ମନ୍ତ୍ରୀ ଜାଣି ନାହାନ୍ତି ଚାଷୀ ସଂଖ୍ୟା, କଂଗ୍ରେସ କହିଲା ଦୁର୍ଭାଗ୍ୟଜନକ

June 27, 2019, ଓଡ଼ିଶା, , Anupambharat News Bureau


ମନ୍ତ୍ରୀ ଜାଣି ନାହାନ୍ତି ଚାଷୀ ସଂଖ୍ୟା,  କଂଗ୍ରେସ କହିଲା ଦୁର୍ଭାଗ୍ୟଜନକ
Anupambharat News Bureau
June 27, 2019

ଭୁବନେଶ୍ୱର, ୨୬ା୬ (ଅନୁପମ ମିଡିଆ) : ଚଳିତ ବିଧାନସଭାର ପ୍ରଥମ ଦିବସ ହୋହଲ୍ଲାରେ ଶେଷ ହୋଇଥିବା ବେଳେ ଆଜି ଦ୍ୱିତୀୟ ଦିନ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିଥିବା ପରିଲକ୍ଷିତ ହୋଇଥିଲା । ତେବେ ପ୍ରଶ୍ନକାଳରେ ଚାଷୀ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଥିଲା କଂଗ୍ରେସ ।
ଗୃହରେ ପ୍ରଶ୍ନକାଳ ଆରମ୍ଭ ମାତ୍ରେ ରାଜ୍ୟରେ କୃଷକଙ୍କ ସଂଖ୍ୟାକୁ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରଶ୍ନ କରିଥିଲେ । ତେବେ କୃଷି ମନ୍ତ୍ରୀ ଡ ଅରୁଣ କୁମାର ସାହୁ ଏନେଇ ଦେଇଥିବା ଉତ୍ତର ସନ୍ତୋଷଜନକ ନଥିବାରୁ ବିରୋଧୀ କଂଗ୍ରେସ ଏହାକୁ ଦୁର୍ଭାଗ୍ୟଜନକ ବୋଲ କହିଥିଲା । ବରିଷ୍ଠ ବିଧାୟକ ନରସିଂହ ମିଶ୍ର କହିଥିଲେ ଯେ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ଚାଷୀ ମାନଙ୍କ ସଂଖ୍ୟା ସମ୍ପର୍କରେ ସଠିକ ତଥ୍ୟ ନ ଥିବା ବେଳେ ରାଜ୍ୟ ସରକାର କାଳିଆ ଯୋଜନା କିପରି କ୍ରିୟାନ୍ୱିତ କରୁଛନ୍ତି ।
କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ପ୍ରଶ୍ନ କରିଥିଲେ ଯେ ରାଜ୍ୟରେ ୨୦୧୦ ମସିହାରେ କେତେ ଲୋକ କୃଷି ଉପରେ ନିର୍ଭର କରୁଥିଲେ ଓ ୨୦୧୯ ମସିହାରେ କେତେ ଲୋକ କୃଷି ଉପରେ ନିର୍ଭର କରୁଛନ୍ତି । ଏହାର ଉତ୍ତରରେ ପ୍ରଶ୍ନରେ ମନ୍ତ୍ରୀ ଡ ଅରୁଣ କୁମାର ସାହୁ କହିଥିଲେ ଯେ, ୨୦୧୧ ଜନ ଗଣନା ଅନୁସାରେ ରାଜ୍ୟରେ ୫୭ ଲକ୍ଷ ଲୋକ କୃଷି ଉପରେ ନିର୍ଭର କରୁଥିଲେ । ଏଥିମଧ୍ୟରୁ ୩୨.୮୦ ଲକ୍ଷ ଲୋକ କୃଷକ ଓ ୨୪.