ନବ ଦମ୍ପତିଙ୍କୁ ଅଭିନବ ଉପହାର, ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ ସେ୍ୱଚ୍ଛାସେବୀ

June 26, 2019, ଓଡ଼ିଶା, , Anupambharat News Bureau


ନବ ଦମ୍ପତିଙ୍କୁ ଅଭିନବ ଉପହାର, ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ ସେ୍ୱଚ୍ଛାସେବୀ
Anupambharat News Bureau
June 26, 2019

ନିଶ୍ଚିନ୍ତକୋଇଲି ୨୬ା୬ (ଅନୁପମ ମିଡିଆ) : ପ୍ରତିଦିନ ଅସାବଧାନତା ଯୋଗୁ ସଡକ ଦୁର୍ଘଟଣା ଆଶାତୀତ ଭାବେ ବୃଦ୍ଧି ପାଇଥିବା ବେଳେ ଧନ ଜୀବନ ହାନୀ ହେଉଥିବା ଦେଖାଯାଉଛି । ଗତ ମାହାବାତ୍ୟା ଫଣିରେ ବହୁ ବୃକ୍ଷ କ୍ଷୟକ୍ଷତି ହୋଇଥିଲା ବେଳେ ପରିବେଶ ଉପରେ ଏହାର କୁ ପ୍ରଭାବ ପଡୁଛି । ସଡକ ସୁରକ୍ଷା ଓ ପରିବେଶ ସୁରକ୍ଷା ପାଇଁ ନିଶ୍ଚିନ୍ତକୋଇଲିର ସାମାଜିକ ସେ୍ୱଚ୍ଛାସେବୀ ଅନୁଷ୍ଠାନ ନିର୍ବାଣ ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି । ବିବାହ ଓ ସାଂସ୍କୃତି କାର୍ଯ୍ୟକ୍ରମରେ ସଂଗଠନର କର୍ମକର୍ତାମାନେ ଯୋଗଦେଇ ଦୁଇ ଚକିଆଯାନ ଚଳାଇଲା ବେଳେ ହେଲମେଟ୍‌ ବ୍ୟବହାର କରିବାକୁ ପରାମର୍ଶ ଦେଉଥିଲା ବେଳେ ପ୍ରତ୍ୟେକ ବ୍ୟକ୍ତି ଅତି କମ୍‌ରେ ଗୋଟିଏ ଗଛ ଲଗାଇବାକୁ ସଚେତନତା କରାଉଛନ୍ତି । ନିର୍ବାଣ ଅନୁଷ୍ଠାନର କର୍ମକର୍ତାମାନେ ଉମର ଗ୍ରାମର ଏକ ନବ ଦମ୍ପତି ରାଜେନ୍ଦ୍ର କୁମାର ଓ ସ୍ମୃତିରେଖାଙ୍କ ବିବାହ ଭୋଜିରେ ଯୋଗଦେଇ ଏକ ଅଭିନବ ଢଙ୍ଗରେ ଏକ ବକୁଳ ଚାରା ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ଚାରାଟି ରୋପଣ କରି ଏହାର ଯତ୍ନ ନେବା ନବଦମ୍ପତି ପ୍ରତିଶୃତି ଦେବା ସହ ତାଙ୍କ ପ୍ରତିଶୃତି ରକ୍ଷା କରି ଚାରାଟିକୁ ରୋପଣ କରିଥିବା ଦେଖାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନିର୍ବାଣର ସଭାପତି ଚିତ୍ତରଂଜନ ନାୟକ, ସଂପାଦକ ପ୍ରକାଶ ଚନ୍ଦ୍ର ରାଉଳ, ସଂଗଠନର ବରିଷ୍ଠ କର୍ମକର୍ତା ରାଜେଶ କୁମାର ସାହୁ, ସୁକାନ୍ତ ମାଢେଇ,ନସିମା ବିବି, ନିରଞ୍ଜନ ବସ୍ତିଆ, ଦୀପକ କୁମାର ସାହୁ ପ୍ରମୁଖ ଯୋଗଦେଇ ନବ ଦମ୍ପତ୍ତିଙ୍କର ସୁଖପ୍ରଦ ବୈବାହିକ ଜୀବନ କାମନା କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭିଜିଲାନ୍ସ ହାତରେ ଗିରଫ ହେଲେ ଆଳି ଥାନା ଏଏସ୍‌ଆଇ

ଭିଜିଲାନ୍ସ ହାତରେ ଗିରଫ ହେଲେ ଆଳି ଥାନା ଏଏସ୍‌ଆଇ

Read More...

ଗ୍ରାମୀଣ ବ୍ୟାଙ୍କରେ ଚାକିରି ନାଁରେ ୩୧ ହଜାର ଠକେଇ

ଗ୍ରାମୀଣ ବ୍ୟାଙ୍କରେ ଚାକିରି ନାଁରେ ୩୧ ହଜାର ଠକେଇ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page