିକଶିତ କରା ଯିବ । ସେହିପରି ଭୁବନେଶ୍ୱର ଓ କଟକ ଦୈତ ନଗରୀ ମଧ୍ୟରେ ମେଟ୍ରୋ ଟ୍ରେନ୍‌ ଚାଲିବ ବୋଲି ସେ କହିଛନ୍ତି ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ସମଲେଶ୍ୱରୀ ଇଞ୍ଜିନରେ ନିଆଁ, ତିନି ରେଳକର୍ମଚାରୀ ମୃତ, ତିନି ଷ୍ଟେସନ ମାଷ୍ଟର ନିଲମ୍ବିତ

ସମଲେଶ୍ୱରୀ ଇଞ୍ଜିନରେ ନିଆଁ, ତିନି ରେଳକର୍ମଚାରୀ ମୃତ, ତିନି ଷ୍ଟେସନ ମାଷ୍ଟର ନିଲମ୍ବିତ

Read More...

ନାବାଳିକାକୁ ଗଣଷ୍କର୍ମ, ପାଞ୍ଚ ଅଟକ, ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ

ନାବାଳିକାକୁ ଗଣଷ୍କର୍ମ, ପାଞ୍ଚ ଅଟକ, ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page