୨୦ ଲକ୍ଷ କୃଷି ଶ୍ରମିକ । ପରବର୍ତ୍ତୀ ଜନଗଣନା ୨୦୨୧ରେ ହେବ । ତେଣୁ ଏହା ପରେ କେତେ ଜଣ ଲୋକ କୃଷି ଉପରେ ନିର୍ଭର କରୁଛନ୍ତି ତାହାର ସଠିକ ଆକଳନ କରି ହେବ । ସରକାରଙ୍କ କୃଷି ନୀତି ଯୋଗୁ ବହୁ କୃଷକ ପରିବାର କୃଷି ଛାଡୁ ଥିବା ଅଭିଯୋଗ ସତ୍ୟ ନୁହେଁ । ଶିକ୍ଷିତ ଯୁବକ ମାନଙ୍କୁ କୃଷି କ୍ଷେତ୍ରକୁ ଆଣିବା ପାଇଁ ସରକାର ଯେଉଁ ଉଦ୍ୟମ କରିଛନ୍ତି ତାହା ବିଫଳ ହୋଇ ନାହିଁ । କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଲେ ଯେ ମନ୍ତ୍ରୀ ଏହି ପ୍ରଶ୍ନର ଯାହା ଉତ୍ତର ଦେଇଛନ୍ତି ତାହା ଦୁର୍ଭାଗ୍ୟଜନକ । ମନ୍ତ୍ରୀ ତାଙ୍କ ଉତ୍ତରରେ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟରେ କୃଷି ଉପରେ ନିର୍ଭର କରୁଥିବା ଲୋକଙ୍କ ସଂଖ୍ୟା କେତେ ତାହାର ତଥ୍ୟ ତାଙ୍କ ନିକଟରେ ନାହିଁ । ତେଣୁ ଏଭଳି ପରିସ୍ଥି୍‌ତିରେ ରାଜ୍ୟ ସରକାର ଆରମ୍ଭ କରିଥିବା କାଳିଆ ଯୋଜନାକୁ କିପରି କ୍ରିୟାନ୍ୱୟନ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି । ନରସିଂହଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ ଅରୁଣ କହିଥିଲେ ଯେ, ଡିବିଟି ମାଧ୍ୟମରେ ୨୨ ଲକ୍ଷ ଚାଷୀ କାଳିଆ ଯୋଜନାରେ ଉପକୃତ ହୋଇଛନ୍ତି । ପରବର୍ତ୍ତୀ ସମୟରେ ପ୍ରାୟ ୫୦ ଲକ୍ଷ ଚାଷୀଙ୍କ ଖାତାକୁ ଏହି ଯୋଜନା ଅର୍ଥ ଯାଇଛି । ତେବେ ବିରୋଧୀଙ୍କ ସହ ସ୍ୱର ମିଳାଇ ବିଜେଡ଼ିର ପ୍ରଫୁଲ୍ଲ ସାମଲ ଏବଂ ଦେବୀ ମିଶ୍ର ମଧ୍ୟ ମନ୍ତ୍ରୀଙ୍କଠାରୁ କାଳିଆ ଯୋଜନା ନେଇ ଉତ୍ତର ମାଗିଥିଲେ । ଏହାକୁ ନେଇ ବିଭାଗୀୟ ମନ୍ତ୍ରୀ ଅଡ଼ୁଆର ସମ୍ମୁଖିନ ହୋଇଥିଲେ ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କଟାପାଙ୍ଗାରେ ମାଓ ପୋଷ୍ଟର

କଟାପାଙ୍ଗାରେ ମାଓ ପୋଷ୍ଟର

Read More...

ଜିଦ୍‌ରେ ଅଟଳ ରାହୁଲ୍‌ !  ଦେବେ ଇସ୍ତଫା , ମନାଇବାରେ ୫୦ ସାଂସଦ ବିଫଳ

ଜିଦ୍‌ରେ ଅଟଳ ରାହୁଲ୍‌ ! ଦେବେ ଇସ୍ତଫା , ମନାଇବାରେ ୫୦ ସାଂସଦ ବିଫଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page